ଅଭିଯୋଗ ପରେ ବି ପ୍ରଶାସନ ନୀରବ I

 

ଫୋକସ ପ୍ଲସ 30/3(ସୁନ୍ଦରଗଡ଼):NTPC କମ୍ପାନୀର ଦାଦାଗିରି ,ଅଭିଯୋଗ ପରେ ବି ପ୍ରଶାସନ ନୀରବ
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଦର୍ଲୀପାଲି ଠାରେ ଗଢି ଉଠିଛି ntpc ଯାହାକି 0 ଜିରୋ ମେଗାୱାଟ ରୁ 68,500 + ମେଗାୱାଟ ବିଦ୍ୟୁତ ଉତ୍ପାଦନ ର କ୍ଷମତା ବହନ କରି ସାରିଲାଣି ।ଏହି କମ୍ପାନୀ ତାର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଥିଲା ସେତେବେଳେ ନିଜସ୍ଵ ବ୍ଲକ ଲେଫ୍ରିପଡ଼ା ସମେତ ହେମଗିରି ବ୍ଲକର ଚାରୋଟି ପଞ୍ଚାୟତର ଲୋକେ ବହୁତ ଖୁସି ଅନୁଭବ କରିବା ସହ ତଥା ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କରିଥିଲେ ହେଲେ ଆଶା ,ଆଶାରେ ହିଁ ରହିଗଲା ।ହଁ ଆଜ୍ଞା ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା ଦର୍ଲୀପାଲି ntpc କଥା ,ଆମେ ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ ସଂଗ୍ରହ କରିବା ପାଇଁ ଯାଇ ବଢିଆ ସୁନ୍ଦର ଢ଼ଗ ଶୁଣିବାକୁ ପାଇଲୁ, ଢ଼ଗ ଟି ଥିଲା ଏପରି ଜେନ ରାଣୀ କେ ସେ ଦୁଃଖ ଘଇତା କରି କାଇଁ ସୁଖ ,ଏହାର ତାତ୍ପର୍ଯ୍ୟ ହେଉଛି ଜଣେ ବିଧବା ମହିଳା ଏକୁଟିଆ ରହିବା ଯାହା ଦ୍ଵିତୀୟ ବିବାହ କରି ସୁଖ ନ ପାଇ ଏକୁଟିଆ ରହିବା ତାହା । ntpc କମ୍ପାନୀ ତାର କୋଇଲା ପରିବହନ ପାଇଁ ବସୁନ୍ଧରା କୋଇଲା ଖଣି ରୁ କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରେଳ ଲାଇନ କାର୍ଯ୍ୟ ଦୃତଗତିରେ ଆଗେଇ ନେଉଛି ହେଲେ ଟ୍ରେନ ଲାଇନ ତିଆରି ଯୋଗୁଁ କେତେ ଯେ ପରିବାର ଦୁର୍ଦ୍ଦଶା ଭୋଗିବେ ତାହାକୁ ଦୃଷ୍ଟି ଦେଉ ନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ ,ଯାହାକି ନିୟମ ରହିଛି ଟ୍ରେନ ଲାଇନ କୁ ଲାଗି କୌଣସି ଘର ରହିବା କଥା ନୁହଁ ,ନିୟମ ଅନୁସାରେ 25 ମିଟର ଦୂରରେ ରହିବାର ନିୟମ ରହିଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ବେଖାତିର୍ ଭାବେ କାର୍ଯ୍ୟ କରି ଚାଲିଛନ୍ତି ,ଏପରିକି ଟ୍ରେନ ଲାଇନ କୁ ଲାଗି 4/5 ଫୁଟ ବ୍ୟାସାର୍ଦ୍ଧ ଭିତରେ ଅନେକ ଲୋକଙ୍କ ଘର ରହିଛି ଏପରିକି ଗୋଟିଏ ଗାଁ ରୁ ଆଉ ଗୋଟିଏ ଗାଁ କୁ ସଂଯୋଗ କରୁଥିବା ରାସ୍ତାରେ କୌଣସି ଫାଟକ ବନ୍ଦୋବସ୍ତ ମଧ୍ୟ କରାଯାଇ ନାହିଁ ଫଳରେ ଅନେକ ଘଟଣା ଦୁର୍ଘଟଣା ପ୍ରତ୍ୟେକ ଘଟୁଥିବା ଦେଖିବାକୁ ମିଳୁଛି ,ଏନେଇ ବିଶେଷ କରି ହେମଗିରି ବ୍ଲକର ଲଇକେରା ,ଘୁମୁଡ଼ା,କନକତୁରା , କଲା ମେଘା ଆଦି ପଞ୍ଚାୟତର ପ୍ରାୟ 7/8 ଗ୍ରାମର ଲୋକେ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏନେଇ ଲଇକେରା,ନଙ୍ଗଲ କଟା,ମସିଣା,ମାକର ପଡ଼ା, ସର ବାହାଲ୍,କଲା ମେଘା ,କନକ ତୁରା ଆଦି ଗାଁ ଲୋକେ ଅନେକ ଥର ସାଂସଦ ,ବିଧାୟକ ଏପରିକି ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି ,ଅଭିଯୋଗ ଶୁଣି ଜିଲ୍ଲାପାଳ ସେ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କୁ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ହେଲେ ଦେଖୁ ଦେଖୁ 6 ମାସ ବିତଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବରଂ କମ୍ପାନୀ କର୍ତ୍ତୃପକ୍ଷ ବେଧଡକ ଭାବେ କାର୍ଯ୍ୟ କରି ଚାଲିଛି ।ଯଥାଶୀଘ୍ର ସ୍ଥାନୀୟ ଜନପ୍ରତିନିଧି ତଥା ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଆକର୍ଷଣ କରି ଲୋକଙ୍କ ସମସ୍ୟା ଦୂର କରିବାକୁ ଦାବି ହେଉଛି ।

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *