ଆନ୍ତର୍ଜତୀୟ ବେଳା ଭୂମି ସଫେଇ କାର୍ଯ୍ୟକ୍ରମ

ଫୋକସ ପ୍ଲସ(କୋଣାର୍କ)୧୭/୦୯/୨୦୨୨: ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ | ବେଳାଭୂମି ପରିବେଶର ସ୍ୱଛତା ପାଇଁ ଅଣ୍ଟା ଭିଡିଛନ୍ତି ପ୍ରଦୂଷଣ କର୍ମଚାରୀଙ୍କ ସମେତ କୋଣାର୍କର ବିଭିର୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ | ପ୍ରତିଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳେ | ଏହାର ପରିବେଶକୁ ସୁରକ୍ଷାଦେବା ସମସ୍ତଙ୍କର ଦାୟିତ୍ୱ | କୋଣାର୍କସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ସଫେଇ ରାଜ୍ୟ ପ୍ରଦ୍ୟୁଷଣ ପରିଷଦ ଓ ପର୍ଯ୍ୟଟନ ବିଭାଗ ସହିତ କୋଣାର୍କର ଆଖପାଖ ଅଞ୍ଚଳର ବିଦ୍ୟାଳୟର ଇକୋ କ୍ଲବର ଛାତ୍ରଛାତ୍ରୀ ଯୋଗଦେଇ ବେଳାମାର୍ଗ ସଫେଇ କରିଥିବା ଦେଖିବାକୁ ମିଳିଛି । ଚନ୍ଦ୍ରଭାଗା ବେଳାଭୂମିକୁ ଆବର୍ଜନା ମୁକ୍ତକରିବା ପାଇଁ ଆଜିର ଏ ପ୍ରୟାସ ବୋଲି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ ରାଜ୍ୟ ପ୍ରଦ୍ୟୁଷଣ ପରିଷଦ ଭୁବନେଶ୍ୱର ର ଉପଯନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *