ଅବ୍ୟବସ୍ଥା ଘେରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ

ଫୋକସ ପ୍ଲସ (ନୂଆଗାଁ)୦୯/୦୭/୨୦୨୨: ପଦାରେ ପଡିଲା ସରକାରଙ୍କ ଶିକ୍ଷା ବିଭାଗର ପାରିବା ପଣିଆ |ଟିକେ ଭଲ ଭାବରେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ. ସରକାର ଗ୍ରାମାଞ୍ଚଳ ରେ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହି ବାହାସ୍ପଟ ମାରୁଥିବା ବେଳେ ଗ୍ରାମାଞ୍ଚଳ ରେ ଶିକ୍ଷା କ୍ଷେତ୍ରରେ ବିକାଶ କିଭଳି ହୋଇପାରିଛି ଟିକେ ଭଲ ଭାବରେ ନଜର ପକାନ୍ତୁ |ଅବ୍ୟବସ୍ଥା ଘେରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବେରୁଆଁବାରି ତୋଟାସାହି କୁ ନେଇ ଅଭିଯୋଗ ହେବା ପରେ ଆମେ ପହଁଚିଥିଲୁ ସ୍କୁଲ ପରିସରରେ, ବିଦ୍ୟାଳୟ ର ସ୍ଥିତ ପରଖିବା ସହ ଯାହା ଦେଖିଲୁ ତାହା ଆପଣଙ୍କ ଆଖି ସାମ୍ନାରେ |ପାଠ ପଢ଼ାରେ କିଭଳି ବିକାଶ ହୋଇଛି କଣ? ପାଠ ପଢ଼ା ହେଉଛି ଟିକେ ଶୁଣି ନିଅନ୍ତୁ |ସ୍କୁଲ ର ପିଲାଙ୍କ ପ୍ରତିକ୍ରିୟା ଦିଆଯାଇଛି ଏଠାରେ ସଂଲଗ୍ନ କରାଯାଉ |ଏଠି ପ୍ରଧାନ ଶିକ୍ଷକ ନିୟମିତ ସ୍କୁଲ କୁ ଆସୁନଥିବା ଅଭିଯୋଗ ହେଉଛି, ବରଂ ପିଲାଙ୍କ ପାଇଁ ସରକାର ଙ୍କ ଠାରୁ ଆସୁଥିବା କିଛି ଅର୍ଥ କୁ ପ୍ରଧାନ ଶିକ୍ଷକ ଖାଇଦେଇଥିବା SMC କମିଟି ଦ୍ୱାରା ଅଭିଯୋଗ ହୋଇଛି |ଏ ବିଷୟରେ ଆମେ ସ୍କୁଲ ର ପ୍ରଧାନ ଶିକ୍ଷକ ବଳରାମ ମଲିକ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ସେ ଫୋନ ରିସିଭି କରିନଥିଲେ |ସବୁଠାରୁ ବଡ଼ କଥା ହେଉଛି ଚତୃର୍ଥ ଶ୍ରେଣୀର ପିଲା ଙ୍କୁ ୧ ଠାରୁ ୧00 ପର୍ଯ୍ୟନ୍ତ ଗଣତି ଜଣାନଥିବା ବେଳେ ପିଲା ଙ୍କ ଖାଦ୍ୟ ରେ ମଧ୍ୟ୍ୟ ତ୍ରୁଟି ଥିବା ପିଲାମାନେ ଅଭିଯୋଗ କରିଛନ୍ତି |ସେପଟେ ଆକ୍ସନ ମୁଡ଼ୁ ରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ ଥିବା ବେଳେ ବାରମ୍ବାର ସ୍କୁଲ ପରିଦର୍ଶନ କରିବା ସହ ଅମାନିଆ ଶିକ୍ଷକ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି |ଏପଟେ ନୟାଗଡ଼ ଜିଲ୍ଲା ରେ ଜିଲ୍ଲା ଶିକ୍ଷା ଅଧିକାରୀ ସହ ବ୍ଲକ ଶିକ୍ଷା ଅଧିକାରୀ ଶୋଇ ରହିଥିବା ଅଭିଯୋଗ ହୋଇଛି |ବେରୁଆଁବାରି ସ୍କୁଲ କୁ ଶିକ୍ଷକ ମନଇଚ୍ଛା ଆସୁଥିବା ବେଳେ ଏସବୁ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ବାରମ୍ବାର ଦୃଷ୍ଟି ଗୋଚର କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି |ତେବେ ଦେଖିବାକୁ ଅପେକ୍ଷା ଏ ଅମାନିଆ ପ୍ରଧାନ ଶିକ୍ଷକ ବିରୁଦ୍ଧରେ କଣ ହେଉଛି କାର୍ଯ୍ୟାନୁଷ୍ଠାନ |

ନୟାଗଡ଼ ଜିଲ୍ଲା ନୂଆଗାଁ ରୁ ବିରଞ୍ଚି ନାରାୟଣ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *