ଆପଣ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରୁଛନ୍ତି କି ?

ଫୋକସ ପ୍ଲସ 19/2/23( ବ୍ୟୁରୋ):ଆଜି କାଲିର ଯୁବପିଢ଼ି ସବୁ କଣ୍ଟାକ୍ଟ ଲେନ୍‌ସ ଲଗେଇବାକୁ ପସନ୍ଦ କରୁଛନ୍ତି | କେହି ଆଉ ଚଷମା ଲଗେଇବାକୁ ପସନ୍ଦ କରୁନାହାନ୍ତି | କିନ୍ତୁ କଣ୍ଟାକ୍ଟ ଲେନ୍‌ସ ଦ୍ୱାରା କେତେ ଯେ ଅସୁବିଧା ହେଉଛି ତାହା ଯୁବପିଢ଼ିଙ୍କୁ କୌଣସି ଫରକ ପଡୁନାହିଁ | ଆଜି କାଲି ଯୁବ ପିଢ଼ି ସବୁ ଡ୍ରେସ ସହ ମ୍ୟାଚିଙ୍ଗ କରି କଣ୍ଟାକ୍ଟ ଲେନ୍‌ସ ଲଗାଉଛନ୍ତି | ଆଖିକୁ ସୁହାଇଲା ଭଳି କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରୁଛନ୍ତି | ଆଉ ବଜାରରେ ରଙ୍ଗ ବେରଙ୍ଗର କଣ୍ଟାକ୍ଟ ଲେନ୍‌ସ ମଧ୍ୟ ମିଳୁଛି | ଡ୍ରେସକୁ ମାନିଲା ଭଳି କଣ୍ଟାକ୍ଟ ଲେନ୍‌ସ ବଜାରରେ ମିଳିଯାଉଛି |

କାରଣ କଣ୍ଟାକ୍ଟ ଲେନ୍‌ସ ଲଗାଇ ଯୁବ ପିଢ଼ି ଆଖିକୁ ଏକ ନୂଆ ଲୁକ ଦେବା ପାଇଁ ଖୁବ ପସନ୍ଦ କରୁଛନ୍ତି |ଖାସ କରି ଝିଅ ମାନେ ବେଶୀ ଏହାକୁ ପସନ୍ଦ କରୁଥିବାର ଦେଖିବାକୁ ମିଳିଥାଏ | ନିଜକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଜି କାଲିର ଯୁବ ପିଢ଼ି କିଛି ବି ମାନୁ ନାହାନ୍ତି ,ଯେ କୌଣସି ପନ୍ଥା ଆପଣାଇବାକୁ ରାଜି ହୋଇଯାଉଛନ୍ତି | ଯାହା ଫଳରେ କି ଅନେକ ଅସୁବିଧା ହେଉଛି | ତେବେ ଏହି କଣ୍ଟାକ୍ଟ ଲେନ୍‌ସ କେତେ ଯେ ମାରାତ୍ମକ ହୋଇପାରେ ଆପଣ ଭାବି ନଥିବେ | ସାଧାରଣତଃ କଣ୍ଟାକ୍ଟ ଲେନ୍‌ସକୁ ଲଗାଇ ପୁଣି ବାହାର କରି ଦିଆଯାଇଥାଏ |

ରାତିରେ ଶୋଇବା ସମୟରେ ଏହାକୁ ବାହାର କରି ଶୁଆଯାଏ | କିନ୍ତୁ ଏଠି ଏମିତି କିଛି ଦେଖା ଯାଇଛି ଜଣେ ଯୁବକ ସବୁ ଦିନ କଣ୍ଟାକ୍ଟ ଲେନ୍‌ସକୁ ଲଗାନ୍ତି, ଏହି କଣ୍ଟାକ୍ଟ ଲେନ୍‌ସ ଉକ୍ତ ଯୁବକଙ୍କ ପାଇଁ କେତେ କେତେ ଅସୁବିଧା କରିପାରେ ସେ କେବେ ଭାବି ନଥିଲେ ।ଏହି ଯୁବକ ଜଣକ ନିୟମିତ କଣ୍ଟାକ୍ଟ ଲେନ୍‌ସ ପରିଧାନ କରିଥାନ୍ତି । ଏମିତିକି ରାତି ସମୟରେ ତାହାକୁ ପିନ୍ଧି ଶୋଇପଡ଼ନ୍ତି ମଧ୍ୟ । ଆଉ ଏହି ଅଭ୍ୟାସ ତାଙ୍କ ପାଇଁ ଡାକି ଆଣିଦେଲା ବଡ଼ ବିପଦ । ଦିନେ ରାତିରେ ସେ କଣ୍ଟାକ୍ଟ ଲେନ୍‌ସ ପିନ୍ଧି ଶୋଇଯାଇଥିଲେ । ସକାଳୁ ଉଠି ଦେଖନ୍ତି ତ, ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଗୋଟିଏ ଆଖିକୁ ବିଲକୁଲ ଦେଖାଯାଉନି ।

