ଫୋକସ ପ୍ଲସ(ପରଜଙ୍ଗ)୨୫/୦୮/୨୦୨୨: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାନ୍ଦା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଓଡିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନର ଶାଣିତ ସ୍ୱର ଆରମ୍ଭ ହୋଇଛି ।ସଂଘର ରାଜ୍ୟ ସଭାପତି ଗୋଲେକ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଢେଙ୍କାନାଳ ଜିଲ୍ଲାରୁ ଅଧ୍ୟାପକ ଓ କର୍ମଚାରୀ ମାନେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛନ୍ତି । ସାନ୍ଦା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ କଲେଜର ଅଧ୍ୟକ୍ଷ ଶିଶିର କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ୩୦ ଗୋଟି କଲେଜର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ । ରାଜ୍ୟରେ ଥିବା ୬୬୨ ଗୋଟି ବେସରକାରୀ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ଅବସରକାଳୀନ ସୁବିଧା ,ପେନସନ ,କର୍ମଚାରୀ ମାନଙ୍କର ସ୍ଥାୟୀତ୍ୱ ,ସପ୍ତମ ବେତନ ଅନୁଯାୟୀ ଦରମା ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗର ଦାବି ନେଇ ରାଜ୍ୟ ସରକାରଙ୍କୁ ଗୁହାରି ଜଣାଇଥିଲେ । ଏହି ଦାବି ପ୍ରଥମେ ଢେଙ୍କାନାଳ ଜିଲ୍ଲାରୁ ଆରମ୍ଭ ହୋଇଛି ଆଗାମୀ ଦିନରେ ରାଜ୍ୟର ପ୍ରତିଟି ଜିଲ୍ଲାରେ ଏବଂ ପରବର୍ତ୍ତୀ ସମୟରେ ରାଜଧାନୀ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ଦାୟିତ୍ବ ସମ୍ପନ୍ନ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ପରଜଙ୍ଗ ରୁ ଆଶିଷ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ |