ଆକ୍ସନ ମୁଡୁ ରେ ନିଶ୍ଚିନ୍ତ କୋଇଲି ପୋଲିସି |

ଫୋକସ ପ୍ଲସ 24/11/22 (ନିଶ୍ଚିନ୍ତକୋଇଲି ): ଦିନକୁ ଦିନ ନିଶ୍ଚିନ୍ତକୋଇଲି ଅଞ୍ଚଳଅପରାଧୀ ମାନଙ୍କ ର ଅପରାଧିକ ବୁଡିଆଣି ଜାଲ ର କାୟା ବିସ୍ତାର କରିବାରେ ଲାଗିଛି | ଏହି ଅପରାଧୀ ଙ୍କ ବୁଡିଆଣି ଜାଲ ର କ୍ଷୀୟ ପାଇବାରେ ନାକେଦମ ହୋଇପଡିଛି ନିଶ୍ଚିନ୍ତକୋଇଲି ପୋଲିସ | କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ଡକାୟତ ରାହାଜାନୀ ବଢ଼ିଚାଲିଥିବାରୁ ପୋଲିସ ମୁଣ୍ଡ ବିନ୍ଧା କାରଣ ପାଲଟିଥିବା ବେଳେ ନିଶ୍ଚିନ୍ତକୋଇଲି ପୋଲିସ କୁ ଏବେ ମିଳିଛି ସଫଳତା।ନିଶ୍ଚିନ୍ତକୋଇଲି ଥାନା ଅଧିକାରିଣୀ ଚିନ୍ମୟୀ ସାହୁ କୋୖଣସି ସୂତ୍ରରୁ ଖବର ପାଇ ଏକ ଅପରାଧ ଘଟାଇବା ପାଇଁ ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ପଛପଟୁ ବିଲ ନିକଟରେ ବଡ଼ ଧରଣର ଡ଼କାୟତି କରିବା ପାଇଁ ପ୍ରସ୍ତୁତ ହୋଉଥିବା ୮ ଜଣୀଆ ଡକାୟତ ଟିମ୍ କୁ ଗିରଫ କରିବାରେ ନିଶ୍ଚିନ୍ତକୋଇଲି ପୋଲିସ ସଫଳ ହୋଇଛନ୍ତି। ଡକାୟତ ରେ ବ୍ୟବହାର କରିବା ପାଇଁ ଦୁଇଟି କଟୁରୀ, ଦୁଇଟି ଖଣ୍ଡା , ଗୋଟିଏ ଲୁହା ରଡ଼,ଏକ ନକଲୀ ବନ୍ଧୁକ ସହିତ ଚାରଟି ଅଫୁଟା ବୋମା , ପାଞ୍ଚଟି ମୋବାଇଲ, ଲଙ୍କା ଗୁଣ୍ଡ , ନଗଦ ୧୫୦୦ ଟଙ୍କା ସହିତ ୟାମା କମ୍ପାନୀ ଦୁଇଟି ବାଇକ୍ ଜବତ୍ କରିଥିବା ଗ୍ରାମ ଅଞ୍ଚଳ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି । ନିଶ୍ଚିନ୍ତକୋଇଲି ପୋଲିସ କେସ ନମ୍ବର ୨୦୨/୨୨ରେ ଅପରାଧ ମାମଲା ରୁଜୁ କରି ଆଠଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *