ଅସହାୟ ପାଇଁ ସହାୟତା ହାତ ବିପଦର ସାଥି

ଫୋକସ ପ୍ଲସ (ସାଲେପୁର)୧୦/୦୭/୨୦୨୨: କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ଗ୍ରାମପଞ୍ଚାୟତରେ ସଦ୍ୟ ଗଢି ଉଠି ଥିବା ଏକ ସାମାଜିକ ଅନୁଷ୍ଠାନ ବିପଦର ସାଥି ପକ୍ଷରୁ କିଶୋରନଗର ଅନ୍ତର୍ଗତ ମାନପୁର ପଞ୍ଚାୟତର ଗଡମା ଗ୍ରାମ ନିବାସୀ ସ୍ବର୍ଗତ ମୁନତାଜ୍ ଅଲ୍ଲୀଙ୍କ ପତ୍ନୀ ଜନତୁନବିବି ଙ୍କୁ ଶନିବାର ଦିନ ଶୁଖିଲା ଖାଦ୍ୟ ଓ ଆର୍ଥିକ ସାହାଯ୍ୟ ବିପଦର ସାଥି ଅନୁଷ୍ଠାନ ର ସଭାପତି ସୋମନାଥ ସାହୁ, ଓ ସମ୍ପାଦକ ଲିୟାକତ ଅଲ୍ଲୀ ଖାଁ ଙ୍କ ତତ୍ୱାବଧାନ ରେ ଯୋଗେଇଦିଆଯାଇଥିଲା । ଉକ୍ତ୍ କାର୍ଯ୍ୟ କ୍ରମରେ ,ଉପ ସଭାପତି ତାଜମୁଲ ତାତାରି, ଉପଦେଷ୍ଟା ସୟଦ୍ ସାଜିଦ୍ ଅଲ୍ଲୀ, ଯୁଗ୍ମ ସମ୍ପାଦକ ସୁନାକର ଭୋଇ, ସାବିର ଅଲ୍ଲୀ, ମହମ୍ମଦ ଅଲ୍ଲୀ, ଅବଦୁଲ ସଲାମ, ନକୀ ଉନ୍ ତାତାରି, ମୌଲାନା ଇଫତେଖାର, ଅକ୍ଷୟ ବେହେରା, ଜଟି ଭୋଇ ଓ ସମସ୍ତ ସଦସ୍ୟ, ମାଣପୁର୍ ପଞ୍ଚାୟତ ର ବିଜେଡି ସଭାପତି ତଥା ସମାଜସେବୀ ରୁସ୍ତମ ମହମ୍ମଦ,ଓ ଉପସ୍ଥିତ ଗଡମା ଗ୍ରାମର ଜନ ସାଧାରଣ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଉକ୍ତ କାର୍ଯ୍ୟକ୍ରମ ଏହିଭଳି ଜାରି ରହିବ ବୋଲି ସଂଘର ସଭାପତି ଓ ସମ୍ପାଦକ ପ୍ରକାଶ କରିଛନ୍ତି।ଏଥି ସହିତ ସାଧାରଣରେ ଏହି ସହଯୋଗ କୁ ପ୍ରଶଂସା କରାଯାଇଛି ।

ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *