ଆଦିବାସୀ ସମାଜ ପକ୍ଷରୁ ବିକ୍ଷୋଭ

ଫୋକସ ପ୍ଲସ(କେନ୍ଦୁଝର)୦୭/୦୮/୨୦୨୨ : କେନ୍ଦୁଝର ଗସ୍ତରେ ଆସିଥିବା ଜନଜାତୀ ଆୟୋଗର ସଦସ୍ୟ ତଥା କେନ୍ଦୁଝର ର ପୂର୍ବତନ ବିଜେପି ସାଂସଦ ଶ୍ରୀ ଅନନ୍ତ ନାୟକଙ୍କୁ ହରିଚନ୍ଦନପୁର ଓ କଞ୍ଜି ପାଣି ରେ ଆକ୍ରମଣ କରାଯିବା ପରେ ଏହାର ପ୍ରତିବାଦରେ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ସହଯୋଗରେ କେନ୍ଦୁଝର ଆଦିବାଶୀ ସମାଜ ପକ୍ଷରୁ ହରିଚନ୍ଦନପୁର ପୋଲିସ୍ ଅଧିକାରୀ ଓ ଜିଲାପାଳଙ୍କ ବଦଳି ଦାବି କରି ଆଜି କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ପୂର୍ବରୁ ଶୁଚନା ଥାଇ ମଧ୍ୟ ଜିଲା ପ୍ରଶାଶନ ପକ୍ଷରୁ ଅନନ୍ତ ନାଏକଙ୍କୁ ଶୁରକ୍ଷା ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।ସ୍ଥାନୀୟ ଟାଉନ ହଲ ନିକଟରୁ ଏକ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍ ପ୍ରଶାଶନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

କେନ୍ଦୁଝର ରୁ ଲୋକନାଥ ମିଶ୍ରଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *