ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବେଶୀ

ଭୁବନେଶ୍ୱର: ଧୀରେଧୀରେ କରୋନା ଆକ୍ରନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ୧୦ ହଜାର ୮୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୩୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୨୧ହଜାର ୬୦୮ରେ ପହଞ୍ଚିଛି।

ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୪୪୫ ଜଣ, କଟକରୁ ୮୦୧, ସମ୍ବଲପୁରରୁ ୩୮୬, ମୟୂରଭଂଜରୁ ୩୮୬, ବାଲେଶ୍ୱରରୁ ୩୪୨, ନୟାଗଡ଼ରୁ ୩୦୭, ବଲାଙ୍ଗୀରରୁ ୨୯୭, ରାୟଗଡ଼ାରୁ ୨୦୬ ଓ ପୁରୀରୁ ୧୯୭ ଜଣ, କଳାହାଣ୍ଡିରୁ ୧୮୨, ଜଗତସିଂହପୁରରୁ ୧୬୨, ଅନୁଗୁଳରୁ ୧୫୯, ସୁବର୍ଣ୍ଣପୁରରୁ ୧୪୭, କୋରାପୁଟରୁ ୧୪୬, ଯାଜପୁରରୁ ୧୪୩, କେନ୍ଦୁଝରରୁ ୧୪୧, ଗଂଜାମରୁ ୧୩୫, ଢେଙ୍କାନାଳରୁ ୧୩୪, ନବରଂଗପୁରରୁ ୧୩୩, ଝାରସୁଗୁଡ଼ାରୁ ୧୨୨, ଗଜପତିରୁ ୧୨୦, ଭଦ୍ରକରୁ ୧୦୧, କେନ୍ଦ୍ରାପଡ଼ାରୁ ୮୫, ବରଗଡ଼ରୁ ୭୬, କନ୍ଧମାଳରୁ ୫୯, ମାଲକାନଗିରିରୁ ୫୬, ନୂଆପଡ଼ାରୁ ୨୫ ଓ ଷ୍ଟେଟ୍ ପୁଲରୁ ୭୯୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *