ଆଉ ଦିନକ ପରେ ବଡ଼ଦିନ || FocusPlus

ଫୋକସ ପ୍ଲସ 24/12/2022(ବାଲିଗୁଡ଼ା): ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେନେଇ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପୋଲିସ୍‌ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବଡ଼ଦିନକୁ ଦୃଷ୍ଟିରେ ରଖୁ ବାଲିଗୁଡ଼ାରେ ଜିଲ୍ଲା ମୁଖ୍ୟାଳୟରୁ ଜଣେ ଡିଏସପି , ଜଣେ ଇନିସପେକ୍ଟରଙ୍କ ସମେତ ୬ ପ୍ଲାଟୁନ୍ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ ସମସ୍ତ ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସମେତ ୬ ଜଣ ସବ୍‌ଇନ୍ସପେକ୍ଟର ଓ ୪ ଜଣ ଏଏସ୍‌ଆଇ ନିୟୋଜିତ ଅଛନ୍ତି । ସହରର ସବୁ ଚର୍ଚ୍ଚରେ ପୋଲିସ୍‌ ମୁତୟନ ହେବାସହ ଦିନ ଏବଂ ରାତିରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା କହିଛନ୍ତି ଏସଡିପିଓ । ଏଥ୍‌ସହିତ ବଡ଼ଦିନ ଓ ଇଂରାଜୀ ନବବର୍ଷକୁ ସୁରୁଖୁରୁରେ ପାଳନ କରିବାକୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ବାଲିଗୁଡ଼ା ଏସଡିପିଓ ।

Leave a Reply

Your email address will not be published. Required fields are marked *