ଆପତ୍ତିଜନକ ଶବ୍ଦ ଲଗାଇ ଗୀତ ଗାଇବା ପଡିଲା ମାହାଙ୍ଗା

ଫୋକସ ପ୍ଲସ(ଜଗତସିଂହପୁର): ଶଙ୍କର ଓଁମ ଶରଣ ନାମକ ଜଣେ ଗୀତିକାର ଓଡ଼ିଶାର ବିଭିନ୍ନ ଜିଲ୍ଲାର ଯୁବତୀ ମାନଙ୍କ ନାମରେ ଆପତ୍ତିଜନକ ଶବ୍ଦ ଲଗାଇ ଏକ ଗୀତ ମାଧ୍ୟମରେ ସୋସିଆଲ ମିଡ଼ିଆରେ ପ୍ରସାର କରିଥିଲେ |ଏହି ଘଟଣାକୁ ନେଇ ସାରା ରାଜ୍ୟର ମହିଳାମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟର ବିଭିନ୍ନ ଥାନାରେ ଏତଲା ପ୍ରଦାନ କରିଛନ୍ତି ।ସେହି କ୍ରମରେ ଆଜି ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ପରିବର୍ତ୍ତନ ଓଡ଼ିଶା ମହିଳା ସଙ୍ଗଠନର କର୍ମକର୍ତ୍ତା ମାନେ ଜଗତସିଂହପୁର ସଦର ଥାନାରେ ପହଞ୍ଚି ଶଙ୍କର ଓଁମ ଶରଣଙ୍କ ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ଲିଖିତ ଏତଲା ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରିଛନ୍ତି। ଯଦି ପୋଲିସ କତ୍ତୃପକ୍ଷ ଏହି ଘଟଣା ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି ପରିବର୍ତ୍ତନ ଓଡ଼ିଶା ମହିଳା ସଙ୍ଗଠନ ର ସଭାନେତ୍ରୀ।

ଜଗତସିଂହପୁରରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *