ଫୋକସ ପ୍ଲସ(ମାଲକାନଗିରି)୨୫/୦୮/୨୦୨୨: ମାଲକାନଗିରି ସଦର ମହକୁମା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅହିଂସା ରଥ ପରିକ୍ରମା ନେଇ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନୟାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛିା ଆଗାମୀ ସେପ୍ଟେମ୍ବର ୧୦, ୧୧ ଓ ୧୨ ତାରିଖ ତିନିଦିନ ଧରି ଏହି ରଥ ପରିକ୍ରମା କରିବା ଏହି ଉପଲକ୍ଷେ ଜିଲ୍ଲାର ସାତଟି ବ୍ଲକ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହାର ଭବ୍ୟ ସ୍ୱାଗତ କରାଯିବା ସମସ୍ତ ବ୍ଲକକର ବିଡିଓ ମାନନେ ରୁଟ ଚାର୍ଟ ପ୍ରସ୍ତୁତ କରି ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପ୍ରଦାନ କରିବୋ ନିଜର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଗାମୀ କାର୍ଯ୍ୟକ୍ରମ ପରିଚାଳନା କରିବୋ ପ୍ରତ୍ୟେକ ରହଣି ସ୍ଥାନରେ ଯେପରି ଭିଡିଓ ପ୍ରଦର୍ଶନ ସହିତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶିତ ହେବ ସେହି ଦିଗରେ ସୁବନ୍ଦୋବସ୍ତ କରା ଯିବାକୁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲୋ ଅଙ୍ଗନବାଡି, ମହିଳା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏଥିରେ ସାମିଲ କରିବାକୁ ପରାମର୍ଶ ଦେଇଥିଲୋ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା ନିମନ୍ତେ ନୋଡାଲ ଅଧିକାରୀ ରହିବା ପାଇଁ ସୁଚନା ଦେଇଥିଲୋ ଏହି ବୈଠକରେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୁୟା, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସାଗରୀକା ସାହୁ ସମସ୍ତ ବ୍ଲକର ବିଡିଓ, ତହସିଲଦାର, ସିଡିପିଓ, ବ୍ଲକ ଶିକ୍ଷାଧିକାରୀ, ଡିପିସି, ମିଶନ ଶକ୍ତି, ପ୍ରମୁଖ ଉପସ୍ଥିତ ଥିଲୋ ।