ଫୋକସ ପ୍ଲସ(ବାଲିଆପାଳ)୨୩/୦୮/୨୦୨୨: ସୁବର୍ଣ୍ଣରେଖା ନଦୀର ତାଣ୍ଡବ ବାଲିଆପାଳ ବ୍ଲକ ରେ ଖେଳୁଥିଲାବେଳେ ବନ୍ୟା ପାଣୀ ଘେରରେ ଥିବା ଲୋକଙ୍କର ନାହିଁ ଡର ବା ଭୟ ଏହି ଦୃଶ୍ୟ ମଧୁପୁରା ଗ୍ରାମ ପଂଚାୟତ ଚୌଧୁରୀ କୁଦ ଗ୍ରାମରେ ଦେଖିବାକୁ ମିଳିଛି l ଗ୍ରାମବାସୀ ଙ୍କ ପାଖରେ ତିଳେମାତ୍ର ନାହିଁ ଭୟ ମନବଳକୁ ଏତେ ଦୃଡକରି ସାହସର ସହ ଅପେକ୍ଷା କରିଛନ୍ତି ବନ୍ୟା ପାଣିକୁ ସାମ୍ନା କରିବେ l ଯାହା ଦେଖିବାକୁ ମିଳିଛି ଅଛି ଅଙ୍ଗନବାଡି, ଅଛି ସ୍କୁଲ କିନ୍ତୁ ନାହିଁ ବାତ୍ୟା ଆଶ୍ରୟ ସ୍ଥଳ ଅଛି ସାହସର ବଳ l ସାହସର କାରଣ ହେଉଛି କଥାରେ ଅଛି ବାରମାସେ ଆସେ ତେର ପରବ ବରଷକୁ ଆସେ ବନ୍ୟା ଜଳ l ଛାତିଏ ଲେଖାଏଁ ପାଣୀ ରେ ବି ମଜା ମସ୍ତି କରୁଛନ୍ତି ଗ୍ରାମର କିଛି ଲୋକେ ଛୁଟ ଛୁଟ ପିଲାମାନେ, ସେ ଗ୍ରାମ ଟି ସମ୍ପୂର୍ଣ ଭାବରେ ଚତୃପାର୍ଶ୍ଵରେ ବନ୍ୟା ଭରା ପାଣୀ ଛୁଟ ଠାରୁ ବଡ ପ୍ରଯ୍ୟନ୍ତ ଅଜବ ସାହାସ ଦେଖିବାକୁ ମିଳିଥିଲା l କିଛି ପିଲା କଦଳୀ ଗଛକୁ ଆଣି ଡ଼ଙ୍ଗା (ଭେଳା )ତିଆରି କରି ମଜାନେବା ତାଙ୍କର ଗୋଟେ ଖୁସି l ଦୋକାନ ଚାରିପଟେ ପାଣୀ କିନ୍ତୁ ଦୋକାନ ଭିତରେ ଦୁକାନୀ, ଛୁଟ ଛୁଟ ପିଲାମାନେ ପାଣିରେ ନାଚୁଛନ୍ତି l ସ୍କୁଲ ରେ ଆଶ୍ରୟ ନେଉଥିବା ବ୍ୟକ୍ତି ବି ଯେମିତି ଗୋଟେ ଫାଙ୍ଗସନ ରେ ଭୂଜି ଭାତ ଆସର ଚାଲିଛି|
ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |