ଆଜି ଠାରୁ ଆରମ୍ଭ ହେବ YouTube ରେ ପାଠ ପଢା

ଆଜି ଠାରୁ ଆରମ୍ଭ ହେବ YouTube ରେ ପାଠ ପଢା.. ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ YouTube ରେ କ୍ଲାସ ଜାରି କରାଯିବ .. ତେବେ ପ୍ରତ୍ୟକ ସପ୍ତାହର ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କ୍ଲାସ ଜାରି ରହୁଥିବାବେଳେ ଶନିବାର ଏବଂ ରବିବାର ପିଲାଙ୍କୁ ବିରତି ଦିଆଯାଇଛି.. କରୋନା ସମୟରେ ବିନା କ୍ଲାସରେ କିଭଳି ପିଲାମାନେ ଶିକ୍ଷାଦାନ ପାଇବେ ସେନେଇ ଚିନ୍ତିତ ଥିଲେ ରାଜ୍ୟ ସରକାର.. ଏନେଇ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କତୃପକ୍ଷଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା.. ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ADO ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ.. ବିନା କ୍ଲାସରେ କିଭଳି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ ସେନେଇ ଚୂଡାନ୍ତ ନିଷ୍ପତି ନେଇଥିଲେ.. ପିଲା ମାନେ ଦୂର ଦର୍ଶନରେ ପ୍ରସାରିତ ଶିକ୍ଷା ଦର୍ପଣ, ରେଡ଼ିଓ, ପାଠଶାଳା ସମ୍ପର୍କରେ କିଭଳି ଜାଣିପାରିବେ ସେ ନେଇ ପଦକ୍ଷେପ ନେବାକୁ ସ୍କୁଲ ଗୁଡିକୁ କୁହାଯାଇଛି.. ଏହା ସହ YouTube ରେ LIVE ଷ୍ଟ୍ରିମିଙ୍ଗ କ୍ଲାସ କରିବାକୁ ମଧ୍ୟ ନିଷ୍ପତି ନିଆଯାଇଛି.. ତେଣୁ କେଉଁ ଜିଲ୍ଲାରେ କେତେ YouTube ଏବଂ ଦୂରଦର୍ଶନରେ ସୌଖୀକ କାର୍ଯ୍ୟକ୍ରମ ଦେଖୁଛନ୍ତି DEO ଙ୍କୁ ନିର୍ଦେଶ ଦିଆଯାଇଛି..

Leave a Reply

Your email address will not be published. Required fields are marked *