ଆଜି ବିଶ୍ୱ ହସ୍ତୀ ଦିବସ: ଜଙ୍ଗଲ ଛାଡି ଏବେ ଜନବସତି ମୁହାଁ ଗଜରାଜ

ଭୁବନେଶ୍ୱର : ଆଜି ବିଶ୍ୱ ହସ୍ତୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ହାତୀ ପାଇଁ ଜନସଚେତନତା ସୃଷ୍ଟି କରିବା ଦିଗରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି ।

ସୂଚନାନୁଯାୟୀ , ୨୦୧୨ ମସିହା ଅଗଷ୍ଟ ୧୨ରେ ପ୍ରଥମ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଥିଲା । ପ୍ରକୃତିର ଅବକ୍ଷୟ ଯୋଗୁଁ ନାନାଦି ଆସୁବିଧାର ସମ୍ମୁଖିନ ହେଉଥିବା ଏହି ନିରୀହ ଜୀବନକୁ ସୁରକ୍ଷା ଦେବା ନିମନ୍ତେ ଏହି ଦିନର ସୃଷ୍ଟି । ଖାଦ୍ୟ ଓ ପାଣି ପାଇଁ ସେମାନେ ଜନବସତି ମୁଁହା ହେଉଛନ୍ତି। ଅନେକ ସମୟରେ ହାତୀପଲ ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଏଣୁ ଜନ ସଚେତନା ପାଇଁ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି ।

କିନ୍ତୁ ଜଙ୍ଗଲ ଛାଡି ଏବେ ଜନବସତି ମୁହାଁ ହେଉଛନ୍ତି ଗଜରାଜ । ଖାଦ୍ୟ ଅନ୍ବେଷଣରେ ଜନବସତିରେ ପଶୁଛନ୍ତି । ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ହେଉଛି । ଫସଲ ପାଇଁ ମୁହାଁମୁହିଁ ହେଉଛନ୍ତି । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ କେଉଁଠି ଉଜୁଡ଼ି ଯାଉଛି ଗରିବ ଚାଷୀର ଭାରହାଣ୍ଡି ।

ଚଳିତବର୍ଷର ପ୍ରଥମ ତିନି ମାସରେ ହାତୀ ଆକ୍ରମଣରେ ରାଜ୍ୟରେ ୫୭ ଜଣଙ୍କର ଜୀବନ ଯାଇଛି । ସାଧାରଣତଃ ଗୋଟିଏ ହାତୀ ଦିନକୁ ଗୋଟିଏ କ୍ବିଣ୍ଟାଲରୁ ଦେଢ଼ କ୍ବିଣ୍ଟାଲ ଖାଦ୍ୟ ଆବଶ୍ୟକତା କରିଥାଏ । ଦୁଇ ଶହରୁ ୨୫୦ ଲିଟର ପାଣି ପିଇଥାଏ । କିନ୍ତୁ ଏବେ ଜଙ୍ଗଲ କ୍ଷୟ ଯୋଗୁ ସେମାନଙ୍କୁ ଆବଶ୍ୟକ ପରିମାଣର ଆଉ ଖାଦ୍ୟ ମିଳୁ ନାହିଁ । ଫଳରେ ଜଙ୍ଗଲ ଛାଡି ସେମାନେ ଜନବସଚତି ମୁହାଁ ହେଉଛନ୍ତି ।

Leave a Reply

Your email address will not be published. Required fields are marked *