ଆଜି ମହା ପଞ୍ଚକ ବ୍ରତର ତୃତୀୟ ଦିନ , ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ |

ପଞ୍ଚକ ବ୍ରତ ତୃତୀୟ ଦିନ25/11/2023; ପବିତ୍ର ମହା ପଞ୍ଚକ ବ୍ରତର ତୃତୀୟ ଦିନ । ଆଜି ମହାପ୍ରଭୁଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ଏହି ବେଶ କରିଥାନ୍ତି।ତେବେ ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ। ଏହି ଚୂଳ ଦୁଇଟି ସୋଲ,କନା,ବେତ,ଜରି,ଜମ୍ବୁରା,କଇଁଥ,ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ। ଏହି ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ଥିବାରୁ ଶ୍ରୀମନ୍ଦିରରେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ।

Leave a Reply

Your email address will not be published. Required fields are marked *