ଆତ୍ମହତ୍ୟା

ଫୋକସ ପ୍ଲସ (ବ୍ୟୁରୋ) ୦୬/୦୭/୨୦୨୨: ଆତ୍ମହତ୍ୟା ହେଉଛି ଏକ ଅନାବଶ୍ୟକ ଚିନ୍ତା | ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତି ନେଇଥାନ୍ତି |ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ କରେ | ଆତ୍ମହତ୍ୟା ଆଜିକାଲି ସମାଜରେ ଏକ ରୋଗ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ | ପ୍ରତିଦିନ କେହି ନା କେହି ଆତ୍ମହତ୍ୟା କରୁଥିବାର ଖବର ସମସ୍ତଙ୍କ ନଜର କୁ ଆସିବା ସହ ଏହା ପଛରେ ଏକ ବଡ଼ କାରଣ ରହିଛି ମାନସିକ ଅବସାଦ । କାମର ଚିନ୍ତା ବା ପାରିବାରିକ କଳହକୁ ନେଇ କିଛି କିଛି ଲୋକ ଆତ୍ମହତ୍ୟା କରୁଥିବା ବେଳେ କିଛି ଯୁବକ ଯୁବତୀ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥାନ୍ତି । ଏକ ଗବେଷଣାରୁ ଜଣା ପଡ଼ିଛି କି ମାନସିକ ରୋଗୀମାନେ ପ୍ରାୟତଃ ଆତ୍ମହତ୍ୟା ଭଳି ପଦକ୍ଷପ ନେଇଥାନ୍ତି । ନିଶା ଜିନିଷ ଅଧିକ ସେବନ କରିବା,ଅବସାଦ ଏବଂ ମାନସିକ ରୋଗ ପାଇଁ ଲୋକମାନଙ୍କ ମନରେ ନକାରାତ୍ମକ ଭାବନା ଆସିଥାଏ ।ଆତ୍ମହତ୍ୟା କାହିଁକି ଓ କଣପାଇଁ, ଏହାକୁ ନେଇ ଦେଖନ୍ତୁ ଆଜିର ସ୍ପେସିଆଲ ରିପୋର୍ଟ “କଣ ପାଇଁ ଆତ୍ମହତ୍ୟା”

ଫୁଡ଼୍‍ ଆଣ୍ଡ ଡ଼୍ରଗ୍ସ ଆଡ୍‌ମିନିଷ୍ଟ୍ରେସନ କରିଥିବା ଗବେଷଣା ଦ୍ୱାରା ପ୍ରତି ବର୍ଷ ୩୦ହଜାର ଲୋକ ଆତ୍ମହତ୍ୟା କରୁଛନ୍ତି । ଯାହା ମଧ୍ୟରୁ ଅଧିକାଂଶ ଲୋକ ମାନସିକ ରୋଗୀ ବୋଲି ଜଣା ପଡ଼ିଛି । ଏହା ସହ ସିଜୋଫ୍ରେନିଆ ର ଯାହାକି ଏକ ପ୍ରକାର ମାନସିକ ରୋଗ ର ଶିକାର ହୋଇ ମଧ୍ୟ ୪ପ୍ରତିଶତ ଲୋକ ଆତ୍ମହତ୍ୟା କରିଥାନ୍ତି । କିନ୍ତୁ ଆତ୍ମହତ୍ୟା କରିବା ପୂର୍ବରୁ ଲୋକମାନଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖା ଯାଇଥାଏ । ଯେମିତିକି……
.ଆତ୍ମହତ୍ୟା ବିଷୟରେ ଭାବିବା
.ଅଜାଣତରେ ଆତ୍ମହତ୍ୟା ବିଷୟରେ କହିବା
.ଏକା ରହିବା ସହ ସବୁ ବେଳେ ଚୁପ୍‌ ଚାପ ରହିବା
.ଅସହାୟ ଅନୁଭବ କରିବା
.ଖାଦ୍ୟପେୟରେ ପରିବର୍ତ୍ତନ ଆସିବା ସହ ଚିଡ଼ି ଚିଡ଼ି ହେବା
.ଅଧିକ ସମୟ ନ ଶୋଇ ଚାହିଁ ରହିବା
.ଦରକାରଠାରୁ ଅଧିକ ପାଇବା ପାଇଁ ଆଶା କରିବା।
.ପାରିବାରିକ ସମସ୍ୟା
.ପ୍ରେମରେ ବିଫଳତାକୁ ସହ୍ୟ ନ କରିପାରିବା
.ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବା
.ଅତ୍ୟଧିକ ଋଣରେ ବୁଡ଼ି ରହିବା
.ପରୀକ୍ଷାରେ ବିଫଳତା
.ବେରୋଜଗାରି
.ଅନ୍ତରଙ୍ଗ ଲୋକଙ୍କ ବିୟୋଗକୁ ଗ୍ରହଣ କରି ନ ପାରିବା
.ଦରିଦ୍ରତା
.ମୋବାଇଲ୍‌ ବା ଇଣ୍ଟରନେଟ୍‌କୁ ବହୁଳମାତ୍ରାରେ ବ୍ୟବହାର

