ଆମ୍ବୁଲାନ୍ସ ଡିଭିଜନ ଅମୃତ ମହୋତ୍ସବ

ଫୋକସ ପ୍ଲସ(ତାଳଚେର)୧୪/୦୮/୨୦୨୨: ଶୁକ୍ରବାର ସ୍ୱତନ୍ତ୍ର ଉପକାରଗାର ତାଳଚେର ଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ରେ ସେଂଟଜନ ଆମ୍ବୁଲାନ୍ସ ଓଡ଼ିଶା ଏମ ସି ଏଲ ଆମ୍ବୁଲାନ୍ସ ଡିଭିଜନଙ୍କଦ୍ୱାରା ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଜେଲ ଅନ୍ତବାସୀଙ୍କ ଗହଣରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ରଥ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ପ୍ରଦୀପ ପ୍ରଜ୍ୱଳନ ସହିତ ଯୋଗଶିବିରକୁ ଶୁଭାରମ୍ଭ କରିଥିଲେ । ଯୋଗ ଦ୍ୱାରା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ଊର୍ଣ୍ଣତି ଘଟିଥାଏ ବୋଲି ଅଭିଭାଷଣ ପ୍ରଦାନ କରିବା ସହିତ ଜେଲ ଅନ୍ତବାସୀ ଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ସ୍ୱତନ୍ତ୍ର ଉପକାରଗାରର ଅଧିକାରୀ ଶ୍ରୀ ଯୁକ୍ତ ଦିଲ୍ଲୀପ କୁମାର ବେହେରା ଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟକ୍ରମ ସବୁଦିନେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସେଂଟଜନ ଆମ୍ବୁଲାନ୍ସ ଓଡ଼ିଶା ଏମ ସି ଏଲ ଆମ୍ବୁଲାନ୍ସ ଡିଭିଜନର ଡିଭିଜନାଲ କମାଣ୍ଡର ତଥା ଭାରତ ସ୍ୱାଭିମାନ ଟ୍ରଷ୍ଟ ପତାଞ୍ଜଳୀ ଯୋଗସମିତି ତାଳଚେର ତହସିଲିର ଯୋଗ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଙ୍କ ସହିତ ହିମାଂଶୁ ପ୍ରଧାନ ଓ ଗୌତମ ଦେହୁରୀ ସ୍ୱେଚ୍ଛାସେବୀ ରଞ୍ଜିତ କୁମାର ମହାପାତ୍ର ଆଇନ ଜୀବି ଶ୍ରୀ ବାଉରୀ ବନ୍ଧୁ ବେଜ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଜେଲ ଅଧିକାରୀ ଶ୍ରୀ ଦିଲୀପ କୁମାର ବେହେରା ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସୂଚନା ଥାଉକି ଏହି କାର୍ଯ୍ୟକ୍ରମ ଜେଲ ଅନ୍ତବାସୀ ଙ୍କ ଗହଣରେ ତିନି ଦିନ ଧରି ଯୋଗ ଶିବିର ଚାଲୁ ରହିବ ।

Leave a Reply

Your email address will not be published. Required fields are marked *