ଆଦର୍ଶ ରାଜନୀତି ସନ୍ଧାନ ରେ ବୁଦ୍ଧିଜୀବୀ ମନ୍ଥନ

ଭଦ୍ରକ: ତୃଣମୂଳ ସ୍ତରରୁ ରାଜନୀତିକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ମୁକ୍ତ କରିବା କରିବା ପାଇଁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ ଠାରେ ଇଞ୍ଜିନିୟର ମୃତ୍ୟଞ୍ଜୟ ସୂତାରଙ୍କ ଆବାହକତ୍ୱରେ ଏକ ବିଶାଳ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ତଥାକଥିତ ରାଜନେତାଙ୍କୁ ବାଦଦେଇ ବିଭିନ୍ନ ବର୍ଗ, ସଙ୍ଗଠନ ଓ ସମ୍ପ୍ରଦାୟରୁ ଯେଉଁ ବିଶିଷ୍ଟ ଆଲୋଚକମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା। *ଆଚାର୍ଯ୍ୟ ପ୍ରିୟ , ଆନନ୍ଦ ମାର୍ଗ ପ୍ରଚାରକ ସଂଘ), ଇଞ୍ଜିନିୟର ଉତ୍କଳକେଶରୀ ବିଶ୍ବାଳ (ସମାଜସେବୀ),
ଶ୍ରୀଯୁକ୍ତ ବଳରାମ ଜେନା(ଜିଲ୍ଲା ସଂଯୋଜକ, ଗାୟତ୍ରୀ ପରିବାର), ଶ୍ରୀଯୁକ୍ତ ମାନସ ରଞ୍ଜନ ମହାନ୍ତି ( ପ୍ରାନ୍ତ ପ୍ରଚାର ପ୍ରମୁଖ, ବିଶ୍ୱହିନ୍ଦୁ ପରିଷଦ), ଇଞ୍ଜିନିୟର କାହ୍ନୁଚରଣ ବେହୁରା(ରାଜନୀତି ବିଶେଷଜ୍ଞ), ଡକ୍ଟର କୁଳମଣି ନାୟକ ( ଅବସରପ୍ରାପ୍ତ ପ୍ରାଧ୍ୟାପକ),ପ୍ରଫେସର ନାସିର ବକ୍ସ , ବିଶ୍ୱଜିତ ବେହେରା(ଏସ.ପି.ଓ, ଆରକ୍ଷୀ ଅଧିକାରୀ ) ଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ
(ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବନ୍ତ)।
ଇତିହାସ,ପୁରାଣ, ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଦର୍ଶନକୁ ନେଇ ବିଭିନ୍ନ ବକ୍ତା ଯେଉଁ ସାରଗର୍ଭକ ଅଭିଭାଷଣ ରଖିଥିଲେ । ଗଣତନ୍ତ୍ରରେ ଚରିତ୍ରବାନ ଓ ନୀତିବାଦୀ ରାଜନେତାଙ୍କୁ ଜନ୍ମ ଦେବାକୁ ହେଲେ ସାଧାରଣ ଜନତା କିପରି ନିଜ ଚରିତ୍ର ଠିକ କରିବା ଦରକାର, ଟଙ୍କା ଓ ମଦର ପ୍ରପଞ୍ଚରୁ ଦୂରେଇ ରହିବା ଦରକାର, ଏ ନେଇ ସାଧାରଣ ଲୋକଙ୍କ ପାଇଁ ଅନେକ ପ୍ରେରଣାପ୍ରଦ ଓ ଭାବୋଦ୍ଦୀପକ ଆଲୋଚନା ହୋଇଥିଲା। ଆଦର୍ଶ ରାଜନୀତି କଣ, ସାଧାରଣ ନାଗରିକର ସାମାଜିକ ଦାୟିତ୍ୱ କିପରି ବଢିବ,ଏ ନେଇ ଚର୍ଚ୍ଚା ହୋଇଥିଲା । ଏହିଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ୧୦୦ ଟି ହୋଇଗଲେ ଓଡ଼ିଶାର ସାମାଜିକ ଚରିତ୍ରରେ କ୍ରାନ୍ତି ହୋଇଯିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *