ଅସରାଏ ବର୍ଷା ଉବୁଡୁବୁ ଭୁବନେଶ୍ୱର

ଫୋକସ ପ୍ଲସ (ଭୁବନେଶ୍ୱର) ୦୫/୦୭/୨୦୨୨: ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ଭୁବନେଶ୍ବରର ଅବସ୍ଥା| ଅସରାଏ ବର୍ଷା ହେଲେ ଜଳାର୍ଣ୍ଣବ ହୋଇପଡୁଛି ରାଜଧାନୀ ର ବିଭିନ୍ନ ଅଞ୍ଚଳ |ବଡ଼ ବର୍ଷାରେ ଉବୁଟୁବୁ ହୋଇଯାଇଛି ସ୍ମାର୍ଟସିଟି | ରାସ୍ତାରେ ଲହଡ଼ି ମାରୁଛି ବର୍ଷାପାଣି |ଭୁବନେଶ୍ୱର ର ବିଭିନ୍ନ ଅଞ୍ଚଳରେ ସାମୁଦ୍ରିକ ପରିସ୍ଥିତି ସୃଷ୍ଟି ହେଉଛି | ଗାଡ଼ି ମଟର ଅଟକି ରହିବା କଥା ହେଉ ଅବା ସରୀସୃପ ଙ୍କ ଦଂଶନ,ସାଧାରଣରେ ଭୟ ସୃଷ୍ଟି କରୁଛି |କିଛି ଦିନ ତଳେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ସରିଛି |ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ବିଜେଡି ନିର୍ବାଚନ ବୈତରଣୀ ପାର ହୋଇଛି ସତ,କିନ୍ତୁ ବର୍ଷା ରେ ଭୁବନେଶ୍ୱର ରେ ବର୍ଷା ର ବୈତରଣୀ ଲହଡି ଖେଳୁଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା କୁ କେମିତି ଅଣଦେଖା କରାଯାଉଛି ତାକୁ ନେଇ ଦେଖନ୍ତୁ ଆଜିର ସ୍ପେସିଆଲ ରିପୋର୍ଟ “ଧନ୍ୟ ତୁମ ବର୍ଷା ପ୍ରେମ ” | ଅସରାଏ ବର୍ଷା ରେ ଉବୁଟୁବୁ ଭୁବନେଶ୍ୱର |ପରିସ୍ଥିତି ହେଉଛି ବେହାଲ |ଅସ୍ତବ୍ୟସ୍ତ ହେଉଛି ଜନଜୀବନ |ଚାରିଆଡେ କଂକ୍ରିଟ ର କୋଠା ଆଉ ରାସ୍ତା ବର୍ଷା ପାଣି ନିଷ୍କାସନ ରେ ସାଜିଛି ବାଧକ |ସ୍ମାର୍ଟ ସିଟି ବୋଲାଉଥିବା ଭୁବନେଶ୍ୱର ରେ ବର୍ଷା ଦିନେ ଯେମିତି ଗାଁ ଠୁ ହୀନିମାନ ହେଇଯାଉଛି | ନିର୍ବାଚନ ଆସୁଛି ଯାଉଛି |କିନ୍ତୁ ଡ୍ରେନେଜ ସମସ୍ୟା ଏବେ ବି ସୁଧୁରିବାର ନା ‘ଧରୁନି | ନିର୍ବାଚନର ପ୍ରତିଶୃତି ପାଣିର ଗାର ସଦୃଶ୍ୟ ହୋଇଯାଉଛି | ଖୁବ କମ ଦିନ ତଳେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ରେ ବିଜେଡି ଅନେକ ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିଲା |କିନ୍ତୁ ଏହି ପ୍ରତିଶୃତି କେବଳ ଲୋକଙ୍କୁ ଭୁଆଁ ବୁଲା ଯାଇଛି ବୋଲି ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହେଉଛି |ମାତ୍ର କିଛି ସମୟ ବର୍ଷା ହେଲେ ଭୁବନେଶ୍ୱର ଇସ୍କନ୍ ମନ୍ଦିର ସାମ୍ନା, ରସୁଲଗଡ଼ ହାଟ ଓ ଏସପ୍ଲାନେଡ୍ ମଲ୍ ସାମ୍ନା, ବମିଖାଲ୍, ଲକ୍ଷ୍ମୀସାଗର, ସତ୍ୟନଗର, ପୁରୁଣା ଭୁବନେଶ୍ବର ଆଦି ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣିର ଉଚ୍ଚତା ସତେ ଯେମିତି ପୋଖରୀର ଭ୍ରମ ସୃଷ୍ଟି କରୁଛି | ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶି ଯାଉଥିବା ମଧ୍ୟ ନଜିର ରହିଛି | ରାସ୍ତା ଉପରେ ଜମି ରହିଥିବା ପାଣିରେ ଗାଡ଼ିମୋଟର ଫସି ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି | ପ୍ରତ୍ୟେକ ଥର ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ହେବା ପରେ ନୂଆପଲ୍ଲୀ ଇସ୍କନ ମନ୍ଦିର ସାମ୍ନାରେ ବୃହତ୍ ଜଳାଶୟର ଭ୍ରମ ସୃଷ୍ଟି ହେଉଛି | ରାଜଧାନୀରେ ବର୍ଷା ପାଣି ଜମିବା ପରେ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ| ପାଣି ଜମୁଥିବା ଅଞ୍ଚଳଉପରେ ନଜର ରହିଛି ଓ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଡ୍ରେନ କାମ ସାରିବାକୁ ମଧ୍ୟ ନିଷତ୍ତି ନିଆଯାଇଛି | ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ ଓ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଉଛି ବୋଲି ସେ କମିଶନର କହିଛନ୍ତି।କିନ୍ତୁ ଏହି ସମସ୍ୟା କେବେଳ ଆଜି କାଲିର ନୁହେଁ, ଦୀର୍ଘ ଦିନ ଧରି ଭୁବନେଶ୍ୱର ରେ ପାଣି ନିଷ୍କାସନ ର ସମସ୍ୟା ଲାଗି ରହିଥିବା ବେଳେ ରାଜନୈତିକ ଦୃଢ ଇଚ୍ଛାଶକ୍ତିର ଅଭାବ ପରିଲିକ୍ଷିତ ହୋଇଛି | ଚଳିତ ବର୍ଷ ର ବର୍ଷା ଆଗକୁ ବାକି ଅଛି, କିନ୍ତୁ ଏହି ଅବ୍ୟବସ୍ଥା ର ଯଦି ସମାଧାନ କରାନଯାଏ ତେବେ ଭୁବନେଶ୍ୱର ତଳିଆ ଅଞ୍ଚଳ ରେ ଘରେ ଘରେ ପାଣି ପଶିବା ସହ ଜନ ସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବେ ତାହା ସ୍ପଷ୍ଟ ବାରି ହୋଇ ପଡୁଛି |

ପାଣିପାଗ ସୂଚନାନୁସାରେ ଆଗାମୀ ଦୁଇଦିନ ବ‌ର୍ଷାହେବ | ଏହାସହ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ବି ହୋଇପାରେ |ରାସ୍ତାଘାଟରେ ପାଣି ସମସ୍ୟା ଯୋଗୁଁ ବହୁ ଲୋକ ଅକାରଣେ ଭିଜିଥାନ୍ତି | ନିରାପଦ ସ୍ଥାନରେ ମୁଣ୍ଡ ଗୁଞ୍ଜିବାକୁ ଲୋକଙ୍କ ପାଇଁ ଆଶ୍ରା ବି ନାହିଁ |ବହୁ ମହିଳା ଓଦା ହୋଇ ବସ୍ ଓ ଅଟୋରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି | ଅନେକ ରାସ୍ତାରେ କୃତ୍ରିମ ବନ୍ୟା ଗାଡ଼ି ଚାଳକମାନଙ୍କୁ ସମସ୍ୟାରେ ପକାଉଛି | ପୁରୁଣା ଭୁବନେଶ୍ବର ଅଞ୍ଚଳର ଲୋକେ ବେଶ୍ ପ୍ରଭାବିତ ହୋଇଛି | କିନ୍ତୁ ଏହାକୁ ମୁକାବିଲା କରିବା ପାଇଁ BMC କଣ ପଦକ୍ଷେପ ନେଉଛି ତାହା କୁ ଦେଖିବାକୁ ଅପେକ୍ଷା |

Leave a Reply

Your email address will not be published. Required fields are marked *