ଆଜି ଠାରୁ ଆରମ୍ଭ ବିଶ୍ୱପ୍ରସିଦ୍ଧି ଯୋରନ୍ଦା ମାଘମେଳା |

ଢ଼େଙ୍କାନାଳ ୨୨/୨/୨୦୨୪: ଢ଼େଙ୍କାନାଳ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ପିଠରେ ମହିମା ଧର୍ମର ପ୍ରସିଦ୍ଧ ମାଘମେଳା ଆଜିଠାରୁ ଆରମ୍ଭ ହେଉଛି । ରାଜ୍ୟ ଓ ରାଜ୍ୟ ବାହାରୁ ହଜାର, ହଜାର, ସାଧୁ, ସନ୍ଥ, ଧର୍ମାବଲମ୍ବି , ଓ ଲକ୍ଷ, ଲକ୍ଷ ପର୍ଯ୍ୟଟକ ମାନଙ୍କର ସମାଗମ ହେବ ସେଥିପାଇଁ ସଜେଇ ହେଉଛି ମହିମାପିଠ । ପ୍ରଶାସନ ଓ ପୋଲିସ ପ୍ରଶାସନ ତଥା ଯୋରନ୍ଦା ଗ୍ରାମ ପଞ୍ଚାୟତ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବ୍ୟବସାୟ ପାଇଁ ଦୋକାନ ବଜାର ଆସି ପସରା ଖୋଲିଛନ୍ତି ବ୍ୟବସାୟୀ ମାନେ । ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯାଇଛି | ମେଳାକୁ ବହୁ ସାଧୁସନ୍ଥ ମାନେ ଆସିଥିବା ଦେଖିବାକୁ ମିଳିଛି । ଯୋରନ୍ଦା ମହିମା ପିଠିରେ ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ବିଶ୍ଵପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେବ । ଏହି ମେଳା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମହଣ , ମହଣ ଘୃତରେ ବିଶ୍ଵର ମଙ୍ଗଳ ପାଇଁ ତଥା ଜଗତ, ଭଗତ ମାନଙ୍କର ମଙ୍ଗଳ କାମନା କରି ପ୍ରଜ୍ଵଳିତ ହେବ ଝାଡ଼ ଦ୍ୱିତ । ଅଗ୍ନିରେ ଲକ୍ଷାଧିକ ନଡ଼ିଆ ପୋଡା ଯିବ । ମାନସୀକ ଧାରୀ ମାନେ ଚୁଟି ମଣ୍ଡଳ କରିବେ । ସାଧୁ ସନ୍ଥ ମାନଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ମାନେ ନିଜ, ନିଜ ପରିବାରର ମଙ୍ଗଳ କାମନା କରିବେ । ଯାତ୍ରା ପୂର୍ବରୁ ଗହଳି ଭିତରେ ଦଶନ କରିବା କଣ୍ଠ କର ହେବ । ମାଘମେଳା ପୂର୍ବରୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଲାଣୀ | । ବକଳ ଧାରୀ ସନ୍ୟାସୀ ସମାଜ ଏବଂ କୌପୁନୀ ଧାରୀ ସନ୍ୟାସୀ ସମାଜ ପକ୍ଷରୁ ବିଭିନ୍ନ ମଠ ମନ୍ଦିର ଗୁଡିକୁ ରଙ୍ଗ କରାଯାଇଛି । ନିତି କାନ୍ତି ପାଇଁ ପ୍ରସ୍ତତି ଶେଷ ହୋଇଛି । ଚଳିତ ବର୍ଷ ପାଗ ଭଲ ରହିଥିବୁ ହଜାର ହଜାର ସାଧୁ ସନ୍ଥ ମାନଙ୍କ ସହ ଲକ୍ଷ ଲକ୍ଷ ଭଗତ ଜଗତ ମାନଙ୍କର ସମାଗମ ହେବାକୁ ବାବା ମାନେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *