ଆଶାକର୍ମୀ ଗଣଦୁଷ୍କର୍ମ କୁ ନେଇ ରାଜନୈତିକ ଲଢେଇ

ଫୋକସ ପ୍ଲସ(ପାରାଦୀପରୁ)୦୯/୦୯/୨୦୨୨: ପାରାଦୀପ ରେ ଚର୍ଚିତ ଆଶାକର୍ମୀ ଗଣଦୁଷ୍କର୍ମ ଘଟଣା ୧୫ଦିନ ବିତିଲାଣି, ଦୁଷ୍କର୍ମ ଅଭିଯୋଗ ରେ ଚାରି ଜଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିସାିଛି, ଘଟଣା ଘଟିବାର ୧୫ ଦିନ ପରେ ପାରାଦିପ ରାଜନୈତି ଦଳ ମଧ୍ୟରେ କାଦୁଅ ଫିଙ୍ଗିବା ଆରମ୍ଭ ହୋଇଛି, ଆମ ପାରାଦୀପ ଆମ ପ୍ରଗତି ଓ ପାରାଦୀପ ବିଜେପି ମଧ୍ୟମରେ ପରଷ୍ପରକୁ ଦୋଷାରୋପ କରିଥିବା ସାମ୍ବାଦିକ ସମ୍ମିଳନୀ ରେ ଦେଖିବାକୁ ମିଳିଛି | ଆଶାକର୍ମୀଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଯତୀନ ମଲିକ ସହିତ ଆମ ପାରାଦୀପ ଆମ ପ୍ରଗଗତି ମଙ୍ଗୁଆଳ ବାପି ସର୍ଖେଲ୍ ଙ୍କର ସମ୍ପର୍କ ଥିବା ସିଧା ସଳଖ ଆକ୍ଷେପ କରିଛି ପାରାଦୀପ ବିଜେପି ମୋର୍ଚା | ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯତୀନ ମଲିକ ସହ ବାପି ସର୍ଖେଲ୍ ଙ୍କ ଏକାଧିକ ଫଟୋ ରହିଛି । ଯାହାକି ବାପିଙ୍କ ସହ ଯତୀନଙ୍କର ଭୂମିକା କେତେ ନିବିଡ଼ ତାହା ସ୍ପଷ୍ଟ ବାରି ହେଉଛି । ଆଶାକର୍ମୀ ଦୁଷ୍କର୍ମ ମାମଲାକୁ ଚପାଇଦେବା ପାଇଁ ବାପି ସର୍ଖେଲ ପୋଲିସ ଓ ପିଡିତାଙ୍କ ଉପରେ ଚାପ ପକାଉଥିବା ବିଜେପି ଯୁବ ମୋର୍ଚା ସମ୍ବାଦିକ ସମ୍ମିଳନୀ କରି କହିଛି |ବିଜେପି ଯୁବ ମୋର୍ଚା ସାମ୍ବାଦିକ ସମ୍ମିଳନୀ ବ୍ୟାନରରେ ଯତୀନ ମଲିକ ସହ ବାପି ସର୍ଖେଲ ଙ୍କ ଫଟୋ ଦେଖାଇ ଅପରାଧି ଙ୍କୁ ବାପି ଘଣ୍ଟ ଘୋଡାଉଥିବା ବିଜେପି ଯୁବ ମୋର୍ଚା ଅଭିଯୋଗ ବାଢିବା ପରେ, ବାପି ସର୍ଖଲେ ଙ୍କ ଆମ ପାରାଦୀପ୍ ଆମ ପ୍ରଗତି ର ବ୍ୟାନର ରେ ଯୁବ ଶାଖା ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ବିଜେପି ଓ ବିଜେଡି ସହ ଯତୀନ ଙ୍କ ସମ୍ପର୍କ ଥିବା ଫଟୋ ଦେଖାଇ ଯୁବନେତା ସମ୍ପଦ୍ ସ୍ୱାଇଁ ଙ୍କ ଠିକାଦାରି ପଣିଆକୁ ପଦାରେ ପକାଇଛିନ୍ତି ଯୁବ ଶାଖାର ସଦସ୍ୟମାନେ, ବିଜେପି ଯୁବ ମୋର୍ଚା ଛୁଆଳିଆମି ଢଙ୍ଗରେ ରାଜନିତି କରୁଛୁ, ବାପି ସର୍ଖେଲ୍ ସାତ ଲକ୍ଷରୁ ଉର୍ଦ୍ଧ ଲୋକ ଙ୍କୁ ଶ୍ରମ ଯୋଗାଇ ଇତିହାସ ସ୍ରୁଷ୍ଠି କରିଛନ୍ତି | ପାରାଦୀପର ନାରୀ ମାନଙ୍କ ପ୍ରତି ବାପି ଙ୍କ ଯଥେଷ୍ଠ ସନମ୍ମାନ ରହିଛି | କିଏ କାହା ସହ ଫଟୋ ଉଠାଇଦେଲେ ଘନିଷ୍ଠ ସମ୍ପର୍କ କହିବା ବିଜେପିର ବାଚାଳାମୀ ବୋଲି ଆମ ପାରାଦୀପ୍ ଆମ ପ୍ରଗତିର ଯୁବ ଶାଖା ସଦସ୍ୟମାନେ କହିଛନ୍ତି |ତେବେ ଆଶାକର୍ମୀ ଦୁଷ୍କର୍ମ ଘଟଣାକୁ ନେଇ ଅଭିଯୁକ୍ତ କୁହାଯାଉଥିବା ଯତୀନ ଙ୍କ ପାଇଁ ଆମ ପାରାଦିପ ଆମ ପ୍ରଗତି ର ବାପ ସର୍ଖେଲ ଓ ବିଜେପି ଦଳ ସମ୍ପଦ ସ୍ବାଇଁ ଏବେ ନିଜ ନିଜ ସଂଗଠନ କୁ ଲଢାଉଥିବା ଦେଖିବାକୁ ମିଳିଛି | ଯାହାକୁ ନେଇ ପାରାଦୀପ ରାଜନିତି ପାଣିପାଗ ଗରମ ରହିଛି, ହେଲେ ଏଥିରେ ବିଜେଡି ନିରବ ରହିଛି,ଆଗକୁ ଏ ଲଢେଇ କେତେବାଟ ଯାଉଛି ତାହା କେବଳ ଦେଖିବାକୁ ବାକିଅଛି |

Leave a Reply

Your email address will not be published. Required fields are marked *