ଫୋକସ ପ୍ଲସ ୧୨/୬/୨୨(ତାଳଚେର):ତାଳଚେର ତାଲୁକ୍ ଆଇନ୍ ସହାୟତା କମିଟି ତରଫରୁ ସ୍ଥାନୀୟ ରେମୁଆଁ ନୂଆସାହିସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ ହୋଇଯାଇଛି। ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରବିନ୍ଦ୍ର କୁମାର ଦାସଙ୍କଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଲୋକନାଥ ମିଶ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରୀ ଅଶୀତ୍ କୁମାର ସାହୁ,କମିଟିର ସଦସ୍ୟ ତଥା ବରିଷ୍ଠ ଆଇନ୍ଜୀବୀ ଅରୁଣ ଶଙ୍କର ମିଶ୍ର, ରାମଚନ୍ଦ୍ର ସ୍ୱାଇଁ,ଓକିଲ ସଂଘର ସଂପାଦକ ଦିନବନ୍ଧୁ ସାହୁ, ସରକାରୀ ଓକିଲ ଗିରିଜା ଶଙ୍କର ମିଶ୍ର,ପୂର୍ବତନ ଉପସଭାପତି ରାହାସ ଜେନା, ଆଇନ୍ଜୀବୀ ଭଗବାନ ଓଝା, ଯୁଗ୍ମ ସଂପାଦକ ଚିନ୍ମୟରାୟ, ତାଲୁକ୍ ସମ୍ମୁଖ କାର୍ଯ୍ୟାଳୟର ଓକିଲ ରଞ୍ଜିତା ଗଡନାୟକ, ରେମୁଆଁ ୱାର୍ଡ ନଂ-୧୨ର କାଉନ୍ସିଲର ସଞ୍ଜିବ୍ ଗଡନାୟକ, ସମାଜସେବୀ କ୍ଷିରୋଦ ସାହୁ, ପାରା ଲିଗାଲ୍ସ୍ୱେଚ୍ଛାସେବୀ, ଅଙ୍ଗନୱାଡି କର୍ମି ମୀନତି ଶତପଥି ପ୍ରମୁଖ ଉପସ୍ଥିତ ରହି ଶିଶୁଶ୍ରମିକ ଲୋପ ପାଇବା ସମ୍ପର୍କରେ ଓ ଶିଶୁ ମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଅଧିକାରଉପରେ ଆଲୋକପାତ କରିଥିଲେ । ଶିଳ୍ପ ସମୃଦ୍ଧ ତାଳଚେର ଅଂଚଳର ବସ୍ତି ବାସିନ୍ଦାବ୍ୟକ୍ତିିମାନେ ଓ କିଶୋର କିଶୋରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।ରେମୁଆଁଗ୍ରାମର ଜନଚେତନା ଯୁବକ ସଂଘର ସଭାପତି ଶିବେନ୍ଦ୍ର ବେହେରାଙ୍କ ସମେତ ସମସ୍ତସଭ୍ୟମାନେ ଓ ଅଙ୍ଗନୱାଡି କର୍ମି ମାମିଲତା ସେଠୀ, ସଂଜୁବାଳା ନାୟକ, ଆଶା କର୍ମି ପାଂଚାଳୀ ନାଥ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ତାଲୁକ୍ ଆଇନ୍ ସହାୟତାକମିଟିର ସଂପାଦକ ଶୁଭ୍ରାଂଶୁ ପ୍ରଧାନ କାର୍ଯ୍ୟକ୍ରମର ସଫଳ ହେବା ନିମିତ ଦାୟୀତ୍ୱ ନେଇଥିଲେ । ଶେଷରେ ଆଇନ୍ଜୀବୀ ତଥା ସାମାଜିକ କର୍ମି ବାଉରୀବନ୍ଧୁ ବେଜ ଧନ୍ୟବାଦପ୍ରଦାନ କରିଥିଲେ ।