ଫୋକସ ପ୍ଲସ(ନୂଆପଡା) ୩୦/୦୭/ ୨୦୨୨: ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ଅନ୍ତର୍ଗତ ଟିମନପୁର ଗ୍ରାମ।ଟିମନପୁର ୪୦ ବର୍ଷ ହେବ ଏଠାରେ ଏକ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ।ଜନ ସାଧାରଣ ଙ୍କ ସ୍ୱାର୍ଥ ଓ ସର୍ବାଙ୍ଗିନ ବିକାଶ ସକାଶେ ୪୦ ବର୍ଷ ତଲେ ଏଠାରେ ଏକ ଗ୍ରାମ ପଞ୍ଚାୟତ ଗଠିତ ହୁଏ ।ବ୍ଳକ ସଦର ମହକୁମା ଠାରୁ ଏହି ଗ୍ରାମ ପଞ୍ଚାୟତ ର ଦୂରତା ମାତ୍ର ୧୦ କିଲୋମିଟର ।ଜନସାଧାରଣ ଙ୍କ ସର୍ବାଙ୍ଗିନ ବିକାଶ ସକାଶେ ସରକାର ଅନେକ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି।ଲୋକେ ଯେପରି ନିଜ ସାମ୍ବିଧାନିକ ଅଧିକାର ପାଇଁ ପାରିବେ ସେଥିପାଇଁ ଗ୍ରାମପଞ୍ଚାୟତ ସ୍ତରରୁ ଗ୍ରାମ ସ୍ତରୀୟ ଲୋକ ପ୍ରତିନିଧି ଓ ପ୍ରଶାସନର ସୁବିଧା ଓ ବ୍ୟବସ୍ଥା କରିଛନ୍ତି।କିନ୍ତୁ ପ୍ରଶାସନ ର ଆନ୍ତରିକତା ଅଭାବ ଓ ରାଜନେତା ଲୋକ ପ୍ରତିନିଧି ଙ୍କ ଇଚ୍ଛା ଶକ୍ତି ଅଭାବ ଯୋଗୁଁ ସରକାରଙ୍କ ଯୋଜନା ସମ୍ପୁର୍ଣ୍ଣ ଅପହଞ୍ଚ ହେଉଥିବା ଦେଖିବାକୁ ମିଳୁଛି ।ପ୍ରକୃତ ହିତାଧିକାରୀ ଯୋଜନା ରୁ ବଞ୍ଚିତ ହୋଇ ଅନେକ ଅସୁବିଧାରେଜୀବନ ବିତାଉଛନ୍ତି। ଏପରିକି ମୁଣ୍ଡ ଲୁଚାଇ ବାକୁ ଛାଇ, ଖାଇବାକୁ ଖାଦ୍ୟ, ରୋଗବ୍ୟାଧି ରେ ଆକ୍ରାନ୍ତ ହୋଇ ରାଜରାସ୍ତାରେ ଛଟପଟ ହେଉଛନ୍ତି।ଥିଲା ଥୋଇଲା ବାଲା ସରକାରୀ ଯୋଜନାର ଲାଭାଂଶ ରେ ପରିପୂର୍ଣ୍ଣ ଥିବା ବେଳେ ଅସହାୟ ଙ୍କ ପାଇଁ ଏହା ସାତ ସପନ । ଏପରି ଉଦାହରଣ ଓ ପ୍ରତ୍ୟକ୍ଷ ଘଟଣା ଦେଖି ବାକୁ ମିଳିଛି ଟିମନପୁର ଗ୍ରାମରେ।ଗ୍ରାମରେ ରହନ୍ତି ମୋତିରାମ ଅଗ୍ରୱ।ଳ ପୁଅ ୬୩ ବର୍ଷ ଓ ଶାନ୍ତି ଅଗ୍ରୱାଲ ମାଆ ୯୫ ବର୍ଷ ।ଦୁହେଁ ଦୁହିଙ୍କୁ ଅସହାୟ ମାଆ ବାର୍ଦ୍ଦକ୍ୟ ଅବସ୍ଥା ଯୋଗୁଁ ସମ୍ପୂର୍ଣ୍ଣ ଅକ୍ଷମ ଓ ପୁଅ ବିକଳାଙ୍ଗ ହେତୁ ସମ୍ପୂର୍ଣ୍ଣ ଅକ୍ଷମ ।ଦୁହିଁଙ୍କ ପରିବାର କହିଲେ ନାତି ନାତୁଣୀ ପୁଅ ଅଛି ।କିନ୍ତୁ ଏମାନଙ୍କ ପରିସ୍ଥିତି ଦେଖି ଆଜକୁ ୨୦ ବର୍ଷ ହେବ ସୁଦୁର ଛତିଶଗଡ଼ ରାଜ୍ୟ ରାୟପୁର ରେ ରହୁଛନ୍ତି ।ସମ୍ପୂର୍ଣ୍ଣ ଏମାନେ ସମ୍ପର୍କ ବାହାରେ ରହୁଛନ୍ତି ।ଏହି ମାଆ ପୁଅ ପାଇଁ ସରକାରୀ ଯୋଜନା କହିଲେ ମାଆର ବାଦ୍ଦକ୍ୟ ଭତ୍ତା ଓ ୫ କି.ଗ୍ରା ଚାଉଳ । ବାସ ଗୂହହିନ ମାଆ ପୁଅ ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି ।ବର୍ଷ। ଦାଉରୁ ଲୁଚିଥାନ୍ତି ।ଉଭୟ ମାଆ ଓ ପୁଅ ଅକ୍ଷମ ହେତୁ ଗୁରୁଣ୍ଡି ଗୁରୁଣ୍ଡି ନିଜ ଗ୍ରାମରେ ଭିକ୍ଷା ବୃତ୍ତି କରନ୍ତି ।ମାଆର ବାଦ୍ଦକ୍ୟ ଅଵସ୍ଥା ହେତୁ ଅଣ୍ଟା ସଳଖି ଚାଳି ନ ପାରନ୍ତି ।ସେହି ପରିସ୍ଥିତିରେ ମଧ୍ୟ ପାଣି ଓ ଚାଉଳ କୁ ସିଝାଇବା ନିମନ୍ତେ କାମ କରନ୍ତି ।ପୁଅର ଗୋଡ଼ ଭାଙ୍ଗି ଯିବାରୁ ଆଣ୍ଠୁ ପର୍ଯ୍ୟନ୍ତ ବ୍ୟାଣ୍ଡେଜ କରାଯାଇଛି ।ଏପରି ଅବସ୍ଥାରେ ମଧ୍ୟ ଗାଁ ଦାଣ୍ଡରେ ଭିକ୍ଷା ବୃତ୍ତି କରି ପେଟ ପୋଷନ୍ତି ।ପୁଅ ବାଦ୍ଦକ୍ୟ ଅବସ୍ଥା ହୋଇଥିଲେ ମଧ୍ୟ ବାଦ୍ଦକ୍ୟ ଭତ୍ତା ଓ ରେସନ ସାମଗ୍ରିରୁ ବଞ୍ଚିତ ।ସରକାରଙ୍କ ଅନେକ ଯୋଜନା ଅଛି । କିନ୍ତୁ ସବୁ ଯୋଜନା ଉଭୟଙ୍କ ପାଇଁ ଅପହଞ୍ଚ ।ସରକାର ଯଦି ଏମାନଙ୍କୁ ଯୋଜନାରେ ସାମିଳ କରନ୍ତି ।ତେବେ ଏମାନେ ଏହି ବୟସରେ ମଧ୍ୟ ଦୁଃଖ ର ଯନ୍ତ୍ରଣା ଉପଳବ୍ଧୀ କରି ନ ପାରନ୍ତେ ।ଏଣୁ ସରକାର ତୁରନ୍ତ ଦୃଷ୍ଟି ଦେଇ ଏମାନଙ୍କ ଆବଶ୍ୟକୀୟ ସାମଗ୍ରି ଯୋଜନା ଅନୁଯାୟୀ ସାମିଲ କରି ଯୋଗାଇ ଦେଇବାକୁ ସାଧାରଣରେ ଦାବି ହେଉଛି ।ଏନେଇ ଗୋଷ୍ଠିଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କୁ ପଚାରୀବାରୁ ଯଥା ଶ୍ରିଘ୍ର ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।