ଅଭିଯୋଗର୧୫ ଦିନପରେ ବି ପୋଲିସର ହାତଖାଲି

ଫୋକସ ପ୍ଲସ(କେନ୍ଦୁଝର): ଯୋଡ଼ା,କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ୩ନଂ ୱାର୍ଡ ହୁଡ଼ି ସାହି ଠାରେ ରହୁଥିବା ଜନୈକ ମହିଳା ଙ୍କ ଘରେ ପଶି ଚୋର ମାନେ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରୀ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ,ହୁଡ଼ିସ।ହିରେ ରହୁଥିବା ମାଳତୀ ନାଏକ ଙ୍କ ଘରେ ରବିବାର ଭୋର୍ ପ୍ରାୟ ୩ଟା ସମୟରେ ଘରେ ଶୋଇଥିବା ବେଳେ ଚୋର ମାନେ ପଶି ଘରୁ ୩ଟି ସୁନା ମଙ୍ଗଳସୂତ୍ର,ଗୋଟିଏ ସୁନା ହାର,୫ଯୋଡ଼ା ସୁନା କାନ ଫୁଲ,ଗୋଟିଏ ମୋବାଇଲ ଫୋନ, ଓ ନଗଦ ୯୦ହଜାର ଟଙ୍କା ଚୋରୀ କରି ନେଇଥିବା ଅଭିଯୋଗ କରିଛନ୍ତି । ଏ ନେଇ ସେ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ 15 ଦିନ ବିତିଯାଇଥିଲେ ସୁଦ୍ଧା ଯୋଡା ପୋଲିସ ର ହାତ ଖାଲି, ଖୁଲମ୍ ଖୁଲ୍ଲା ବୁଲୁଛନ୍ତି ଡକାୟତ ହେଲେ ସର୍ବସ୍ଵ ହରାଇଥିବା ମାଳତୀ ନାଏକ ଏବଂ ତାଙ୍କ ପରିବାର ଥାନା ଦୌଡ଼ି ଦୌଡ଼ି ନିରାଶ ହେଲେଣି, ଏଫ୍ ଆଇ ଆର୍ କୁ ରଖି ଦେଇ ଯୋଡା ପୋଲିସ ଚୁପ୍ ଚାପ୍ ହୋଇ ବସିଛି ବୋଲି ଅଭିଯୋଗ କରିଛନ୍ତି ମାଳତୀ ର ପରିବାର ଲୋକେ, ଗୋଟେ ନିମ୍ନ୍ ମଧ୍ୟବିତ୍ତ ପରିବାର ର ସର୍ବସ୍ବ ଚୋରି ହୋଇ ଯାଇଛି, ଲକ୍ଷାଧିକ ଟଙ୍କା ର ସୁନା ଗହଣା, ନଗଦ 90 ହଜାର ଟଙ୍କା ନିମ୍ନ ମଧ୍ୟବିତ୍ତ ପରିବାର ର ସର୍ବସ୍ବ କହିଲେ କିଛି ଭୁଲ ହେବ ନାହିଁ, ଦିନରାତି ଖଟି ରୋଜଗାର କରିଥିବା ସବୁ ସମ୍ପତ୍ତିକୁ ଆଖି ପିଛୁଳାକେ କେହି ଘରେ ପଶି ଚୋରି କରି ନେଇଯିବାକୁ ସହଜ ରେ ଗ୍ରହଣ କରି ପାରୁନାହାନ୍ତି ମାଳତୀ ଏବଂ ତା ପରିବାର ଲୋକ, ଦୁଃଖ ର ପାହାଡ଼ ମୁଣ୍ଡ ଉପରେ ପଡ଼ିଛି, ବୋଝ ଉପରେ ନଳିତା ବିଡା ପଡିଲା ପରି ଲାଗୁଛି ପୋଲିସ ବାବୁ ଙ୍କ ବ୍ୟବହାର, ଆଜି କାଲି କହି କହି ପନ୍ଦର ଦିନ ହେଲାଣି, ଚୋରି ହୋଇଥିବା ସମ୍ପତ୍ତି କୁ ଫେରି ପାଇବାର ଆଶା ଦିନ କୁ ଦିନ ମଉଳି ଯାଉଛି, ଏତେ ଦିନ ହେଲାଣି ଚୋର ଆଉ ସେ ଟଙ୍କା ସୁନା ରଖିଥିବ କୋଉଠି ବିକ୍ରି କରି ଦେଇଥିବ ବୋଲି ଆଶଙ୍କା କରୁଛନ୍ତି ନିଜେ ମାଳତୀ, ସଙ୍ଗେ ସଙ୍ଗେ ପୋଲିସ ଧର ପଗଡ କରିଥିଲେ ହୁଏତ ମିଳି ଯାଇଥାନ୍ତା ହେଲେ ଯୋଡା ପୋଲିସ ର ନିଷ୍କ୍ରିୟତା ପାଇଁ ଚୋର ଚୋରି କରି ନେଇ ଆରାମ କରୁଛି ଏପଟେ ଆମେ ମାନସିକ ଅଶାନ୍ତି ଭିତରେ ଦିନ କାଟୁଛୁ ବୋଲି ଗଣମାଧ୍ୟମକୁ କହିଛନ୍ତି ମାଳତୀ ନାଏକ, ତେବେ ଆଉ ଦୁଇ ଚାରି ଦିନ ଦେଖିବି ନ ହେଲେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଙ୍କ ପାଖରେ ଅଭିଯୋଗ କରିବି ବୋଲି କହିଛନ୍ତି |

କେନ୍ଦୁଝର ରୁ ଦେବାଶିଷ ମହାରଣାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *