ଅସରାଏ ବର୍ଷାରେ ବେହାଲ ସ୍ମାର୍ଟସିଟି

ଫୋକସ ପ୍ଲସ (ଭୁବନେଶ୍ୱର)୨୨/୦୬/୨୦୨୨: ରାସ୍ତାରେ କେଉଁଠି ଆଣ୍ଠୁଏ ଆଣ୍ଠୁଏ ପାଣି ତ ଆଉ କେଉଁଠି କେତେ ପାଣି ଅଛି ଜଣାପଡୁନାହିଁ । ଖାଲ ଖମା ଭି ପାଣିରେ ଜଣାପଡୁନାହିଁ । ସତେ ଯେମିତି ଏକ ପ୍ରକାର ବନ୍ୟା ସୃଷ୍ଟି ହୋଇଛି । ଇଏ ହେଉଛି ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତାର ଦୃଶ୍ୟ । ଡ୍ରେନେଜ କଥା ନ କହିବା ଭଲ । ରାସ୍ତାକଡରେ ଥିବା ଡ୍ରେନେଜ ମଧ୍ୟ ଦେଖାଯାଉନାହିଁ । ପାଣି ନିଷ୍କାସନ ହେବାକୁ ସୁବିଧା ବି ନାହିଁ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଂଚଳର ଏହି ରାସ୍ତାଟି ଚକେଇସିହାଣୀ,ମଞ୍ଚେଶ୍ୱର, ଶ୍ରୀରାମନଗର,ଏବଂ ଅନ୍ୟ ଅନ୍ୟ ସ୍ତାନକୁ ସଂଯୋଗ କରୁଛି । ପାଖା ପାଖି ତିରିଶ ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଏହି ବାଟ ଦେଇ ଅନେକ ସ୍କୁଲ ପିଲା,ଅନେକ ଲୋକ ପ୍ରତି ଦିନ ଯିବାଆସିବା କରନ୍ତି । ହେଲେ ଏହି ଦୃଶ୍ୟକୁ ଦେଖିଲେ ସତେ ଜଣାପଡୁଛି ଯେ ଏହି ରାସ୍ତାଟି କୌଣସି ଉପାନ୍ତ ଅଂଚଳରେ ଥିବ । ନାହିଁ ଆଜ୍ଞା ଏହି ରାସ୍ତାଟି ହେଉଛି ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା । ନିର୍ବାଚନ ଋତୁ ଆସିଲେ ବିଭିନ୍ନ ପ୍ରତିଶୃତି ଦେଇଥାନ୍ତି ବିଭିନ୍ନ ରାଜନୈତିକ ଦଳର ନେତାମାନେ । ହେଲେ ନିର୍ବାଚନ ସରିଲାପରେ ଯେତେବେଳେ ରାଜଗାଦିରେ ନେତା ବସନ୍ତି ସେତେବେଳେ ଭୁଲିଯାଅନ୍ତି ଜନତାଙ୍କ କଥା । ସତେ ଯେମିତି ନେତାଙ୍କ ପ୍ରତିଶୃତି ଜନତାଙ୍କ ପାଇଁ ପାଣିର ଗାର ପାଲଟି ଯାଇଥାଏ । ସବୁଠାରୁ ବଡ କଥା ହେଲା ଏହି ରାସ୍ତାଟି ବର୍ଷେପୂର୍ବରୁ ତିଆରି ହୋଇ ଥିଲା । କିନ୍ତୁ ଏକ ବର୍ଷ ନ ପୁରୁଣୁ ରାସ୍ତାଟି ପିଚୁ ଉଠିଯାଇ ରାସ୍ତାର ଚାରିଆଡେ ଫୁଟେ ଲେଖାଏ ଗାତ ହୋଇଗଲାଣି । ରାସ୍ତାଟି ସଂମ୍ପୁର୍ଣ ରୂପେ ମରଣ ଯନ୍ତା ପାଲଟିଯାଇଛି ସାଧାରଣ ଜଣତାଙ୍କ ପାଇଁ । ରାସ୍ତାକାମ ନାରେ ଏଠି ନେତା, ଠିକାଦାର,କଣ୍ଟ୍ରାକ୍ଟରଙ୍କ ମିଳିତ ଭଗତରେ ହୋଇଛି ହରିଲୁଟ । ପ୍ରଶାସନ ସବୁ ଜାଣି ଚୁପ ବସିଛି । ବିଏମସି,ପୃତବିଭାଗ କୁ କଣ ଦେଖାଯାଉନାହିଁ । ନା ଅଧିକାରୀ ମାନେ କିଛି ପକେଟ ଗରମ କରି ବସିପଡିଛନ୍ତି । ଆଗକୁ ଦେଖିବାକୁ ବାକି ରହିଲା ସ୍ତାନୀୟ ନେତାଙ୍କ କେବେ ଦ୍ରୁଷ୍ଟି ପଡୁଛି ଏହି ରାସ୍ତା ଉପରେ । କେବେ ନିଦ ଭାଙ୍ଗିବ ବିଏମିଶିର । କେବେ ନିଦ ଭାଙ୍ଗିବ ପୃତବିଭାଗର । ଆଗକୁ ଆସୁଛି ବର୍ଷା ୠତୁ ।ଏହି ସବୁ ସମସ୍ୟାକୁ ସାମ୍ନା କରିପାରିବେତ ମେୟର ମୋହଦୟା । କେବେ ସମାଧାନ ହେବ ଏହି ରାସ୍ତା ସମସ୍ୟା ।

Leave a Reply

Your email address will not be published. Required fields are marked *