ଅଳ୍ପ ଦିନରେ ଭାଙ୍ଗିଗଲା ସ୍ମାର୍ଟ୍ ସ୍କୁଲର ପାଚେରୀ

ଫୋକସ ପ୍ଲସ(ଟିକାବାଲି)୨୪/୦୮/୨୦୨୨: ଟିକାବାଲି ଅଞ୍ଚଳ ଚକାପାଡ ବ୍ଲକ ଅନ୍ତର୍ଗତ ବପଲମେଣ୍ଡି ବି ପଞ୍ଚାୟତ ଅନ୍ତର୍ଗତ ବିରିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଏହି ଦୁଇଦିନ ଲଗାଣ ବର୍ଷାରେ ପାଚେରୀ ଭାଙ୍ଗି ଭୁଶୁଡି ପଡିଛି ଫଳରେ ଉପର ମୁଣ୍ଡରୁ କେନାଲ ରେ ଆସୁଥିବା ପାହାଡ଼ ଝର ପାଣି ସ୍କୁଲ ଭିତରକୁ ପଶି ଯାଉଛି ଯାହାରି ଫଳରେ ସ୍କୁଲରେ ଲଗାଯାଇଥିବା ନୂଆଁ ଗଛ ଗୁଡ଼ିକ ନଷ୍ଟ ହେବାର ଆଶଙ୍କା ରହିଛିଏହା ଛଡା ସ୍କୁଲ ଆସୁଥିବା ପିଲା ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବିଚରଣରେ ଅସୁବିଧା ହେଉଛି |ଅପରପକ୍ଷ ରେ ଏହି ଅଳ୍ପଦିନରେ ସିମେଣ୍ଟ ଓ ଇଟାରେ ନିର୍ମାଣ କରାଯାଇଥିବା ପାଚେରୀ ଏତେ ନିମ୍ନ ମାନର ଯେ ବର୍ଷେ ନ ପୂରୁଣୁ ଭାଙ୍ଗି ଯାଇଛି |ତରତର କରି ନିର୍ମାଣ କରି ସ୍ମାର୍ଟ୍ ସ୍କୁଲର ପାଚେରି ତିଆରି କରିବା ଆଳରେ ପଇସା ଲୁଟିଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି |କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳେ ଚକାପାଦ ବି ଡି ଓ ଙ୍କ ନିର୍ଦେଶ କ୍ରମେ ସରକାରୀ ବାବୁ ମାନେ ଯଥା କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଆସି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି |

 

Leave a Reply

Your email address will not be published. Required fields are marked *