ଫୋକସ ପ୍ଲସ 2/3/23(ଟିକାବାଲି): କନ୍ଧମାଳ ଜିଲ୍ଲାର ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରା ଖୋଲ ଗ୍ରାମ ପଞ୍ଚାୟତ ଉଡୁଦେବା ଗ୍ରାମରେ ଏକ ଆସାମୀକୁ ଗିରଫ କରିବାକୁ ଯାଇ ବିବେକାନନ୍ଦ କଂହର, ସ୍ବର୍ଗତ ପିତା କପି କଂହର ଙ୍କ ଘରୁ ପୋଲିସ ୪୧ କେଜି ଗଞ୍ଜେଇ ଜବତ କରିଛି | ପ୍ରକାଶ ଥାଉ କି ଶ୍ରୀ କଂହର ପୋଲିସର ସଦଳ ବଳ ଗାଡିକୁ ଦେଖିବା ମାତ୍ରେ ପ୍ରାଣ ଭୟରେ ଲୁଚି ବାକୁ ବାଟ ପାଇ ନଥିଲେ | କିନ୍ତୁ ପୋଲିସ ତାର ନୂତନ ରଣ କୌଶଳ ପ୍ରୟୋଗ କରି ଶ୍ରୀ ବିବେକାନନ୍ଦ କଂହର.ଙ୍କ ଘରକୁ ନଜର କରି କାବୁ କରିଥିଲା, ଫଳରେ ସତ କୁ ସତ ଏ ମନ ଭାବୁ ଥିବ ଯାହା କାଳେ ପ୍ରାପ୍ତ ହୋଇବ ତାହା |
ଏ ଉକ୍ତିଟି ପ୍ରତି ପାଦିତ ହୋଇଛି | ସରକାର ଅନେକ ସମୟରେ କନ୍ଧମାଳ ଜିଲ୍ଲାକୁ ଏକ ଗଞ୍ଜେଇ ଚାଲାଣ ମୁକ୍ତ ଜିଲ୍ଲା କରିବାକୁ ଅନେକ ଉଦ୍ୟମ କରୁଥିଲେ ସୁଦ୍ଧା ଲୋକ ବୁଝି ପାରୁନାହାନ୍ତି ଏବଂ ସବୁବେଳେ ଆଇନ କୁ ଧୂଳି ଦେଇ କୁ କର୍ମ କରିବାକୁ ପଛାଉ ନାହାନ୍ତି କିନ୍ତୁ ପ୍ରତ୍ୟେକ ମଣିଷ ବୁଝି ବା ଦରକାର ଯେ ଆଇନ ହାତ ବହୁତ ଲମ୍ବା ବୋଲି | କିନ୍ତୁ ଆସାମୀ ଧରା ପଡ଼ି ନଥିବା ବେଳେ ପୋଲିସ ତାର ଛାନ ବିନ କରି ତଦନ୍ତ ଚଲାଇଛି. ବୋଲି କଲ୍ୟାଣି ମୟୀ ଷଣ୍ଢ କହିଛନ୍ତି | ଏବଂ ଆସାମୀଙ୍କ ନାମରେ କେସ ନମ୍ବର ୨୪/ ୨୩ ରେ ଏକ ମାମଲା ରୁଜୁ କରି ପୋଲିସ ତାର ତଦନ୍ତ କରୁଛି ଏବଂ ଆଶା କରୁଛି ଅତି ଶୀଘ୍ର ଆସାମୀ ଧରା ପଡିବେ ବୋଲି | ଥାନା ଭାର ପ୍ରାପ୍ତ ଅଧିକାରିଣୀ ଶ୍ରୀମତି କଲ୍ୟାଣୀ ମଇ ଷଣ୍ଢ ସାମ୍ବାଦିକଙ୍କ ଆଗରେ ପ୍ରକାଶ କରିଛନ୍ତି |