ଅଭାବ ଅନାଟନ ଦେଲା ଦାଦନ ଦୁଃଖ

ଫୋକସ ପ୍ଲସ ୦୮/୦୬/୨୨(ଖୋର୍ଦ୍ଧା): ଦାଦନ ଯାଇ ହାଇଦ୍ରାବାଦରେ ଶ୍ରମିକ ମୃତ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମର କାଳିଆ ସାମନ୍ତରାୟ। ଅଭାବ-ଅନାଟନ ପାଇଁ ଦାଦନରେ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଇଥିଲେ , ହେଲେ ଦଇବ ଦେଲା ଦାରୁଣ ଦୁଃଖ ଏପରିକି ସେହି ଦାଦନ ହିଁ ପୋଛି ଦେଇଛି ମୋ ମଥାର ସିନ୍ଦୁର , ଆଉ ସେପଟେ ୧୦ ବର୍ଷର ପୁଅ ହୋଇଯାଇଛି ବାପ ଛେଉଁଡ । ପରିବାର ପ୍ରତିପୋଷଣ କରିବା ପାଇଁ ଗାଁ ଛାଡି ଯାଇଥିଲା ଦାଦନ ଖଟିବାକୁ , ଆଉ ସେଠାରେ ଶ୍ରମିକ ଭାବରେ କାର୍ଯ୍ୟ କରୁ-କରୁ ହଠାତ୍ ଘରକୁ ଆସିଲା ମୃତ୍ୟୁର ଖବର । ହେଲେ ମୃତ୍ୟୁ କିପରି ହେଲା ? କେଉଁଠାରେ ହେଲା ? ବୋଲି ମୃତକର ପରିବାର ଲୋକେ ପଚାରିବାରୁ ମୃତ୍ୟୁ ଖବର ଦେଇଥିବା ଲୋକଟି ଯୋଗାଯୋଗ ବିଚ୍ଛିନ୍ନ କରିଦେଲା । ଏଭଳି ଏକ ଦୁଖଦ ଖବର ମିଳିବା ପରେ ବାପାଙ୍କର ଫଟୋକୁ ଧରି ପୁଅ କାନ୍ଦୁଥିବା ବେଳେ ସ୍ୱାମୀ ସହିତ ସୁଖ-ଦୁଃଖ ର ଘଟଣା ଚକ୍ର କୁ ମନେ ପକାଇ ପତ୍ନୀ ବାହୁନୀ-ବାହୁନୀ କାନ୍ଦୁଛି କବାଟ କଣରେ । ଭେଣ୍ଡିଆ ପୁଅ ହଠାତ୍ ଏଭଳି ବୁଢା ବାପା-ମା’ ଙ୍କୁ ଛାଡି ଅଫେରା ରାଇଜ ଚାଲି ଯାଇଥିବା ଦୁଃଖରେ ବାପା-ମା’ କାନ୍ଦୁଛନ୍ତି ।ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମର କାଳିଆ ସାମନ୍ତରାୟ ନିଜ ପରିବାରର ଅଭାବ-ଅନାଟନ ଓ ଦୁଇ ପଇସା ରୋଜଗାର କରିବା ପାଇଁ ଦାଦନ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *