ଅଶ୍ଵଗନ୍ଧାର ଚମତ୍କାରିତା ବିଷୟରେ ଜାଣନ୍ତୁ

ଅଶ୍ଵଗନ୍ଧାର ଚମତ୍କାରିତା ବିଷୟରେ ଜାଣନ୍ତୁ
ଅଶ୍ୱଗନ୍ଧା, ଏହି ନାଁ ଆପଣ ଅନେକ ଥର ଶୁଣିଥିବେ। ଏହା ଏକ ପ୍ରକାର ଜଡିବୁଟି। ଅନେକ ରୋଗର ଉପଶମ ପାଇଁ ଏହାକୁ ଔଷଧ ରୂପେ ବ୍ୟବହାର କରାଯାଏ। ତେବେ ଆପଣ ଭାବୁଥିବେ ଅଶ୍ୱଗନ୍ଧା କଣ, ଏହାର କଣ କଣ ସବୁ ଔଷଧୀୟ ଗୁଣ ଅଛି ଆସନ୍ତୁ ଜଣିବା।ମୋଟା ପଣ କମ୍‌ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ତେବେ ଅଶ୍ୱଗନ୍ଧାର ଏମିତି ଅନେକ ଉପକାର ଅଛି ଯାହା ଆପଣ ହୁଏତ ଶୁଣି ନଥିବେ!କ୍ୟାନସର ଭଳି ଖତରନାକ ରୋଗପାଇଁ ଖୁବ୍‌ ଉପଯୋଗୀ ଅଶ୍ୱଗନ୍ଧା । ଗବେଷଣାରୁ ଜଣା ପଡ଼ିଛି ଅଶ୍ୱଗନ୍ଧାରେ କ୍ୟାନ୍ସର ସେଲକୁ ବଢ଼ିବାରେ ରୋକିଥାଏ।ଅଶ୍ୱଗନ୍ଧାରେ ଥିବା ଅକ୍ସିଡେଣ୍ଟ୍ ଆପଣଙ୍କ ଇମ୍ୟୁନସିଷ୍ଟମକୁ ମଜଭୁଦ କରିବାରେ କାମ କରିଥାଏ। ଏହାଦ୍ୱାର ଭଲ ନିଦ ବି ଆସିଥାଏ। ଅଶ୍ୱଗନ୍ଧା ଅନେକ ରୋଗକୁ ଚୁଟକିରେ ଦୂର କରିଥାଏ। ଯାହା ଆପଣଙ୍କୁ ଥଣ୍ଡା, ଜ୍ୱର ଭଳି ରୋଗରୁ ଲଢିବାକୁ ଶକ୍ତି ଦେଇଥାଏ। ଅଶ୍ୱଗନ୍ଧା ମାନସିକ ଦୁଶ୍ଚିନ୍ତା ଭଳି ସମସ୍ୟାକୁ ଠିକ୍‌ କରିଥାଏ। ଏକ ରିପୋର୍ଟ ଅନୁସାରେ ଅଶ୍ୱଗନ୍ଧା ବ୍ୟବହାର କଲେ ୭୦ ପ୍ରତିଶତ ପର୍ଯ୍ୟନ୍ତ ମାନସିତ ରୋଗ ଭଲ ହୋଇଥାଏ। ଏହା ଶରୀରର ମାନସିକ ସନ୍ତୁଳନ ଠିକ୍‌ ରଖିଥାଏ। ଖାଲି ସେତିକି ନୁହେଁ ..ମାନସିକ ଚିନ୍ତା, ପକ୍ଷାଘାତ ରୋଗ, ପ୍ରୋଷ୍ଟେଟ ଏବଂ କର୍କଟ ଭଳି ସମସ୍ୟାକୁ ଦୂର କରିଥାଏ।

Leave a Reply

Your email address will not be published. Required fields are marked *