ଫୋକସ ପ୍ଲସ(ବ୍ୟୁରୋ)୧/୦୯/୨୦୨୨: ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ତଥା ଓଡିଶା ର ମାନବାଧିକାର କମିଶନର ପ୍ରଥମ ଅଧକ୍ଷ ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କର ଦେହାନ୍ତ ହୋଇଛି |କିଛିଦିନ ଧରି ଅସୁସ୍ଥ ଥିବା ବେଳେ ବୁଧବାର କଟକରେ ୮୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଏହି ଘଟଣାରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି | ତାଙ୍କ କନିକାଛକସ୍ଥିତ ବାସଭବନରେ ଅନେକ ଆଇନଜୀବୀ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଏହା ପରେ ଖାନନଗର ରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ ହୋଇଥିଲା | ଜଷ୍ଟିସ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ଗଭୀର ଶୋକ
ପ୍ରକାଶ କରିଛନ୍ତି | ଜଷ୍ଟିସ ମହାପତ୍ର ୧୯୩୭ ମସିହା ଅଗଷ୍ଟ ୩ ରେ ଏକ ଆଇନୀଜୀବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ | ତାଙ୍କ ବାପା ସ୍ବର୍ଗତ ସୌରୀପ୍ରସାଦ ମହାପତ୍ର ଓଡିଶା ହାଇକୋର୍ଟର ବିଚାରପତି ରହିଥିଲେ |
ବ୍ୟୁରୋ ରିପୋର୍ଟ୍ ଫୋକସ୍ ପ୍ଲସ |