ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ

ଫୋକସ ପ୍ଲସ(ଅନୁଗୁଳ)୦୭/୦୯/୨୦୨୨: ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଅନୁଗୁଳ ସହରରେ ଅନେକ ଦିନ ହେଲା ବ୍ରାଉନସୁଗାର ବେପାର ବୃଦ୍ଧି ପାଇଛି । ତେବେ ସହଜରେ ଏହି ବେପାର ଉପରେ ରୋକ ଲଗାଇ ପାରୁ ନଥିଲା ପୁଲିସ ଏବଂ ଅବକାରୀ । ତେବେ ଆଜି ଏକ ବିଶ୍ୱସ୍ତ ସୂତ୍ରରୁ ଅମଲାପଡାର ଜଣେ ଯୁବକ ବ୍ରାଉନସୁଗାର ରଖିଥିବା ଅବକାରୀ ଖବର ପାଇ ଥିଲା । ଖବର ପାଇ ସଦଲବଳେ ଚଢ଼ାଉ କରିଥିଲେ । ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଧୀରେନ ଦାସକୁ କାବୁ କରି ନେଇଥିଲା ଅବକାରୀ ବିଭାଗ । ତା ନିକଟରୁ ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ । ଗିରଫ ଧୀରେନକୁ ଆଜି କୋର୍ଟ ଚାଲାଣ କରା ଯାଇଛି । ଅବକାରୀ କମିଶନର ଆଶିଷ ସିଂହଏନକେଏଲ ନିର୍ଦେଶରେ ଅନୁଗୁଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ଏବଂ ଅନୁଗୁଳ ଅବକାରୀ ବିଭାଗର କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ ।

 

ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *