ଫୋକସ ପ୍ଲସ 13/6/22(ଅନୁଗୁଳ):ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଯେ , ଜରପଡା ଥାନା ଅଞ୍ଚଳର ଜୈନେକ ବିବାହିତା ମହିଳାଙ୍କ ସ୍ବାମୀ ଓଡିଶା ବାହାରେ ଚାକିରୀ କରନ୍ତି । ଘରେ ଦୁଇଟି ଛୋଟ ଝିଅ ସହ ମହିଳା ଏକାକି ଘରେ ରହୁଥିଲେ । ଏହି ମହିଳା ଜଣକ ପାଖ ସାହିର ଜଣେ ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ । ଝିଅ , ସ୍ବାମୀ ପରିବାର କଥା ଭୁଲି ଯୁବକ ଜଣକର ସାନିଧ୍ୟ ପାଇବା ପାଇଁ ମହିଳା ଜଣକ ନିଜ ଲକ୍ଷ୍ମଣରେଖା ଡେଇଁ ଅବାଧ ମିଳାମିଶା କରିଥିଲେ । ଏ ନେଇ ଉଭୟଙ୍କ ପରିବାର ପକ୍ଷରୁ ବାରଣ କରିଥିଲେ । ଏଥିପାଇଁ ପ୍ରେମୀଯୁଗଳ ସକାଳେ ଘରୁ କେଉଁ ଆଡେ ପଳାଇଯାଇଥିଲେ । ଗ୍ରାମ ନିକଟସ୍ଥ ରେଳଧାରଣା ନିକଟରେ ଥିବା କାଜୁ ବଗିଚାରେ ପ୍ରେମି ଯୁଗଳ ଗୁରୁତର ଅବସ୍ଥାରେ ପଡଥିବା ଦେଖିବା ସହିତ ସେମାନେ ଆତ୍ମହତ୍ୟା କରିବା ପାଇଁ ବିଷ ପିଇଥିବା ପ୍ରକାଶ କରିଥିଲେ। ଏ ନେଇ ଗ୍ରାମବାସୀ ପ୍ରେମୀଯୁଗଳଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ପରେ ଦୁହିଁଙ୍କୁ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ପ୍ରେମିକର ଅବସ୍ଥା ଗୁରତର ଥିବାରୁ ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ବେଳେ ପ୍ରେମିକା ଜଣଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏ ନେଇ ଖବର ଲେଖା ହେବା ସୁଦ୍ଧା ଜରପଡା ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।
ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ |