ଅର୍ଥ ଅଭାବରୁ ହେଇ ପାରୁନାହିଁ ଭିନ୍ନକ୍ଷମଙ୍କ ଚିକିତ୍ସା

ଫୋକସ ପ୍ଲସ(ସୋରଡ଼ା)୧୫/୦୯/୨୦୨୨: ଅର୍ଥ ଅଭାବରୁ ହୋଇ ପାରୁନାହିଁ ସ୍ବାମୀ ଓ ଦୁଇ ପୁଅ ଚିକିତ୍ସା ।ଏହି ଦୃଶ୍ୟ ହେଉଛି ସୋରଡ଼ା ବ୍ଲକ ଅନ୍ତର୍ଗତ ସୁର ମଣି ଗ୍ରାମର ପ୍ରଭାସିନୀ ସାହୁ ଙ୍କ ସ୍ବାମୀ ଶିମାଞ୍ଚଳ ସାହୁ ଦୁଇ ପୁଅ ସନ୍ତାଷ୍ ଓ ସୁଶାନ୍ତ। ସେହି ଗ୍ରାମ ର ବିକଳାଙ୍ଗ ଶିମାଞ୍ଚଳଙ୍କୁ ବିବାହ କରିଥିଲେ।ପ୍ରଭାସିନୀ ଙ୍କ ଦୁଇ ପୁଅ ଅନ୍ୟ ପିଲାଙ୍କ ପରି ସୁସ୍ଥ ସବଳ ଥିଲେ କିନ୍ତୁ ୮ବର୍ଷ ହେଲା ଅଜଣା ରୋଗରେ ପୀଡିତ ହୋଇ ଥିବା ବେଳେ ଏବେ ପୁଣି ସାନ ପୁଅ କୁ ମଧ୍ୟ ସେହି ଅବସ୍ଥା ଦେଖା ଦେଇଥିବା ବାପା ମା କହିଛନ୍ତି ପ୍ରଭାସିନୀ ୨୦ବର୍ଷ ଧରି ଏକ ବିଦ୍ୟାଳୟ ରେ ପ୍ରାଚିକା ଭାବେ ମାତ୍ର ମାସିକ ୧୪୦୦ଟଙ୍କା ଏବଂ ସ୍ବାମୀ ପୁଅ ଙ୍କ ଭତା ୧୦୦୦ଟଙ୍କାରେଏକ ଭଙ୍ଗା ଘରେ କାଟୁଛି ଜୀବନ।ମାତ୍ର ୨୪୦୦ ଟଙ୍କାରେ କେମିତି କାଟୁଛି ତାହା ଭଗବାନ୍ ହିଁ ଜାଣିଛନ୍ତି ନିଜ ମନର କଥା କହିଛନ୍ତି ପ୍ରଭାସିନୀ।ଏପଟେ ଗ୍ରାମରେ ଦୁଇଟି ଘର ଛାଡ଼ି ସମିତି ସଭ୍ୟ ଥାଇ ମଧ୍ୟ କୌଣସି ସହାୟତା ମିଳୁ ନଥିବା ବେଳେ କେବେ ସରକାର ଆମ ଦୁଃଖ ବୁଝିବେ କିଏ ଆମକୁ ସାହା ହେବ ତିନି ତିନୋଟି ବିକଳାଙ୍ଗ କୁ ନେଇ ଚିନ୍ତାରେ ପ୍ରଭାସିନୀ।

Leave a Reply

Your email address will not be published. Required fields are marked *