ଆଉ ଏଭଳି ଘଟଣା ଘଟିଛି ଫ୍ଲୋରିଡାର ଜଣେ ଯୁବକ ମାଇକ୍‌ କ୍ରୁମୋହଲଙ୍କ କ୍ଷେତ୍ରରେ । ତାଙ୍କ ବୟସ ମାତ୍ର ୨୧ ବର୍ଷ ହେବ । ସେ ଦିନ ସାରା କାମ କରି ଥକି ଯାଇଥିଲେ । ତେଣୁ ଘରକୁ ଫେରିବା ପରେ ଶୋଇପଡ଼ିଥିଲେ । ଆଉ କଣ୍ଟାକ୍ଟ ଲେନ୍‌ସ ବାହାର କରିବା ପାଇଁ ଭୁଲିଯାଇଥିଲେ । ତେବେ ପାଖାପାଖି ୭ ବର୍ଷ ହେବ ସେ ଆଖିରେ ଲେନ୍‌ସ ବ୍ୟବହାର କରି ଆସୁଛନ୍ତି । ଏହାରି ଭିତରେ ତାଙ୍କ ଆଖିରେ ଇନ୍‌ଫେକ୍‌ସନ ମଧ୍ୟ ହୋଇଥିଲା । ସେ ଏହାକୁ ସାମାନ୍ୟ ଭାବି ଅଣଦେଖା କରି ଚାଲିଥିଲେ । କିନ୍ତୁ ଦିନକୁ ଦିନ ଏହା ଅଧିକରୁ ଅଧିକ ହେବାରେ ଲାଗିଲା । ଯାହାର ପରିଣାମ, ଆଜି ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି ।

ତେବେ ଡାକ୍ତରଙ୍କ କହିବା ଅନୁସାରେ, ଆଖିରେ ଇନ୍‌ଫେକ୍ସନ ହେବା ଦ୍ୱାରା ଏଭଳି ଘଟିଛି । ବିରଳ ଫ୍ଲେସ୍‌ ଇଟିଂ ବା ମାଂସ ଖିଆ ବ୍ୟାକ୍‌ଟେରିଆ ଯୋଗୁଁ ଆଖିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହି ବ୍ୟାକ୍‌ଟେରିଆର କାମ ହେଲା ସେ ମାଂସକୁ କୋରି କୋରି ନଷ୍ଟ କରିଦେବ ବା ଆଖିର ଟିସୁ ଗୁଡ଼ିକୁ ଖାଇଦେବ । ତେବେ କଣ୍ଟାକ୍ଟ ଲେନ୍‌ସ ଲଗାଇ ଶୋଉଥିବା ଲୋକଙ୍କ ପାଇଁ ଏହା ଏକ ଚେତାବନୀ ହୋଇପାରେ । ସବୁବେଳେ କଣ୍ଟାକ୍ଟ ଲେନ୍‌ସ ଲଗାଇ ନଶୋଇବାକୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାନ୍ତି । କାରଣ ଏହାଦ୍ୱାରା ଆଖିରେ ଇନ୍‌ଫେକ୍ସନ ବଢ଼ିପାରେ ଆଉ ଆପଣଙ୍କ ଆଖି ସମ୍ପୂର୍ଣ ଭାବେ ନଷ୍ଟ ମଧ୍ୟ ହୋଇଯାଇ ପରେ ଯାହା ଦ୍ୱାରା କି ଆପନ ବହୁତ ବଡ଼ ଅସୁବିଧାରେ ମଧ୍ୟ ପଡିପାରନ୍ତି |

Leave a Reply

Your email address will not be published. Required fields are marked *