କିନ୍ତୁ ଏ ସବୁ ବାଦ ଆତ୍ମହତ୍ୟାର ବିଚାରକୁ ରୋକା ଯାଇପାରେ ……..
ପ୍ରଥମତଃ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟଠାରୁ ଦୂରରେ ରହିବା ସହ ପରିବାର ଲୋକେ, ସଂପର୍କିୟ ଏବଂ ସାଙ୍ଗ ସାଥୀମାନଙ୍କ ସହ ସମୟ ବିତାଇବା ଆରମ୍ଭ କରିବା ଉଚିତ |
ପ୍ରତିଦିନର ଜୀବନଚର୍ଯ୍ୟାରେ ବ୍ୟାୟାମକୁ ମିଶାନ୍ତୁ | କାରଣ ଯୋଗ ବ୍ୟାୟାମ କରିବା ଦ୍ୱାରା ମାନସିକ ଅବସାଦ ଅନେକାଂଶରେ କମ ହୋଇଥାଏ |ଦିନକୁ 7 ରୁ 8 ଘଣ୍ଟା ଶୋଇବା ସହ ସକାରାତ୍ମକ କଥା ବିଷୟରେ ଭାବନ୍ତୁ | ନିଜ ମାନସିକ ରୋଗର ଚିକିତ୍ସା କରାଇବା ସହ ଯେଉଁ ଜିନିଷରୁ ଖୁସି ମିଳୁଛି ସେହି ଜିନିଷ କରିବା ଆରମ୍ଭ କରନ୍ତୁ | ପରିବାର ବା ନିଜର ସବୁଠାରୁ ଭଲ ସାଙ୍ଗମାନଙ୍କ ସହ ନିଜ ସମସ୍ୟା ବିଷୟରେ କଥା ହୁଅନ୍ତୁ | ଏହାଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିବା ସହ ଆପଣ ଅବସାଦଗ୍ରସ୍ତ ହେବାରୁ ବଞ୍ଚି ପାରିବେ |
ବର୍ତ୍ତମାନ ଆତ୍ମହତ୍ୟାକୁ କିପରି ରୋକାଯାଇପାରିବ ତାହାହିଁ ସମାଜ ଆଗରେ ବଡ଼ ଆହ୍ବା | ଆତ୍ମହତ୍ୟା ପ୍ରବଣତା ପ୍ରତିକାର ଲାଗି ମାନସିକ ରୋଗୀମାନଙ୍କୁ ତାଙ୍କ ମନର କଥା ପରିପ୍ରକାଶ କରିବା ପାଇଁ ପ୍ରୋତ୍ସାହନ କରିବା ଦରକାର | ଥରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ପ୍ରତି ସର୍ବଦା ନିରୀକ୍ଷଣ କରିବା ଦରକାର | କାରଣ ସେ ପୁଣିଥରେ ଆତ୍ମହତ୍ୟା ଉଦ୍ୟମ କରିପାରେ | ପ୍ରାଥମିକ ଲକ୍ଷଣ ଯେପରିକି ଅନ୍ୟମାନଙ୍କ ସହ ମିଳାମିଶା ନ କରିବା, ଏକା ଏକା ରହିବା, ବେଶୀ କଥା ନ କହିବା, ଖାଇବା, ଶୋଇବା ଆଦି ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆସିବା ଏହିସବୁ ଲକ୍ଷଣ ଯଦି କାହାଠାରେ ଦେଖୁଛନ୍ତି, ତେବେ ତାଙ୍କୁ ଭଲ ଭାବରେ ନିରୀକ୍ଷଣ କରିବା ଓ ତାଙ୍କୁ ମାନସିକ ବିଭାଗ ଡାକ୍ତରଙ୍କ ପରାମର୍ଶ କରାଇବା ଦରକାର। ଫଳରେ ଆତ୍ମହତ୍ୟାକୁ ରୋକାଯାଇପାରିବ। ଅଭିଭାବକମାନେ କିଶୋରୀ କିଶୋରଙ୍କ ଚାଲିଚଳନ, ଆଚରଣରେ ପରିବର୍ତ୍ତନ ଓ ଇଣ୍ଟରନେଟ୍‌ ବା ମୋବାଇଲ୍‌ର ବହୁଳ ବ୍ୟବହାର ଦେଖିଲେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ |

Leave a Reply

Your email address will not be published. Required fields are marked *