ଫୋକସ ପ୍ଲସ ୭/୨/୨୩(ବ୍ୟୁରୋ):ଗୋଲାପ ଫୁଲ ଦିଆ ନିଆ ହେବା ସହ ପ୍ରେମୀ ଯୁଗଳଙ୍କ ପାଇଁ ଆରମ୍ଭ ହେଲା ଭାଲେଣ୍ଟାଇନ ସପ୍ତାହ l ଏହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଯୁବପିଢ଼ି l ଫେବୃୟାରୀ ମାସକୁ ପ୍ରେମ ପାଇଁ ଉତ୍ସର୍ଗୀକୃତ ମାସ ଭାବରେ ବିବେଚନା କରାଯାଏ। ଏହି ଦିନ ଗୁଡ଼ିକ ସେମାନଙ୍କ ପାଇଁ ଖୁବ୍ ସ୍ପେଶିଆଲ ହୋଇଥାଏ। ଏହାକୁ ଭାଲେଣ୍ଟାଇନ ସପ୍ତାହ କୁହାଯାଏ। ଏହା ୭ ଫେବୃୟାରୀରୁ ୧୪ ଫେବୃୟାରୀ ପର୍ଯ୍ୟନ୍ତ ହୋଇଥାଏ। ଯେଉଁମାନେ ନୂଆ ନୂଆ ଭଲ ପାଇଥାନ୍ତି ସେମାନେ ଅପେକ୍ଷା କରି ରହିଥାନ୍ତି ଫେବୃୟାରୀ ମାସର ପ୍ରପୋଜ ଡେ’କୁ। ଏହି ସପ୍ତାହରେ କିଏ କାହାକୁ ଗୋଲାପ ଫୁଲ ଦେଇ ପ୍ରପୋଜ କରେ ତ ଆଉ କିଏ ଲଭ୍ ସିମ୍ବଲର ଡିଫରେଣ୍ଟ ଟାଇପର ଗିଫ୍ଟ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ଭାଲେଣ୍ଟାଇନ ଓ୍ବିକରେ କେଉଁ ଦିନ କେଉଁ ଡେ’ ପାଳନ କରାଯାଏ।
ଫେବୃୟାରୀ ୭, ରୋଜ ଡେ: ଭାଲେଣ୍ଟାଇନ ଓ୍ବିକର ଆରମ୍ଭ ଫେବୃୟାରୀ ୭ରୁ ହୋଇଥାଏ। ଏହି ସପ୍ତାହର ପ୍ରଥମ ଦିନ ରୋଜ ଡେ’ ଭାବେ ପାଳନ କରାଯାଇଥାଏ। ଏହି ଦିନ ଗୋଲାପ ଫୁଲ ଦେଇ ପ୍ରେମୀଯୁଗଳ ପରସ୍ପର ପ୍ରେମ ଆଦାନ ପ୍ରଦାନ ହୋଇଥାନ୍ତି ।
ଫେବୃୟାରୀ ୮, ପ୍ରପୋଜ ଡେ: ଭାଲେଣ୍ଟାଇନ ସପ୍ତାହର ଦ୍ବିତୀୟ ଦିନ ହେଲା ପ୍ରପୋଜ ଡେ । ଏହିଦିନ ପ୍ରେମିକ ପ୍ରେମିକା ସେମାନଙ୍କ ହୃଦୟର କଥା ଭଲ ପାଉଥିବା ମଣିଷକୁ କହିଥାନ୍ତି। ଏହି ଦିନ ପ୍ରପୋଜ ପାଇଁ ବେଷ୍ଟ ହୋଇଥାଏ।
ଫେବୃୟାରୀ ୯, ଚକୋଲେଟ ଡେ: ଏହି ସପ୍ତାହର ତୃତୀୟ ଦିନ ଚକୋଲେଟ ଡେ ଭାବେ ପାଳନ କରାଯାଇଥାଏ । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଉପହାର ଦିଅନ୍ତି। ଯାହାଦ୍ବାରା ସେମାନଙ୍କ ସମ୍ପର୍କରେ ଏକ ପ୍ରକାର ମିଠା ସମ୍ପର୍କ ଆରମ୍ଭ ହୋଇଥାଏ।
