ଅଭାବୀ ପରିବାରରେ ମେଧାବୀ ଛାତ୍ର

ଫୋକସ ପ୍ଲସ (ଭୁବନ) ୦୭/୦୭/୨୦୨୨: ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଏକ ଅଭାବି ପରିବାରର ଛାତ୍ର ଓମ ପ୍ରକାଶ ସାହୁ । ବହୁତ ଅଭାବ ଅନଟନ ରେ ପାଠ ପଢି ଆଜି ତାଙ୍କ ଜୀବନର ପ୍ରଥମ ପାହାଚ ରେ ପ୍ରଥମ ହୋଇ ଭୁବନ ପାଇଁ ଗୌରବ ଅର୍ଜନ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞା ପିତ ଅଞ୍ଚଳ ପରିଷଦ ର ନୂଆ ଭୁବନ ଉଚ୍ଚ ବିଦ୍ୟାଳୟ ରେ ପାଠ ପଢୁଥିବା ଓମ ପ୍ରକାଶ ହେଉଛନ୍ତି ପ୍ରମୋଦ କୁମାର ସାହୁ ଓ ସ୍ଵର୍ଣ୍ଣ ଲତା ସାହୁ ଙ୍କ ର ଏକ ମାତ୍ର ପୁତ୍ର । ବାପାଙ୍କର ସ୍ୱଳ୍ପ ରୋଜଗାର ରେ ବହୁତ ଅସୁବିଧାରେ ସେ ପାଠ ପଢୁଥିଲେ । ତଥାପି ମନ ଊଣା କରିନଥିଲେ । ଯାହା ଆଜି ପ୍ରତିଫଳିତ ହୋଇଛି । ସେ 3 ୟ ଶେଣି ରେ ବୃତ୍ତି , 5ମ ରେ ବୃତ୍ତି , 6 ଷ୍ଟ ରେ ପଠାଣି ସାମନ୍ତ, 7ମ ରେ ମେଧା ବୃତ୍ତି, 8ମ ରେ NMMS , ଓ ନବମ ରେ NRTS ସହିତ ପଠାଣି ସାମନ୍ତ ବୃତ୍ତି ପାଇଥିଲେ ।ଏବେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ମୋଟ 587 ନମ୍ବର ରଖି ସୁନାମ ଅର୍ଜନ କରିଛନ୍ତି।

ଭୁବନ ରୁ ଚୈତନ୍ୟ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *