ଫୋକସ ପ୍ଲସ 17/3/23(ବ୍ୟୁରୋ): ଥମୁନି ଆମେରିକା-ଚୀନ ବିବାଦ । ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ରାଜନୈତିକ ବିବାଦ ଏବେ ଘନେଇବାରେ ଲାଗିଛି । ଏହାରି ଭିତରେ ଚୀନ୍ ଟିକ୍ଟକ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି ଆମେରିକା । ଆପ୍ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚୀନ୍ ସରକାରଙ୍କୁ ପଠାଉଥିବା ଅଭିଯୋଗ । ଚୀନ୍ ଉପର ଟେକ୍ନିକାଲ୍ ଷ୍ଟ୍ରାଇକ୍ କରିବ ଆମେରିକା । ଚୀନ୍ର ସୋସିଆଲ୍ ମିଡିଆ ଭିଡିଓ ପ୍ରସ୍ତୁତକାରୀ ଆପ୍ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି ଆମେରିକା । ଚୀନ୍ କମ୍ପାନୀଗୁଡିକ ଆମେରିକା ୟୁଜର୍ସଙ୍କ ଡାଟା ଚୀନ୍ ସରକାରଙ୍କୁ ପଠାଉଥିବା ସନ୍ଦେହ କରିଛି ବାଇଡେନ ସରକାର। ଏହାକୁ ଦୃଷ୍ଟିରେ ରଖି ଆମେରିକା ଚୀନ୍ ଆପ୍ ଟିକ୍ଟକ୍କୁ ଦେଶରେ ବ୍ୟାନ୍ କରିବାକୁ ଧମକ ଦେଇଥିବା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ପ୍ରକାଶ କରିଛି । ତେବେ ଆମେରିକାର ଏହି ନିଷ୍ପତ୍ତି ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲେ । ମାତ୍ର ଏହା ଜୋ ବାଇଡେନଙ୍କ ସରକାରରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଭାରତ ଏହି ଆପ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ସାରିଥିବା ବେଳେ ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ଦେଶଗୁଡିକ ଏହି ଆପକୁ ସରକାରୀ ଫୋନରୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି । କିଛିଦିନ ତଳେ ଆମେରିକା ଆକାଶରେ ଚୀନ୍ ଗୁପ୍ତଚର ବେଲୁନ୍ ଘୁରି ବୁଲୁଥିଲା । ଏହାପରେ ଆମେରିକା ସେନା ଏହାକୁ ନଷ୍ଟ କରିଥିଲା । ମାତ୍ର ଚୀନ୍ର ଏପରି କାର୍ଯ୍ୟକଳାପରେ ସନ୍ଦେହ ପ୍ରକଟ କରିଥିଲା ଆମେରିକା । ଦେଶର GOP କଂଗ୍ରେସ କର୍ମୀ ତଥା ସେହି କମିଟିର ସଭାପତି ମାଇକେଲ ମ୍ୟାକା୍ଉଲ କହିଛନ୍ତି ଯେ, “ଟିକ୍ଟକ୍ ଆପଣଙ୍କ ଫୋନରେ ଗୁପ୍ତଚର ବେଲୁନ୍ ଭଳି ଅଟେ ।” ସେପଟେ ଟିକ୍ଟକ୍ ଏହି ଗୁପ୍ତଚର ଅଭିଯୋଗକୁ ଖଣ୍ଡନ କରି କହିଛି ଯେ, କମ୍ପାନୀ ଡାଟା ସୁରକ୍ଷା ଉପରେ ଧ୍ୟାନ ଦିଏ । ଏଥିପାଇଁ 1.5 ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରୁଛି । ଆମେରିକା ବାଚସ୍ପତି ନାନ୍ସୀ ପେଲୋସୀଙ୍କ ତାଇୱାନ ଗସ୍ତ ପରେ ଚୀନ-ଆମେରିକା ମଧ୍ୟରେ ବିବାଦ ଘନେଇଥିଲା । ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଏବେ ଶୀତଳ ଯୁଦ୍ଧ ଜାରି ରହିଛି