ଫେବୃୟାରୀ ୧୦, ଟେଡି ଡେ: ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନରେ ଟେଡି ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀଯୋଡ଼ିମାନେ ପ୍ରେମର ସଙ୍କେତ ଭାବେ କଣ୍ଢେଇକୁ ଉପହାର ଦେଇଥାନ୍ତି। ବିଶେଷ କରି ଝିଅମାନେ ଟେଡିକୁ ବହୁତ ପସନ୍ଦ କରିଥାନ୍ତି। ଟେଡି ବିୟର ମାନେ ଭାଲୁ। ଭାଲୁ ହୃଦୟର କୋମଳତାକୁ ପ୍ରକାଶ କରିଥାଏ। ସେଥିପାଇଁ ଏହି ଦିନ ଟେଡି ଦିବସ ଭାବେ ପାଳନ କରାଯାଇଥାଏ।
ଫେବୃୟାରୀ ୧୧, ପ୍ରମିସ ଡେ: ଭାଲଣ୍ଟାଇନ ଓ୍ବିକର ପଞ୍ଚମ ଦିନ ଅତ୍ୟନ୍ତ ସ୍ବତନ୍ତ୍ର ହୋଇଥାଏ। ଏହି ଦିନ ପ୍ରମିସ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀଯୁଗଳ ପରସ୍ପର ସହିତ ସବୁବେଳେ ସାଥ୍ ଦେବାକୁ ପ୍ରତିଶ୍ରୁତି ଦେଇଥାନ୍ତି।
ଫେବୃୟାରୀ ୧୨, ହଗ୍ ଡେ: ଭାଲେଣ୍ଟାଇନ ସପ୍ତାହର ଷଷ୍ଠ ଦିନକୁ ହଗ୍ ଡେ ବା ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି। ପରସ୍ପରର ମଧୁର ଆଲିଙ୍ଗନକୁ ଅନୁଭବ କରିଥାଆନ୍ତି।
ଫେବୃୟାରୀ ୧୩, କିସ୍ ଡେ: ଭାଲେଣ୍ଟାଇନ ଓ୍ବିକର ସପ୍ତମ ଦିନ କିସ୍ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ପରସ୍ପରକୁ ଚୁମ୍ବନ କରି ପରସ୍ପର ପ୍ରତି ନିଜର ପ୍ରେମର ପରିପ୍ରକାଶ କରିଥାଆନ୍ତି।
ଫେବୃୟାରୀ ୧୪, ଭାଲେଣ୍ଟାଇନ୍ସ ଡେ: ଭାଲେଣ୍ଟାଇନ ଓ୍ବିକର ଏହା ହେଉଛି ଅଷ୍ଟମ ତଥା ଶେଷ ଦିନ। ଏହିଦିନ ପ୍ରେମୀଯୁଗଳ ଦୁହେଁ ଦୁହିଁଙ୍କ ସହିତ କ୍ବାଲିଟି ଟାଇମ ବିତାଇଥାନ୍ତି। ପରସ୍ପର ସହିତ ଦେଖାକରି ବୁଲିବା ସହ ସମୟ ବିତାଇଥାନ୍ତି। କେହି କେହି ନିଜ ପାର୍ଟନର ସ୍ପେଶିଆଲ ଫିଲ କରାଇବାକୁ କ୍ୟାଣ୍ଡେଲ ଲାଇଟ ଡିନର ପାଇଁ ମଧ୍ୟ ଆରଞ୍ଜମେଣ୍ଟ କରାଇଥାନ୍ତି। ଭାଲେଣ୍ଟାଇନ ଡେରେ ବେଳାଭୂମିରେ ଲଭବାର୍ଡସଙ୍କର ଖଚାଖଚ ଗହଳି ମଧ୍ୟ ହୋଇଥାଏ। ତେବେ ଯାହା ହେଉନା କାହିଁକି ପ୍ରେମ ସବୁବେଳେ ଚିନ୍ତନନ ଓ ଶାଶ୍ବତ ହୋଇଥାଏ।