ଆଞ୍ଚଳିକ ଖବରର ବଡ ସଫଳତା।

ଫୋକସ ପ୍ଲସ ୩/୬/୨୨(କଙ୍କଡ଼ାହାଡ଼): ଜୀବନର ପ୍ରଥମ ପାହାଚରୁ ଉଠିପାରୁନି ଲଷ୍ମୀପ୍ରିୟା ଏହି ଶିର୍ଶକ ଥାଇ ଏକ ଖବର ପ୍ରସାରଣ ହୋଇଥିଲା “ଆଞ୍ଚଳିକ ଖବର” ରେ ,ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ପଙ୍ଗାତିରା ପଞ୍ଚାୟତ ଗୁଡିସାହି ଗ୍ରାମର ଅମିନ ବାହାଳିଆ ଙ୍କ କୁନିଝିଅ ଲଷ୍ମୀପ୍ରିୟା ବାହାଳିଆ ଦିବ୍ୟାଙ୍ଗ ଲଷ୍ମୀପ୍ରିୟା ଙ୍କ ପାଇଁ ସରକାରୀ ଯୋଜନା ସାତସପନ ହୋଇଥିଲା ।ଦିବ୍ୟାଙ୍ଗ ଭତ୍ତା ଓ ଟ୍ରାଇସାଇକେଲ ଓ ଉତ୍ତମ ଚିକିତ୍ସା ରୁ ବଞ୍ଚିତ । ଏହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଲୋକଲୋଚନକୁ ଆଣିଥିଲେ ଭାରତୀୟ ମାନବାଧିକାର ପରିଷଦ ର କାର୍ଯ୍ୟ ରତ ସଭାପତି ତଥା ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ। ଆର୍ଥିକ ସହାୟତା ସହିତ ରାସନ ସାମଗ୍ରୀ ସାହାଯ୍ୟ ସହଯୋଗ କରିଥିଲେ ଏବଂ ୨ୟ ଥର ପାଇଁ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଭାରତୀୟ ମାନବାଧିକାର ପରିଷଦ ର ବ୍ଲକ ସଭାପତି ବିରଞ୍ଚି ସାହୁଙ୍କୁ ପଠାଇଥିଲେ ବିରଞ୍ଚି ସାହୁ ଯାଇ ଏହି ଖବର ଆମ “ଆଞ୍ଚଳିକ ଖବର” କୁ ଦେଇଥିଲେ ଆମ ଖବର ରେ ଖବର ପ୍ରଶାରଣ ହୋଇଥିଲା । ଖବର ପ୍ରସାରଣ ହେବାର କିଛି ଘଣ୍ଟା ମଧ୍ୟର ବ୍ଲକ ପ୍ରଶାସନ ଦିବ୍ୟାଙ୍ଗ ଝିଅ ଘରକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ବୁଝି ଥିଲେ ।ଶୁକ୍ରବାର ୩ ତାରିଖ ଦିନ ବ୍ଲକ ପ୍ରଶାସନିକ ଅଧିକାରୀ ଭାରତୀୟ ମାନବାଧିକାର ପରିଷଦ ର ବିରଞ୍ଚି ସାହୁଙ୍କୁ ଫୋନ ମାଧ୍ୟମରେ କହିଥିଲେ ଯେ ଦିବ୍ୟାଙ୍ଗ ଝିଅଟିକୁ ସାଥିରେ ଆଣି ତା ପାଇଁ ଗୋଟିଏ ହୁଇଲଚେୟାର ନେବା ପାଇଁ ।ସମାଜ ସେବୀ ବିରଞ୍ଚି ସାହୁ ଦିବ୍ୟାଙ୍ଗ ଝିଅ ଓ ତାଙ୍କ ପରିବାର ଙ୍କୁ ସାଥିରେ ନେଇ କଙ୍କଡ଼ାହାଡ ବ୍ଲକ ଗଲେ ଏବଂ ବ୍ଲକ ପ୍ରଶାସନ ଙ୍କ ସହିତ ଆଲୋଚନା କରିଥିଲେ।ପ୍ରଶାସନିକ ଅଧିକାରୀ କହିଛନ୍ତି ସେ ଝିଅଟିର ଭିନ୍ନକ୍ଷମ ଭତ୍ତା ଅନ୍ତର୍ଭୁକ୍ତ କରିଦେଇଛନ୍ତି ଏବଂ ବହୁତ ଶିଘ୍ର ଭତ୍ତା ମିଳିବ । ପ୍ରଶାସନ ଙ୍କ ତରଫରୁ ଲଷ୍ମୀପ୍ରିୟା କୁ ହୁଇଲଚେୟାର ମିଳିଲା ଓ ବାକି ଅନ୍ୟାନ୍ୟ ସରକାରୀ ଯୋଜନା ଅନ୍ତୋଦୟ ଯୋଜନା ବହୁତ ଶିଘ୍ର ମିଳିବ ବୋଲି ପ୍ରଶାସନିକ ଅଧିକାରୀ ମତାମତ ରଖିଥିଲେ।ଭାରତୀୟ ମାନବାଧିକାର ପରିଷଦ ଓ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କ ସେବା କାର୍ଯ୍ୟ ଦେଖି ଦିବ୍ୟାଙ୍ଗ ପରିବାର ଵର୍ଗ, ଗ୍ରାମବାସୀ ଦୁଖବନ୍ଧୁ ବିଶ୍ୱାଳ ଓ ବିରଞ୍ଚି ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି , କିଛି ଘଣ୍ଟା ମଧ୍ୟରେ ଗୋଟିଏ ଗରିବ ଦିବ୍ୟାଙ୍ଗ ଝିଅଟିକୁ ସରକାରୀ ଯୋଜନା ମିଳିବାର ଅଞ୍ଚଳ ବାସୀ ଓ ଭାରତୀୟ ମାନବାଧିକାର ପରିଷଦ ଏବଂ ଆମ “ଆଞ୍ଚଳିକ ଖବର”ତରଫରୁ ବ୍ଲକ ପ୍ରଶାସନିକ ଅଧିକାରୀ ଏବଂ ବିଡିଓ ବୁଲୁବୁଲୁ ବେହେରା ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *