ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ । ଆଜି କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ପାଳିତ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା । ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା ।
ଯାହା ସେତେବେଳେ ରାଜ୍ୟ ରାଜନୈତିକ ପାଣିପାଗକୁ ଦୋହଲାଇ ଦେଇଥିଲା । ଜନ୍ମାଷ୍ଟମୀ ପାଳନ ସମୟରେ ସ୍ୱାମୀଜୀଙ୍କ ସହ ଆଶ୍ରମର ୪ ଜଣ ଅନ୍ତେବାସୀ ଦୁର୍ବୁତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ଆଉ ଆଜି ଜନ୍ମାଷ୍ଟମୀ ତିଥିରେ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମରେ ଜନ୍ମାଷ୍ଟମୀ ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି ।