ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଫୋକସ ପ୍ଲସ(ଲମତାପୁଟ)୧୪/୦୯/୨୦୨୨: ସ୍ୱାଧୀନତାର ୭୫ ବର୍ଷ ପୂରଣ ଓ ଆଜାଦ ଦି କି ଅମୃତ ମହୋତ୍ସବ ଅବସରରେ ଅହିଂସା ରଥ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲା ଲମତାପୁଟ ରେ ଅନୁଷ୍ଠିତ ହୋଇଯାଇଛି । ଲମତାପୁଟ ବ୍ଲକ ସୀମାନ୍ତ ପେଟା ପଞ୍ଚାୟତ ରେ ପେଟା, ସରପଞ୍ଚ ସମିତି ଓ ପଞ୍ଚାୟତ ଜନସାଧାରଣଙ୍କ ଦ୍ଵାରା ପ୍ରଥମେ ସ୍ୱାଗତ କରାଯାଇଥିଲା । ଲମତାପୁଟ ମାଳିସାହିରେ ଠାରେ ଅହିଂସା ରଥକୁ ବ୍ଲକ ପ୍ରସାଶନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମାଳିସାହି ଠାରୁ ଲମତାପୁଟ ମୁଖ୍ୟ ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭା ଯାତ୍ରାରେ କୋରାପୁଟିଆ ଢେମାସ ନାଚାର ତାଳେ ତାଳେ ଛାତ୍ରଛାତ୍ରୀ,ସ୍ୱୟଂ ସହାୟକ ଦଳର ମହିଳା ଓ ସ୍ଥାନୀୟ ନୃତ୍ୟ ପ୍ରେମୀ ନିଜ ନିଜ ନୃତ୍ୟ ପରିବେଷଣ କରି ଲୋକଙ୍କୁ ଉତ୍ସାହିତ କରିଥିଲେ । ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ୧୦୦ ମିଟର ଏକ ତ୍ରିରଙ୍ଗା ଧରି ସହର ପରିକ୍ରମା କରି ଲୋକଙ୍କୁ ବେଶ ଉତ୍ସାହିତ କରିଥିଲେ ।ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା । ସହିଦ ଲକ୍ଷ୍ନଣ ନାୟକଙ୍କ ଜୀବନୀ ଏବଂ ବଳିଦାନ ଉପରେ ଚଳଚିତ ପରିବେଷଣ କରାଯାଇଥିଲା । ପରେ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତି କ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ,ତହସିଲଦାର,ବ୍ଲକ ଅଧ୍ୟକ୍ଷ, ଅଙ୍ଗନବାଡ଼ି କର୍ମୀଆଶା କର୍ମୀ,ବିଭିନ୍ନ ରାଜନୈତିକ ନେତା, ସମସ୍ତ ସରପଞ୍ଚ, ମସିତି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣରେ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *