ଆପଣ ଭାବୁଛନ୍ତି କି ଓଡ଼ିଆ ରେ ‘ମାଇପ’ ଶବ୍ଦର ଅର୍ଥ ଖରାପ, ପଢ଼ନ୍ତୁ ଏ ରିପୋର୍ଟ।

ମାଇପ: ଓଡ଼ିଆ ଭାଷାର ଏକ ନିଆରା ଶବ୍ଦ ।

ତିନି ଅକ୍ଷରେ ଯେ ଅଟଇ ସ୍ତ୍ରୀଙ୍କର ନାମ

ପ୍ରଥମ ଅକ୍ଷରେ ମାଆ ପଦ ବ୍ରହ୍ମ

ଦୁଇ ଅକ୍ଷରେ ଆଇ ତିଜ ଅକ୍ଷରେ ପୁଅ,

ଏ ଵିଧିରେ ସ୍ତିରୀଙ୍କି ଗୋ ଲାଗିଲା ବଡ଼ ସ୍ନେହ ।।

(ଵନପର୍ଵ, ମହାଭାରତ)

ସେଇ ତିନି ଅକ୍ଷର ଵିଶିଷ୍ଟ ଶବ୍ଦଟି ହେଉଛି ମାଇପ । ମାଇପ ଵା ମାଏପୋ ଶବ୍ଦ ଓଡ଼ିଆ ଭାଷାରେ ସ୍ତ୍ରୀ’ର ପ୍ରତିଶବ୍ଦ ଭାବେ ପ୍ରଚଳିତ ସେହିପରି ମାଇପେ ଶବ୍ଦଟି ସ୍ତ୍ରୀଲୋକଙ୍କ ପାଇଁ ଵ୍ୟଵହୃତ ହୋଇଥାଏ ।

ସାରଳା ମହାଭାରତରେ ସାରଳା ଦାସ ପ୍ରୋକ୍ତ ପଦ ମଧ୍ଯରେ ମାଇପ ଶବ୍ଦର ନିରୁକ୍ତି ଉଲ୍ଲେଖ କରାଯାଇଛନ୍ତି । ତାଙ୍କ ଅନୁସାରେ ମାଇପ ଶବ୍ଦଟି ତିନୋଟି ଶବ୍ଦ ଯୁକ୍ତ ହୋଇ ଗଠିତ ହୋଇଅଛି ।

ମା=> ମାଆ

ଆଇ => ଆଈ > ମାତା(ପ୍ରାଚୀନ ପ୍ରୟୋଗ)

ପ => ପୁଅ

ଅର୍ଥାତ୍ ସାରଳା ଦାସଙ୍କ ଅନୁଯାୟୀ “ମାଆ, ଆଈ ଓ ପୁଅ” ଏଥିରୁ ମାଇପ ଶବ୍ଦର ସୃଷ୍ଟି ହୋଇଅଛି । ତେଣୁ ଏ ଦୃଷ୍ଟିରୁ ମାଇପ ଶବ୍ଦର ପୂର୍ଣ୍ଣ ରୂପ ହେଵ “ମୋ ପୁଅର ମାଆ” ଯେ ସେ ମୋ ମାଇପ ।

ତେବେ ମାଇପ ଶବ୍ଦର ସୃଷ୍ଟିକୁ ନେଇ ନାନାମୁନୀ ନାନା ମତ ତେବେ ସେସବୁ ମତ ଵିଷୟରେ ଆଲୋଚନା କରାଯାଇ ଦେଖାଯାଉ ଯେ ପ୍ରକୃତରେ କେଉଁ ନିରୁକ୍ତି ମତଟି ଅଧିକ ଯୁକ୍ତିଯୁକ୍ତ ଅଟଇ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମାଇପ ଶବ୍ଦ ତଳେ ଏହାର ନିରୁକ୍ତି ଉଲ୍ଲେଖ କରାଯାଇଛି ଯେ ଏ ଶବ୍ଦଟି ପ୍ରାକୃତ ‘ମାଇଆ’ କିଂଵା ସଂସ୍କୃତ ‘ମାତୃ’ ଶବ୍ଦ ସହ ସମଦ୍ଧୃତ । ଏଭଳି କୁହାଯିଵାର କାରଣ ‘ମାଇପ’ ଶବ୍ଦ ସହ ‘ମା’ ଓ ‘ମାଈ’ ଶବ୍ଦର ଅନେକ ସାମଞ୍ଜସ୍ୟ ରହିଛି । ତେବେ ‘ମା’ ଓ ‘ମାଈ’ ଯାଏଁ ତ ଠିକ୍ ଅଛି କିନ୍ତୁ ‘ମାଇପ’ ଶବ୍ଦରେ “ପ” କେଉଁଆଡ଼ୁ ଆସିଲା ଏହା ଏହି ନିରୁକ୍ତି ମତ ସ୍ପଷ୍ଟ କରିପାରେ ନାହିଁ ।

ଜଣେ ଉତ୍ତର ଓଡ଼ିଶାର ସାହିତ୍ୟିକ କିଛି ଦିନ ତଳେ ମାଇପ ଶବ୍ଦର ନିରୁକ୍ତି ସହ ଏକ କଵିତା ଲେଖିଥିଲେ । ତାଙ୍କ ଅନୁସାରେ ମା+ଇଵ ଵା ମାତା+ଇଵ/ଏଵ ଏଭଳି ଯୁକ୍ତ ହୋଇ ମାଇପ ଶବ୍ଦଟି ସୃଷ୍ଟି ହୋଇଅଛି । ତେବେ ଯେଉଁ ପଣ୍ଡିତ ମହୋଦୟ ମାଇପ ଶବ୍ଦର ଏଭଳି ଵ୍ୟାଖ୍ୟା କଲେ ସେ ଦେଵ ଆମ ଗଡ଼ଜାତର ‘ମାଏଝି’ ଵା ‘ମାଇଝି’ ଶବ୍ଦକୁ ଏକବାରେ ଭୁଲି ଗଲେ ନା ଏ ଶବ୍ଦଟି ଵିଷୟରେ ତାଙ୍କୁ ଆଦୌ ଜଣା ନଥିଲା ?

ମାଇପ ଶବ୍ଦ ଯଦି ମା+ଏବ ଵା ମା+ଇଵ ରୁ ହୋଇଛି ତାହେଲେ ପଶ୍ଚିମ ଓଡ଼ିଶାର ମାଏଝି/ମାଇଝି ଶବ୍ଦ କୁଆଡୁ କେମିତି ସୃଷ୍ଟି ହେଲା ? ଉଭୟ ଶବ୍ଦ ମଧ୍ୟରେ ଏତେ ସାମଞ୍ଜସ୍ୟ କାହିଁକି ?

ଏଠାରେ ପ୍ରକାଶ ଥାଉ କି ମାଇପ ଓ ମାଏଝୀ ଶବ୍ଦଦ୍ଵୟ ଏକାର୍ଥବୋଧକ କିନ୍ତୁ ମାଇପ ଶବ୍ଦ ଉପକୂଳ ଓଡ଼ିଶାରେ ଚଳୁଥିଵାବେଳେ ମାଏଝି ଶବ୍ଦଟି “ଆପଣା ପତ୍ନୀ” ଅର୍ଥରେ ପଶ୍ଚିମ ଓଡ଼ିଶାରେ ଚଳୁଅଛି ଏଵଂ ପଶ୍ଚିମ ଓଡ଼ିଶାରେ ମାଇପ ଶବ୍ଦଟି ମାଏପୋ ରୂପେ ପ୍ରଚଳିତ । ପୁଣି ଓଡ଼ିଶାରେ ମାଏଝି ଶବ୍ଦଟି ଵିଭିନ୍ନ ରୂପରେ ଚଳୁଅଛି ଯଥା

Leave a Reply

Your email address will not be published. Required fields are marked *