ଆଜି ଫ୍ରେଣ୍ଡସିପ୍ ଡେ…..

ବନ୍ଧୁ ସବୁଠୁ ଭିନ୍ନ ଏହି ସମ୍ପର୍କ । ଏହି ସମ୍ପର୍କରେ ନଥାଏ କୌଣସି ବାଛ ବିଚାର, ନା ବୟସର କୌଣସି କଟକଣା । ବନ୍ଧୁତ୍ୱର ସମ୍ପର୍କ କୌଣସି ଜାତି, ଧର୍ମ , ବର୍ଣ୍ଣ କି ଦେଶ ଦେଖି ନ ଥାଏ । ସେ ଛୋଟ ପିଲା ହେଉ କି ବୃଦ୍ଧ , ସମସ୍ତଙ୍କ ପାଖରେ ରହିଛି ବନ୍ଧୁତ୍ୱର ମହତ୍ୱ । ପ୍ରେମ ବିଶ୍ୱାସ ଓ ପରସ୍ପର ଭିତରେ ଥିବା ଉତ୍ତମ ବୁଝାମଣା ହିଁ ବନ୍ଧୁତ କୁହାଯାଏ । ବନ୍ଧୁତ୍ୱରେ ନ ଥାଏ ଆବିଡତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସମୟରେ ସବୁ ବେଳେ ପାଖରେ ଛିଡା ହୋଇ ରହିଥାଏ । ପ୍ରାୟ ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱ ପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତ୍ୱକୁ ବଜାୟ ରଖିବା ପାଇଁ ଏବଂ ନିଜର ଭଲ ବନ୍ଧୁଙ୍କୁ ଏସବୁ ଅନୁଭବ କରାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ବା ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ । ଆଉ ଅଜି ହେଉଛି ସେହି ବନ୍ଧୁତା ଦିବସ ।

ଫ୍ରେଣ୍ଡସିପର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି । ଦେଶର ବିଭିନ୍ନ ସ୍ଥାନରେ ଆଜି ର ଦିନରେ ବହୁତ ଆଡମ୍ବର ସହା ପାଳନ କରାଯାଇଥାଏ ଫ୍ରେଣ୍ଡସିପ ଡେ । ସାଙ୍ଗମାନେ ପରସ୍ପରକୁ ଚକ୍ଲେଟ, ଗିପ୍ଟ, ଫ୍ରେଣ୍ଡସିପ ବ୍ୟାଣ୍ଡ ଆଦି ଦେଇ ପାଳନ କରିଥାନ୍ତି ଏହି ଦିନ । ତେବେ ଆଜି ଆମେ ଆପଣଙ୍କୁ ଏହି ଫ୍ରେଣ୍ଡସିପ ଡେର ଇତିହାସ ବିଷୟରେ କହିବୁ । ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ ହୋଇଥିବା ଏହି ଫ୍ରେଣ୍ଡସିପ ଡେ ଭାରତରେ କିଛି ବର୍ଷରେ ହିଁ ଲୋକଙ୍କର ଅତ୍ୟନ୍ତ ଲୋକ ପ୍ରିୟ ହୋଇଯାଇଛି ।
ସୋସିଆଲ ମିଡିଆର ବହୁଳ ପ୍ରସାର ଯୋଗୁଁ ଛୋଟଠୁ ବଡ ଯାଏଁ ସମସ୍ତେ ବଡ ଧୁମଧାମରେ ପାଳନ କରୁଛନ୍ତି ବନ୍ଧୁତା ଦିବସ । ତେବେ ଭାରତ ପୂର୍ବରୁ ଦକ୍ଷିଣ ଆମେରିକାରେ ପାଳନ ହେଉଥିଲା ଏହି ଦିବସ । ଏଠାରେ ୧୯୫୮ରେ ପ୍ରଥମେ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ଆଉ ଏହି ଦିବସରେ ବନ୍ଧୁଙ୍କୁ ଗ୍ରେଟିଂ କାର୍ଡ ଦେବାର ପ୍ରଥା ଆରମ୍ଭ ହୋଇଥିଲା । କେବଳ ଭାରତରେ ବୁହେଁ ଦକ୍ଷିଣ ଏସିଆର ଅନେକ ଦେଶରେ ଅଗଷ୍ଟମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ରୂପରେ ପାଳନ କରାଯାଉଛି ।

ତେବେ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ପାଳନ ହେଉଥିବା ବନ୍ଧୁତା ଦିବସର ତାରିଖ ଅଲଗା ଅଟେ । ଏଣୁ ଜଦି କେହି ବନ୍ଧୁତାର ହାତ ବଢାଇ କିଛି ଉପହାର ଦେଉଛନ୍ତି ତେବେ ଆନନ୍ଦର ସହ ତାକୁ ଗ୍ରହଣ କରନ୍ତୁ । ଆଉ ନିଜେ ମଧ୍ୟ ସର୍ବଦା ଭଲ ବନ୍ଧୁ ହେବାକୁ ଚେଷ୍ଟା କରନ୍ତୁ । ଗ୍ରହଣ କରନ୍ତୁ । ଆଉ ନିଜେ ମଧ୍ୟ ସର୍ବଦା ଭଲ ବନ୍ଧୁ ହେବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *