ଆଳି ରେ ଆଜାଦୀ କା ଅମୃତ ମହୋତ୍ସବ ପଦ ଯାତ୍ରା ଅନୁଷ୍ଠିତ

ଫୋକସ ପ୍ଲସ(ରାଜକନିକା)୧୬/୦୮/୨୦୨୨: ସାରା ଭାରତ ସ୍ୱାଧୀନତା ର 75ତମ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ 13ରୁ 15 ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନ କୁ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ଆଜି ପବିତ୍ର ସ୍ୱାଧୀନତା ଦିବସରେ କେନ୍ଦ୍ରାପଡା ଆଳି ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପ ସଭାପତି ତଥା ଆଳି ନିର୍ବାଚନ ମଣ୍ଡଳୀର ଲଢୁଆ ଯୁବ ନେତା ଓ ସୁଖ ଦୁଃଖ ର ସାଥି କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ଅଧକ୍ଷତାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସ୍ଥାନୀୟ ବାଳକାଟି ପଞ୍ଚାୟତ ଅଧୀନ ରାଣୀ ପୋଖରୀ ଶୈବ ମନ୍ଦିର ପାଖରୁ ବାହାରି ବାଳକାଟି, ନାଗ ପଡା, ଚୂନବନ୍ଧ, ବଡଆଙ୍କୋ ଗ୍ରାମ ଦେଇ ସାନଆଙ୍କୋ ରେ ସମାପ୍ତ ହୋଇଥିଲା. ଏହି ଶୋଭାଯାତ୍ରା ସମୟ ରେ 1997 ମସିହାରେ କାର୍ଗିଲ ଯୁଧରେ ଦେଶ ପାଇଁ ସହିଦ ହୋଇଥିବା ବାଳକାଟି ଗ୍ରାମର ରଙ୍କ ନିଧି ସେଠୀ ଙ୍କୁ ସହିଦ ପୁଷ୍ପାଞ୍ଜଳି ଦିଆଯିବା ସମୟରେ ଏକ ନିଆରା ପରିବେଶ ଦେଖିବାକୁ ମିଳିଥିଲା . ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଯୁବ ମୋର୍ଚା ସାଧାରଣ ସମ୍ପାଦକ ଓ ଆଳି ର ଯୁବ ନେତା ବରାହ ଚରଣ ପଣ୍ଡା ଙ୍କ ସମେତ ଜିଲ୍ଲା ବିଜେପି ମହିଳା ମୋର୍ଚା ସମ୍ପାଦିକା ଲକ୍ଷ୍ମୀପ୍ରିୟା ଜେନା, ବାଳକାଟି ପଞ୍ଚାୟତ ବିଜେପି ସଭାପତି ଅକ୍ଷୟ କୁମାର ବେହେରା, ଗୋଲକ ବିହାରୀ ପାତ୍ର, ଶରତ ଜେନା, ଗଦାଧର ଜେନା ଓ ପଞ୍ଚାୟତ ର ୱାର୍ଡ ମେମ୍ବର ସଦସ୍ୟ ଙ୍କ ସହିତ ଅନେକ ପୁରୁଷ ଓ ମହିଳା ମାନେ ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମ କୁ ବାଳକାଟି ପଞ୍ଚାୟତ ର ବିଜେପି କର୍ମୀ ମାନେ ଆୟୋଜନ କରିଥିଲେ ଆଳି ରୁ ସମ୍ବିତ ନାୟକ ଙ୍କ ରିପୋର୍ଟ |

ରାଜକନିକା ରୁ ସମ୍ବିତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *