ଆଉ ପାଦେ ଆଗେଇଛନ୍ତି JBR ଯୁବକ ସଂଘ |

ତାଳଚେର09/01/2023; ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ଡେରା ଠାରେ ଗଢି ଉଠି ଥିବା JBR ଯୁବକ ସଂଘ ପକ୍ଷରୁ ଆଜି ତାଳଚେର ବ୍ରାହ୍ମଣୀ ନଦୀ କୂଳରେ ବୃକ୍ଷ ରୋପଣ କରିବା ସହ, ତାଳଚେର ପୌରାଞ୍ଚଳ ରେ ଥିବା ଜରା ନିବାସରେ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି | JBR ଯୁବକ ସଂଘ କହିବା କଥା କି ତାଳଚେର ବ୍ଲକ ରେ ଅନେକ ଜାଗାରେ ଖଣି ଖଦାନ ଗଢି ଉଠୁଛି.ଏହି ଖଣି ଖାଦାନ ଯୋଗୁଁ ବାୟୁ ପ୍ରଦୂଷଣ ବହୁତ୍ ଅଧିକ, ଯାହାର ଗୁଣାତ୍ମକ ପରିମାଣ ହେଉଛି ୧୪୨| ଯାହା କି ଆଜିର ଦିନରେ ଗୋଟିଏ ମାନବ ଶରୀର ପାଇଁ ବହୁତ୍ କ୍ଷତିକାରକ | ତେଣୁକରି ସମାଜର ସମସ୍ତଙ୍କ ମଙ୍ଗଳ ପାଇଁ ଆମ ଶରୀରକୁ ବଞ୍ଚାଇବା ପାଇଁ ଆମ ପାଖରେ ଗୋଟିଏ ଉପାୟ ଅଧିକରୁ ଅଧିକ ଗଛ ଲଗାଇବା ଓ ପରିବେଷକୁ ରକ୍ଷା କରିବା | ଆହୁରି ମଧ୍ୟ JBR ଯୁବକ ସଂଘ ପକ୍ଷରୁ ସମାଜ ପାଇଁ ଗୋଟିଏ ବାର୍ତ୍ତା ଦେଇ କହିଛନ୍ତି, ବଞ୍ଚିବାକୁ ହେଲେ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ ଏଥି ପାଇଁ JBR ଯୁବକ ସଂଘ ତରଫରୁ ବୃକ୍ଷରୋପଣ କରିବା ସହ ସମାଜକୁ ସଚେତନ କରାଇ କହିଛନ୍ତି ଆପଣ ମାନେ ବହୁ ସଂଖ୍ୟାରେ ବୃକ୍ଷରୋପଣ କଲେ ତାହା ଆମ ମାନବ ଜୀବନ ପାଇଁ ଅତ୍ୟନ୍ତ ମୂଲ୍ୟବାନ ହେବ|

Leave a Reply

Your email address will not be published. Required fields are marked *