ଆଧା ରହିଗଲା ଆଇଏଏସ ଅଫିସର ସ୍ବପ୍ନ

ଫୋକସ ପ୍ଲସ (ଭୁବନେଶ୍ୱର) ୦୩/୦୭/୨୦୨୨: ଆଖିରେ ଆଖିଏ ସ୍ବପ୍ନ ନେଇ ପାଠ ପଢିବାକୁ ଭୁବନେଶ୍ୱର ଆସିଥିଲେ ରୁଚିକା |ଯୁକ୍ତ ୨ ପରିକ୍ଷାରେ ଭଲ ନମ୍ବର ରଖି ପାସ କରି ଯୁକ୍ତ ତିନି ରେ ପଢୁଥିଲେ ରୁଚିକା |ଆଶା କରିଥଲେ ଦିନେ କଲେକ୍ଟର ହେବେ |ଏଥି ପାଇଁ ୟୁପିଏସସ ଲାଗି ପ୍ରସ୍ତୁତ ମଧ୍ୟ ହେଉଥିଲେ |ହେଲେ ସ୍ବପ୍ନ ଅଧାରେ ରହିଗଲା |ସିନିୟର ପିଲାଙ୍କ ରାଗିଙ୍ଗ ଏତେ ଅଧିକା ଥିଲା ଯେ ଜଣେ ମେଧାବୀ ଛାତ୍ରୀ ଶେଷରେ ଜୀବନ ହାରି ଦେଲେ |ଯେଉଁ ହାତରେ ନିଜ ଝିଅକୁ ପାଳି ପୋଷି ବଡ କରିଥିଲେ , ସେହି ହାତରେ ତାକୁ ଶ୍ମଶାନରେ ପୋଡି ଦେଇ ଆସିଲେ।ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍‌ରୁ ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଶେଷକୃତ୍ୟ ତାଙ୍କ ଗାଁ କଟକ ଜିଲ୍ଲା କଖଡି ରେ ସମ୍ପର୍ଣ ହୋଇଛି। ସେ ଛୋଟ ବେଳୁ ଜଣେ ମେଧାବି ଛାତ୍ରୀ ଥିଲେ । ତାଙ୍କର କ୍ୟାରିୟରକୁ ନେଇ ପରିବାର ଲୋକେ ଅନେକ ସ୍ବପ୍ନ ଦେଖଥିଲେ । କାନ୍ଥରେ ଲାଗିଛି ଅନେକ ଆଇଏଏସ ଙ୍କ ଫୋଟ ଏବଂ ଜୀବନ ସ୍ବପ୍ନ ଥିଲା ସେମାନଙ୍କ ପରି କେମିତି ବନିବି |ତାଙ୍କ ମୃତ୍ୟୁଦେହ ଗାଁରେ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।

ଗତକାଲି ହଷ୍ଟେଲରୁ ରୁଚିକାର ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ମଧ୍ୟରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢିଛି। ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଅଭିଯୋଗ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ୩ ସିନିୟର୍ଙ୍କ ମାନସିକ ନିର୍ଯାତନା ସହିନପାରି ଜୀବନ ହାରୁଥିବା ନିଜ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି ଛାତ୍ରୀ । ସେଥିରେ ସେ ଲେଖିଛନ୍ତି ଯେ, ସମସ୍ତେ ଜାଣନ୍ତି ଆମ କଲେଜରେ ରାଗିଂ ହୁଏନି କିନ୍ତୁ ସିନିୟର୍ ମୋତେ ହଷ୍ଟେଲ୍‌ରେ ବଞ୍ଚେଇ ଦେଲେନି । ତେବେ ନୋଟ୍‌ରେ ୩ ସିନିୟରଙ୍କ ନାଁ ଲେଖି ନାହାନ୍ତି ରୁଚିକା । ଯେଉଁଥିପାଇଁ ପରିବାର ଲୋକଙ୍କ ମଧ୍ୟରେ ଅଧିକା ସନ୍ଦେହ ସୃଷ୍ଟି ହୋଇଛି। ପରିବାର ପକ୍ଷରୁ ତଦନ୍ତ କରାଯାଇ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି।

ଚୌଦ୍ୱାରରୁ ମାନସ କୁମାର ସାମଲଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *