ଆରପିଏଫ ଯବାନଙ୍କର ମହାନତା

ଫୋକସ ପ୍ଲସ(ବ୍ରହ୍ମପୁର)୩୦/୦୮/୨୦୨୨: ବ୍ରହ୍ମପୁର୍ ଆରପିଏଫ କୁ ସଫଳତା ସହ ଅନେକ ସାଧୁବାଦ୍ ର ହକଦାର ବୋଲି ପ୍ରମାଣିତ ହୋଇଛି, ସୂଚନା ମୁତାବକ ଖୋର୍ଦ୍ଧା ରୋଡ ଷ୍ଟେସନରେ ଅଟକି ରହିଥିଲା ମେଲ୍ ସୁପର ଫାଷ୍ଟ୍ ଏକ୍ସପ୍ରେସ, ଏହି ସମୟରେ ସର୍ଫରାଜ ନାମକ ଯାତ୍ରୀ ଟଙ୍କା ଉଠେବାକୁ ପ୍ଲାଟ୍ ଫର୍ମ ବାହାରେ ଥିବା ATM କୁ ଯାଇଥିଲେ, ହେଲେ ଦୁର୍ଭାଗ୍ଯ ବଶତଃ ଟ୍ରେନ୍ ଟି ପ୍ଲାଟ୍ ଫର୍ମ ଛାଡି ଦେଇଥିଲା, S8 ବଗିରେ ବସିଥିବା ଏହି ଯାତ୍ରୀ ସବୁଘଟଣା କାର୍ଯ୍ୟରତ ରେଳ ସୁରକ୍ଷା କର୍ମୀ ଙ୍କୁ ଅବଗତ କରିଥିଲେ, ଖବର ପାଇ କାର୍ଯରତ କର୍ମୀ ଜଣଙ୍କ ତତ୍ କ୍ଷଣାତ୍ ପଦକ୍ଷେପ ଗ୍ରହଣ କରିଥିଲେ ଓ ଯାତ୍ରୀ ଙ୍କର ହଜିଯାଇଥିବା ଏକ ଲାଲ ରଙ୍ଗର ଟ୍ରଲି ଯେଉଁଥିରେ ପ୍ରାୟ 5000 ଟଙ୍କାରେ ପୋଷାକ ସହ 15000 ଟଙ୍କାର real me ମୋବାଇଲ ଫୋନ ଉଦ୍ଧାର କରିଥିଲେ ବ୍ରହ୍ମପୁର୍ ରେଳ ସୁରକ୍ଷା ବଳ ର ଜନୈକ କର୍ମଚାରୀ ଏସ କେ ସାହୁ ଏହା ପରେ ଉଚିତ୍ ପ୍ରମାଣ ପାଇ ଜନୈକ ଯାତ୍ରୀ ଙ୍କୁ ତାଙ୍କ ଜିନିଷ ହସ୍ତାନ୍ତର କରାଯାଇଥିବା ଖବର ହସ୍ତଗତ ହୋଇଛି ।

ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *