ଆବାସ ଯୋଜନା ସାତସପନ, ୫ କେଜି ଚାଉଳ ଓ ୫ ଶହ ଟଙ୍କା ଭତ୍ତା ରେ ଚଳୁଛି ମାଁ ଓ ଝିଅର ଜୀବନ |

ବଲାଙ୍ଗୀର, ବେଙ୍ଗାମୁଣ୍ଡା18/12/2023; ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଞ୍ଚାୟତ ଅନ୍ତର୍ଗତ ପୁଟୁପଡା ଗ୍ରାମର ପଦ୍ମିନୀ ବଛା । ତାଙ୍କ ୧ ପୁଅ ଓ ୪ ଝିଅ । ଗୋଟିଏ ମାତ୍ର ପୁଅ ପ୍ରାୟ ୧୨ ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ୩ ଝିଅ ବିବାହ ହୋଇ ନିଜ ନିଜ ପରିବାର ସହ ରହୁଥିବା ବେଳେ ବଡ଼ଝିଅ ମାଧୁରୀ ସ୍ବାମୀ ପରିତ୍ୟକ୍ତ ହୋଇ ନିଜ ମାଁ ସହ ରହୁଛନ୍ତି। ଦୁଇ ମାଁ ଝିଅ ନିଜ ଗାଁରେ ରହୁଥିବା ବେଳେ ତାଙ୍କର ଘର ପୁରୁଣା ହୋଇ ଯାଇଥିବାରୁ ଘର ଭିତରୁ ଚନ୍ଦ୍ର ସୂର୍ଯ୍ୟ ତାରା ଦେଖାଯାଉଥିଲା । ବର୍ଷା ଦିନର କଥା ନ କହିବା ଭଲ । ଠିକ ଏମିତି ସମୟରେ କେହି ଜଣେ ପଞ୍ଚାୟତ କର୍ମଚାରୀ ପଦ୍ମିନୀ ଓ ତାଙ୍କ ଝିଅ ମାଧୁରୀ ଙ୍କୁ ଆବାସ ଯୋଜନାରେ ତୁମ ଘର ଆସିଛି ବୋଲି କହି ଫଟୋ ଉଠାଇଥିଲେ କିନ୍ତୁ ଏ ଯାବତ ପଦ୍ମିନୀ ଙ୍କୁ ଘର ମିଲି ନ ପାରିବା ଯୋଗୁଁ ମାଁ ଝିଅ ବହୁ କଷ୍ଟରେ ରହୁଥିବା ଦେଖି ବିବାହ ହୋଇ ସାରିଥିବା ପଦ୍ମିନୀ ଙ୍କ ତିନି ଝିଅ କିଛି କିଛି ଟଙ୍କା ଯୋଗାଡ କରି ଗୋଟିଏ ପଟର କାନ୍ଥ ନିଜ ନିଜ ଶ୍ରମ ଦାନରେ ତିଆରି କରି ଦେବାରୁ ଏବେ ସେମାନଙ୍କୁ କିଛିଟା ଆସ୍ବସ୍ତି ମିଳିଥିଲେ ହେଁ ବର୍ଷା ଦିନରେ କେମିତି କରିବେ ବୋଲି କହିଛନ୍ତି। ଯୋଉ ବ୍ଲକ ରେ ଧନୀ ମାନି ସରକାରୀ ଚାକିରିରୁ ଅବସର ନେଇଥିବା କର୍ମଚାରୀ କିଛି ପରିବାରର ବିଭିନ୍ନ ଲୋକଙ୍କ ନାଁ ରେ ଏକାଧିକ ଆବାସ ଯୋଜନା ଦିଆଯାଇଥିବା ବେଳେ କିପରି ଭାବରେ ଯାହାକୁ ସରକାରୀ ଯୋଜନା ନିହାତି ଦରକାର ସେମାନେ କେମିତି ବାଦ ପଡୁଛନ୍ତି ତାହା ତଦନ୍ତ ସାପେକ୍ଷ । ପଦ୍ମିନୀ ଙ୍କ କହିବାନୁଯାୟୀ ସେହି ସମୟରେ ଆବାସ ଯୋଜନାର ଲିଷ୍ଟ ରେ ମଧ୍ୟ ତାଙ୍କ ନାଁ ଥିଲା ତେବେ କାହିଁକି କେଜାଣି ତାଙ୍କୁ ବାଦ ଦିଆ ଯାଇଥିଲା ସେ ଜାଣି ନଥିବା କହିଛନ୍ତି । ଖାଦ୍ୟ ସୁରକ୍ଷା ଆଇନ କୁ ବି ଏଠି ଅଣଦେଖା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଜଣେ ବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ତଥାପି ଏଠି ତାହା କାର୍ଯ୍ୟକାରୀ ହେଲା ଭଲି ମନେ ହେଉନାହିଁ ।କାହିଁକି ନା ପଦ୍ମିନୀ ଙ୍କୁ ମାସକୁ ମାତ୍ର ୫ କେଜି ଚାଉଳ ମିଳୁଛି ଯାହାକି ମାସକୁ ୩୦ ଦିନର ଦୁଇ ଓଲି ଦୁଇ ମୁଠା ଭାତ ଖାଇ ପାରିବା ବି ସମ୍ଭବ ମନେ ହେଉନି । ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବାରୁ ସେଥିରୁ କିଛି କିଣାକିଣି କରିଥାନ୍ତି । ଏପଟେ ତାଙ୍କ ଝିଅ ମାଧୁରୀ ଙ୍କୁ ନାତ ଭତ୍ତା ମିଳୁଛି ନାତ ଚାଉଳ ଝିଅ ମାଧୁରୀ ଦିନ ମଜୁରିଆ ଭାବେ କାମ କରି ଦୁଇ ମାଁ ଝିଅ ବହୁ କଷ୍ଟେ ମଷ୍ଟେ ଦିନ କାଟୁଥିବା ପଦ୍ମିନୀ କହିଛନ୍ତି। ସରକାର ଯେଭଳିଭାବେ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ସେଭଳି ଭାବରେ ପ୍ରଶାସନିକ କଳ ଓ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କ ଭୂମିକା ମଧ୍ୟ ରହିବା ଜରୁରୀ ତଥାପି ଏପରି କେତେ ଯେ ପଦ୍ମିନୀ ବୟସର ଅପରାହ୍ନ ରେ ପହଞ୍ଚି ଯାଇଥିଲେ ମଧ୍ୟ ଠିକ୍ ଭାବରେ ଯୋଜନା ମାନଙ୍କ ରେ ସାମିଲ୍ ହୋଇ ପାରୁ ନ ଥିବାରୁ ବଞ୍ଚିବା ପାଇଁ କେତେ ଯେ ସଂଘର୍ଷ ଜାରି ରଖିଛନ୍ତି ତାହା ନିଜେ ନ ଦେଖିଲେ ବିଶ୍ଵାସ କରିବା ମୁସ୍କିଲ। ତେଣୁ ପଦ୍ମିନୀ ଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରାଯିବା ସହ ଅନ୍ତ୍ୟୋର୍ଦୟ ଯୋଜନା ରେ ସାମିଲ କରାଯିବା ଓ ତାଙ୍କ ଝିଅ ମାଧୁରୀ ଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *