ଆଦିବାସୀ ମାନଙ୍କର ନୂଆଖାଇ ଭେଟଘାଟ

ଫୋକସ ପ୍ଲସ(କଳାହାଣ୍ଡି) ୧୩/୦୯/୨୦୨୨:ବର୍ତ୍ତମାନ ଯୁଗରେ ଯେତେବେଳେ ଗାଁ ଗହଳି ମାନଙ୍କରେ କୌଣସି ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରାଯାଏ ସେତେବେଳେ ଆମେ ବିଭିନ୍ନ ପ୍ରକାର ର ସାର ବେଣ୍ଡବଜା ଓ ନାନାଦି ପ୍ରକାରର ଡିଜେ ବଜାଇ ଉକ୍ତ କାର୍ଯ୍ୟକ୍ରମ କୁ ଉପଭୋଗ କରିବାର ଦେଖିବାକୁ ପାଇଥାଉ କିନ୍ତୁ ଆଜି କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ ର ମହାଳିଙ୍ଗ ଗାଁ ରେ ସେପ୍ଟେମ୍ବର 12 ତାରିଖ ରେ ଆଦିସ୍କନ୍ଦ କଳାହାଣ୍ଡି ଜିଲ୍ଲା ଆଦିବାସୀ ମାନଙ୍କର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଦେଖିବାକୁ ପାଇଥିଲୁ ସେମାନେ ନିଜର ପରମ୍ପରା ରୀତିନୀତି କୁ ନେଇ ଯେଉଁଭଳି ଭାବରେ ନିଜର ପରମ୍ପରା କୁ ବଞ୍ଚାଇବା ଲାଗି ଆଜିବି ସେମାନେ ବିନା ଲାଜ କରି ଏହି ମୋର୍ଡେନ ଯୁଗ କୁହାଯାଉଥିବା ସମୟରେ ବି ପୁରା କଳାହାଣ୍ଡି ଜିଲ୍ଲା ରୁ ବିଭିନ୍ନ ପ୍ରକାରର ଦଳ ନୂଆଖାଇ ଖାଇ ଭେଟଘାଟ ରେ ଉପସ୍ଥିତ ରହିଥିଲେ ତାହାବି ନିଜର ଆଦିବାସୀ ଙ୍କର ଭେଷ ଭୋସା କୁନେଇ ହାତରେ ଟାଙ୍ଗୀ ଟାଙ୍ଗିଆ ଧନୁଶ୍ୱର ଇତ୍ୟାଦି ସବୁ ଅସ୍ତ୍ରଶସ୍ତ୍ର ଧରି ପୁରା ମହାଳିଙ୍ଗ ଗାଁ ରେ ନିଜର ନୃତ୍ୟ ପରିବେଷଣ କରିବା ସହିତ ଅଞ୍ଚଳ ବାସୀଙ୍କୁ ଝୁମାଇ ଦଉଥିଲେ ଏହି ନୂଆଖାଇ ଭେଟଘାଟ ରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ର ଶୋଭା ବଢ଼ାଇ ଥିଲେ ଓ କଳାହାଣ୍ଡି ଜିଲ୍ଲା ର ଆଦିବାସୀ ତଥା ଆଦିବାସୀ ସମାଜ ର ମଙ୍ଗଳ ଉନ୍ନତି ପାଇଁ ଅନେକ କିଛି କହିଥିଲେ ଓ ରାଜ୍ୟ ସରକାର ଓ କେନ୍ଦ୍ରସରକାର ଙ୍କ ଅନେକ ଯୋଜନା କୁ ଉପସ୍ଥାପନା କରିବା ସହିତ ସୂଚନା ଦେଇଥିଲେ ଓ ଆଦିବାସୀ ମାନଙ୍କୁ ଶ୍ରୀ ପ୍ରମାନନ୍ଦ ମାଝୀ ଙ୍କ ମଧ୍ୟ ଅନେକ କିଛି ବାର୍ତ୍ତା ଦେଇଥିଲେ |

Leave a Reply

Your email address will not be published. Required fields are marked *