ଆମ୍ବ ବଗିଚା ଉନତି କରଣ ନାମରେ ଲଗାଯାଇଥିବା ଆମ୍ବ ଗଛ ଉଭାନ |

କରଞ୍ଜିଆ04/01/2023; ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ରେ ଥିବା କୃଷି ଉଦ୍ୟାନ ବିଭାଗ ରେ ଦୁର୍ନୀତି ର ଗନ୍ଧ ବାରିହେଉଥିବା ଦେଖିବାକୁ ମିଳିଛି, ତେବେ କଣ ରହିଛି ଖବର ଆସନ୍ତୁ ଯିଵା ଯେଉଁ ଜମିରେ କୃଷିବିଭାଗ ଦ୍ୱାରା ଆମ୍ବ ଚାରା ରୋପଣ କରାଯାଇଛି ଦେଖିବା ବାସ୍ତବ ଚିତ୍ର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କୁଳିପୋଷି ପଞ୍ଚାୟତ ଅନ୍ତର୍ଗତ କାଦଡିହା ମୌଜା ରେ କରଞ୍ଜିଆ ଉଦ୍ୟାନ ବିଭାଗ ଦ୍ୱାରା କାଦଡିହା ଗ୍ରାମର ବଡ଼ସାଇବା ହେମ୍ବ୍ରମ ଙ୍କୁ ମିଶାଇ 12 ଜଣ ଲୋକଙ୍କ ଖାତା ନମ୍ବର 219ର ପ୍ଲଟ ରେ ଥିବା ଯାହାକି 5ଏକର ଜମିରେ ଆମ୍ବ ଚାରା ଲିଗାଯାଇଥିବା ଦର୍ଶାଯାଇଛି, ଯେଉଁ ଜମିରେ ଆମ୍ବ ଚାରା ଲଗାଯାଇଥିବା ଦର୍ଶାଯାଇଛି ତାହା କୁଦରସାହି ଛକ ର ଡାହାଣ ପାର୍ଶ୍ଵ ଦେଓ କେନାଲ ନିକଟ ଜମିରେ ଆମ୍ବ ବଗିଚା ଉନତି କରଣ ନିମନ୍ତେ ଆର୍ଥିକ ବର୍ଷ (ଦ୍ୱିତୀୟ ପର୍ଯ୍ୟାୟ )2022/23 ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମଣୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ 5 ହେକ୍ଟର ଜମିରେ 4ଲକ୍ଷ୍ୟ ଟଙ୍କାର ଆମ୍ବ ଚାରା ଲଗାଯାଇଥିବା ଦର୍ଶାଯାଇଛି, ପ୍ରକଳ୍ପ ଅଟକଳ ପରିଣାମ 4ଲକ୍ଷ୍ୟ ଏବଂ ଜମିର ପରିଣାମ 5ହେକ୍ଟର,ହେଲେ ଅଭିଯୋଗ ହୋଇଛି ଗୋଟାଏ ହେଲେ ଆମ୍ବ ଗଛ ନାହିଁ,ଗ୍ରାମବାସୀ ଜାଣିବାପରେ ନିଜ ଜମିକୁ ଯାଇ ଦେଖିବାପରେ ଜାଣିବାକୁ ପାଇଲେ ଗଛ ନାମରେ ଆମକୁ ଠକି ଦେଇଛି ପ୍ରଶାସନ, ଗ୍ରାମବାସୀ ମାନଙ୍କ ଥିବା ଜମିରେ ଲଗାଯାଇଥିବା ଆମ୍ବ ଗଛର ଚାରା,ନାଁ ଅଛି ଆମ୍ବ ଗଛ ନାଁ ଅଛି ଆମ୍ବ ଚାରର ଚି଼ହ୍ନବର୍ଣ,ଖାଲି ପଡିଛି ହେକ୍ଟର ହେକ୍ଟର ଜମି, ସୂଚନା ଫଳକ ରେ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି,ଯେଉଁମାନଂକ ଜମିରେ ଆମ୍ବ ଚାରା ଲଗାଯାଇଥିବା କୁହାଯାଉଛି ସେମାନେ ସମସ୍ତେ କାଦଡିହା ଗ୍ରାମର ବଡ଼ସାଇବା ହେମ୍ବ୍ରମ,ଲେପଟ ମାଝୀ, ଉତ୍ତମ ହେମ୍ବ୍ରମ ଏମିତି ଆହୁରି ବହୁତ ଆଦିବାସୀ ଲୋକଙ୍କ ଜମିରେ ଆମ୍ବ ଚାରା ଲଗାଯାଇଥିବା ଦର୍ଶାଯାଇଛି, ତାର ବାଡ଼ ମଧ୍ୟ୍ୟ ଦିଆଯାଇନି, ଗରିବ ହିତାଧିକାରୀ କୋଉଠୁ ଆଣିବେ ଟଙ୍କା ଯେ ତାରବାଡ଼ ଦେବେ, ଚାରା ଲଗାଇବା ପୂର୍ବରୁ ଉଦ୍ୟାନ ବିଭାଗ ତାରବାଡ଼ ଦେବା କଥା, ଉଦ୍ୟାନ ବିଭାଗର ତଦାରଖ ନକରିବା ଏବଂ ଚାରା ଗଛ କେମିତି ବଂଚିବ ସେଥି ପ୍ରତି ଗ୍ରାମବାସୀ ଙ୍କୁ ସ୍ୱତନ୍ତ୍ର ସଚେତନ ନକରିବା କାରଣରୁ ହେଉ କି ଚାରା ଲଗାଯାଇଥିବା ଦର୍ଶାଯିଵା ଏବେ ସନ୍ଦେହ ଉପୁଜିଛି,ଗୋଟାଏ ହେଲେ ଆମ୍ବ ଗଛ ନାହିଁ, ଚାରିଆଡେ ଅନାବନା ଗଛରେ ପରିପୂର୍ଣ,ଏ ବାବଦରେ ଆମେ କୃଷି ଅଧିକାରୀ ଙ୍କୁ ପଚାରିବାରୁ, ସେ ହିତାଧିକାରୀ ଙ୍କ ଚାରା ଗଛ ପ୍ରତି ଯତ୍ନବାନ ନହେବାରୁ ଗଛ ଗୁଡିକ ମରିଯାଇଥିବା କହି ଏଡାଇଯାଇଥିଲେ , ଦୋଷ ସବୁ ହିତାଧିକାରୀ ଙ୍କ ଉପରେ ଲୋଦିଦେଇଗଲେ ତେବେ ପ୍ରକୃତ ଘଟଣା କଣ ରହିଛି ତଦନ୍ତ କଲେ ପଦାକୁ ଆସିବ, ଚାରା ରୋପଣ କେତେ ହୋଇଥିଲା ଏବଂ କଣ ରହିଛି ରହସ୍ୟତେବେ ଦେଖିବାକୁ ବାକିରହିଲା ପ୍ରକୃତରେ ଆମ୍ବ ଚାରା ରୋପଣ କରାଯାଇଥିଲା ନା ଚାରା ରୋପଣ ନାମ ରେ ଲୋକଙ୍କ ଜମିରେ ଆମ୍ବ ଚାରା ନାମରେ ଦୁର୍ନୀତି ହୋଇଥିବା,ତେବେ ଛାନଭିନ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ |

Leave a Reply

Your email address will not be published. Required fields are marked *