ଅସାଧୁ ଠିକାଦାର ଓ ଅସାଧୁ କନିଷ୍ଟ ଯନ୍ତ୍ରୀଙ୍କ ମିଳିତ ଘୋଟାଲା

ଫୋକସ ପ୍ଲସ(କନ୍ଧମାଳ) ୨୯/୦୭/ ୨୦୨୨: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ବ୍ଲକ ଠାରୁ ଏସ. ଏଚ. ପାଞ୍ଚ ନମ୍ବର ମୁଖ୍ୟ ରାସ୍ତା ଠାରୁ ସିନାଗୁଡା କୁ ସଂଯୋଗ କରୁଥିବା ବିଜୁ ସେତୁ ନବ ନିର୍ମିତ ପିଚୁ ରାସ୍ତା ଉପରେ ଅସାଧୁ ଠିକାଦାର ଅସାଧୁ କନିଷ୍ଟ ଯନ୍ତ୍ରୀ ମିଳିତ ରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରାଯାଇଛି l ସେହି ଦିଗରେ ଅଦିନୀଆ ବର୍ଷାରେ ଧୋଇ ହଇଗୋଲା ନବନିର୍ମିତ ପିଚୁ ରାସ୍ତା l ଯାହାରୀ ଫଳରେ ଗୁଡ଼ାଏ ଗାଁ ସମ୍ପୂର୍ଣ ଦୁର୍ଦଶାରେ ଭାଙ୍ଗି ପୋଡି ଚିନ୍ତା ରେ ଗ୍ରାମବାସୀ l ଏହି କ୍ଷେତ୍ରରେ ଚାଉଳ ଧୁଆ ପୋଲ ହୋଇ ଯାଉଥିବା ରାସ୍ତା ଟି ସମ୍ପୂର୍ଣ ଭାଙ୍ଗିଯାଇ ଖାଲ ଖମା ହୋଇ ପାଣି ଜମା ହଇଥିବା ବେଳେ ଉକ୍ତ ରାସ୍ତା ଦେଇ ଚଳ ପ୍ରଚଳ କରୁଥିବା 20 ରୁ ଉର୍ଦ୍ଧ ଗ୍ରାମବାସିଙ୍କ ଦୁର୍ଦଶା କହିଲେ ନ ସରେ l ସ୍ଥାନୀୟ ବାସିନ୍ଧା ଙ୍କ କହିବା ଅନୁଯାଇ ଅନେକ ଦିନ ଅନେକ ବର୍ଷ ଏହି ରାସ୍ତା ପାଇଁ ସରପଞ୍ଚ ଠୁ ଆରମ୍ଭ କରି ଚେୟାରମେନ ପର୍ଯ୍ୟନ୍ତ ଚେୟାରମେନ ଠୁ ଆରମ୍ଭ କରି ଜିଲ୍ଲା ଚେୟାରମ୍ୟାନ ପର୍ଯ୍ୟନ୍ତ ଏବଂ ବ୍ଲକ ବି. ଡି. ଓ. ଠୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଆମର ରାସ୍ତା ପାଇଁ ଅଭିଯୋଗ କଲାପରେ ରାସ୍ତା ବାବଦକୁ ମଞ୍ଜୁରୀ କରି ରାଜ୍ୟ ସରକାର ଙ୍କ ଯୋଜନା ବିଜୁ ସେତୁ ଯୋଜନା ଅନୁଯାଇ 2017 ମସିହାରେ ରାଜ୍ୟ ସରକାର ଙ୍କ ଆର. ଡି. ବିଭାଗ ଦ୍ୱlରା ରାସ୍ତା କାମ ଆରମ୍ଭ କରାଯାଇଥିଲା l ଏହି ରାସ୍ତା ଓ ପୋଲ ର ଅଟକଳ ମୂଲ୍ୟ 1 କୋଟି 80 ଲକ୍ଷ ଥିବା ବିଭାଗୀୟ ଯନ୍ତ୍ରୀ କହିଛନ୍ତି I ଉକ୍ତ କାମ ଜୈନିକ ପ୍ରତାପ ସ୍ୱାଇଁ ନାମକ ଠିକାଦାର ସମ୍ପୃକ୍ତ ରଡିଗୁମା ଠାରୁ ସିନାଗୁଡା କୁ ସଂଯୋଗ କରୁଥିବା ରାସ୍ତା କାମ କରିଥିଲେ I ଦୁଃଖ ଓ ପରୀତାପ ର ବିଷୟ ରାସ୍ତା କାମ ପ୍ରାୟ ଏକ ମାସ ନ ପୂରୁଣୁ ରାସ୍ତା ଟି ସମ୍ପୂର୍ଣ ନଷ୍ଟ ହୋଇଯାଇ ଥିବା ଦେଖାଦେଇଛି I ଫଳରେ ସ୍ଥାନୀୟ ଗ୍ରାମ ବାସି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି I ନିମ୍ନମାନର କାମ ହଇଥିବା ଯୋଗୁଁ ହାତରେ ପିଚୁ ଖଳିଲେ ବାହାରୁଛି ଯାହାକି ଭାବିଲେ ଭାବି ହେବନାହିଁ ଏଥିରେ ପ୍ରଶ୍ନ ଉଠୁଛି ଏତେ ନିମ୍ନମାନ ର କାମକୁ ବିଭାଗୀୟ ସରକାରୀ ଙ୍କ ଦରମା ଶ୍ରେଣୀ ଅଧିକାରୀ ପ୍ରସୟ ଦେଉଛନ୍ତି କେମିତି ? ଗୋଟିଏ କାମ ଏତେ ବର୍ଷ ଧରି ଚାଲୁଛି କେମତି ? ଅସାଧୁ ଠିକାଦାର ଚୁକ୍ତି ଖିଲାପ ପରେ ମଧ୍ୟ କାର୍ଯ୍ୟ କରିବାକୁ ସହଯୋଗ ଦିଆଯାଉଛି କେମିତି ? ଠିକାଦାର କୁ ଏତେ ଅନୁକମ୍ପା ଦେଖେଇବା ପଛର ରହଷ୍ୟ କଣ ? ପୂର୍ତ୍ତ ବିଭାଗର କେଉଁ ଆଧିକାରୀଙ୍କ ଛତ୍ର ଛାୟା ତଳେ ରହି ଏହି ଅସାଧୁ ଠିକାଦାର ଦୀର୍ଘ ବର୍ଷ ହେଲା ଏହିରାସ୍ତା ନିମ୍ନମାନ ର କାମ କରିଛନ୍ତି I ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଠିକାଦାର ଙ୍କୁ ଆର୍ଥିକ ଲାଭ ଦେବାସହ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଲାଭ ଉଠାଉଛନ୍ତି I ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବିଭିନ୍ନ ପଞ୍ଚାୟତ ରେ ମଧ୍ୟ ଏହି ଭଳି ନିମ୍ନମାନ ର ପିଚୁ ରାସ୍ତା କାମର ଦୃଶ୍ୟ ବାରମ୍ବାର ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର ହେଉଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ରାସ୍ତା ଘାଟ ସୁଧାର ଆଣିବା ଦିଗରେ ସରକାର ଙ୍କ ଜିଲ୍ଲାରେ ଦାୟିତ୍ୱ ରେ ଥିବା ଦରମା ଶ୍ରେଣୀ ପ୍ରଶାସନ ଆଉ ନିର୍ବାଚନ ପୂର୍ବରୁ ପ୍ରତ୍ୟକ ଗ୍ରାମାଞ୍ଚଳ କୁ ଯାଇ ବିଭିନ୍ନ ମିଥ୍ୟା ପ୍ରତିଶୃତି ଦେଇ ଥିବା ରାଜ ନେତାଙ୍କ ବୈମାତୃକ ମନ ଭାବ ସମସ୍ତଙ୍କୁ ମର୍ମାହତ କରିଛି I ସରକାର କନ୍ଧମାଳ କୁ ମାଳ ମାଳ ଯୋଜନା ଉପରେ ଯୋଜନା କୋଟି କୋଟି ଟଙ୍କାର ଅର୍ଥ ଆସୁଛି ସତ କିନ୍ତୁ ବ୍ୟୟ ର ହିସାବ ତାହା କୁଆଡେ ଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଜିଲ୍ଲାର ଭିଭିନ୍ନ ବ୍ଲକରେ ରାଜନେତା ମାନେ ଭିଭିନ୍ନ କାମ ଉପରେ ମିଥ୍ୟା ପ୍ରତିଶୃତି ଦେବାରେ ବୀରବର କିନ୍ତୁ କାମରେ ଜିର ଏଣୁ ଜିଲ୍ଲା ବାସି କହନ୍ତି ଜିଲ୍ଲା କନ୍ଧମାଳକୁ ନେତା ମାଳ ମାଳ କିନ୍ତୁ କାମରେ ଶୂନ ଫଳ ଜିଲ୍ଲାର ନେତା ମାନଙ୍କର ଇଚ୍ଛା ଶକ୍ତି ଅଭାବ ଏବଂ ଅଂହକାରୀ ନିଷ୍କ୍ରିୟତା ଏବଂ ପ୍ରଶାସନ ର ଅବହେଳା ଓ କୁମ୍ବକର୍ଣ୍ଣ ନିଦ୍ରାରେ ବିରାଜ ମାନଯୋଗୁଁ ଗାଁ ଗୋହଳି ରେ ବିଭିନ୍ନ ସମଶ୍ୟାର ସମ୍ମୁଖୀନ ହେବାର ଦେଖିବାକୁ ମିଳୁଛି l ଏ ସବୁ ଦୃଶ୍ୟ ରାଜନେତା ମାନଙ୍କ ଓ ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିଆକୁ କନ୍ଧମାଳ ଜିଲ୍ଲା ବାସି ଅଙ୍ଗୁଳି ନିର୍ଦେଶ କରିଛି l ଏ ମାନଙ୍କ ଅପାରଗତା ପାଇଁ ଜିଲ୍ଲାର ଆଇନ ଯିବି, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ଗଣ ମାଧ୍ୟମ ପକ୍ଷରୁ ଘରନିନ୍ଦା କରାଯାଇଛି l ଏହି କାମ ବାବଦ କୁ ଠିକାଦାର ପ୍ରତାପ ସ୍ୱlଇଁ ଙ୍କୁ ପଚାରିବାରୁ ସେ କହିଛନ୍ତି ଆର. ଡି. ଏକଜୁନ ଶୀଘ୍ର କାମ ସାରିବାକୁ ବାଧ୍ୟ କରିବାରୁ ମୁଁ ସେହି ଭଳି ନିମ୍ନମାନର ରାସ୍ତା କାମ କରିଛି ରାସ୍ତା ଭାଙ୍ଗିଲେ ମୁଁ ଏଥିରେ ଦାୟି ହେବି କି ? ଏଣୁ ପ୍ରଶାସନ ଏହି ରାସ୍ତା ପୁନଃନିର୍ମାଣ କରିବା ସମେତ ଦୁର୍ନୀତିର ସଠିକ ଭାବରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯାନୁଷ୍ଠାନ ନେବାକୁ ଅଞ୍ଚଳ ର ବିନୋଦ ଘୋଡ଼ାଇ , ରମେଶ ନାୟକ, ଲମ୍ବୁରା ପ୍ରଧାନ ସମେତ ଅଞ୍ଚଳ ବାସି ଦାବି କରିଛନ୍ତି l ଦାବି ପୂରଣ ନ କରାଗଲେ ରାସ୍ତାରେ ଉଲ୍ଲାଇ ବା ପାଇଁ ଚେତାବନି ଦେଇଛନ୍ତି l

Leave a Reply

Your email address will not be published. Required fields are marked *